ଖୋଲିଲା ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମ-ହତ୍ୟା ରହସ୍ୟ । ଏକତରଫା ପ୍ରେମରେ ଯାଇଛି ଜୀବନ… :-

ଗତ ପାଞ୍ଚ ଦିନ ହେବ ଓଲିଉଡ ଇଣ୍ଡଷ୍ଟ୍ରିର ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃ-ତ୍ୟୁକୁ ସମସ୍ତେ ଆତ୍ମ-ହତ୍ୟା ଭାବୁଥିଲେ ହେଁ ଏହାକୁ ତାଙ୍କ ପରିବାର ଏବଂ ସମ୍ପର୍କୀୟ ହ-ତ୍ୟା ବୋଲି କହିଛନ୍ତି । ତାଙ୍କ ଅନୁଯାୟୀ ରଶ୍ମିରେଖା କେବେ ଏପରି ପଦକ୍ଷେପ ନେଇ ପାରିବେ ନାହିଁ । ନିଶ୍ଚିତ ଭାବରେ ତାଙ୍କ ମୃ-ତ୍ୟୁ ପାଇଁ ପରିବାର ଲୋକେ ସିଧାସଳଖ ସନ୍ତୋଷ ପାତ୍ରଙ୍କୁ ଦାୟୀ କରିଛନ୍ତି । ଯିଏକି ରଶ୍ମିରେଖାଙ୍କର ଜଣେ ସହକର୍ମୀ ଥିଲେ । ମାତ୍ର ନିକଟରେ ଏପରି କଥା ଶୁଣିବାକୁ ମିଳିଥିଲା ଯେ ସନ୍ତୋଷ ଏବଂ ରଶ୍ମିରେଖା ସ୍ୱାମୀ ସ୍ତ୍ରୀ ଥିଲେ ।

ଯାହାକୁ ନେଇ ମାମଲା ଆହୁରି ସନ୍ଦେହ ଜନକ ହୋଇଛି । ଏପଟେ ପରିବାର ଲୋକଙ୍କୁ ବି ଜଣା ନାହିଁ ଯେ ରଶ୍ମିରେଖା ସନ୍ତୋଷଙ୍କୁ ବିବାହ କରିଥିଲେ କି ନାହିଁ । ସୂଚନା ଅନୁଯାୟୀ ଜଗତସିଂହପୁର ଜିଲ୍ଲା ତିର୍ତ୍ତଲ ଥାନା ସଙ୍କିତପାଟଣା ଗାଁର ରଞ୍ଜନ ଓଝାଙ୍କ ଝିଅ ରଶ୍ମିରେଖା ଗତ ପାଞ୍ଚ ବର୍ଷ ହେବ ଭୁବନେଶ୍ୱରରେ ରହି ଆସୁଥିଲେ ।

ତେବେ ଭୁବନେଶ୍ୱରରେ ସେ ଆଲବମ ଏବଂ କିଛି ସିରିଏଲରେ ଅଭିନୟ କରିଥିଲେ । ମାତ୍ର ସିରିଏଲ ପରେ ସେ ଏକ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ । ସେହି ସମୟରେ ତାଙ୍କର ଜଣେ ସହକର୍ମୀ ଅର୍ଥାତ ସମ୍ବଲପୁର ଅଞ୍ଚଳର ସନ୍ତୋଷ ପାତ୍ର ନାମକ ଜଣେ ଯୁବକଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା । ମାତ୍ର ତା ପୂର୍ବରୁ ବିଡି ଅଞ୍ଚଳର ଜଣେ ସିରିଏଲ ଅଭିନେତା ରାଜାଙ୍କ ସହିତ ରଶ୍ମିରେଖାଙ୍କ ପ୍ରେମ ସମ୍ପର୍କ ଥିଲା ।

କିନ୍ତୁ ସନ୍ତୋଷ ପାତ୍ର ରଶ୍ମିରେଖାଙ୍କୁ ଏକତରଫା ପ୍ରେମ କରୁଥିଲେ । ମାତ୍ର ଗତ ୫ ଦିନ ତଳେ ରଶ୍ମିରେଖାଙ୍କ ଆତ୍ମ-ହତ୍ୟା ମାମଲାକୁ ନେଇ ରଶ୍ମିରେଖାଙ୍କ ବାପା ଘଟଣାକୁ ହ-ତ୍ୟା ବୋଲି ଦର୍ଶାଇଛନ୍ତି ଏବଂ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ସନ୍ତୋଷ ପାତ୍ରଙ୍କ ନାମରେ ଅଭି-ଯୋଗ ଆଣିଛନ୍ତି ଯେ ସେ ସେ ହିଁ ରଶ୍ମିରେଖାଙ୍କ ହ-ତ୍ୟା କରିଛନ୍ତି । ଘର ମାଲିକ ମଧ୍ୟ କହିଛନ୍ତି ଯେ ରଶ୍ମିରେଖା ଏବଂ ସନ୍ତୋଷ ସ୍ୱାମୀ ସ୍ତ୍ରୀ ଭଳି ରହୁଥିଲେ । ଯେଉଁ କଥା ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।

ବୋଧହୁଏ ସନ୍ତୋଷ ପାତ୍ର ସହି ପାରୁନଥିଲେ ରଶ୍ମିରେଖା ଏବଂ ରାଜାଙ୍କ ମିଳାମିଶାକୁ । ଆଉ ଯେଉଁ କାରଣରୁ ହୁଏତ ରଶ୍ମିରେଖାଙ୍କ ହ-ତ୍ୟା କରିଥାଇ ପାରନ୍ତି । ଏପଟେ ରଶ୍ମିରେଖାଙ୍କ ହାତ ଲେଖା ଚିଠିରେ ଥିବା ହସ୍ତାକ୍ଷର ରଶ୍ମିରେଖାଙ୍କର ନୁହେଁ ବୋଲି ତାଙ୍କ ଭାଇ ଦାବି କରିଛନ୍ତି । ତେଣୁ ହାତଲେଖା ଚିଠିର ଫରେନ୍ସିକ ପରେ ଜଣା ପଡ଼ିବ ଯେ ହାତଲେଖା ଚିଠି ପଛରେ ରହସ୍ୟ କଣ ।

Leave a Reply

Your email address will not be published. Required fields are marked *