ଦେଖନ୍ତୁ ଭିଡ଼ିଓ:- ଧାର୍ମିକ ସ୍ଥଳରେ ଲଜ୍ୟା, ସ୍ତ୍ରୀକୁ କିସ କରି ହଟହଟାରେ ପଡିଲେ ସ୍ୱାମୀ, ଲୋକ ମାନେ ମିଶିକି ସ୍ୱାମୀକୁ ଛେଚିଲେ…

ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ ହେବାର ଦେଖିବାକୁ ମିଳେ। ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିବା ପରେ ଲୋକମାନେ ନିଜ ହସକୁ ରୋକି ପାରନ୍ତି ନାହିଁ। ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ଭିଡ଼ିଓ ହୋଇଥାଏ ଯାହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଲଜ୍ୟାଜନକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଆପଣଙ୍କ ମୁଣ୍ଡ ମଧ୍ୟ ଲଜ୍ୟାରେ ତଳକୁ ହୋଇଯିବ। ତେବେ ଏହି ଭିଡ଼ିଓରେ ଏକ ପବିତ୍ର ସ୍ଥାନରେ ବ୍ୟକ୍ତିଙ୍କ ଖରାପ କାର୍ଯ୍ୟ ପାଇଁ ନିର୍ଧୁମ ମାଡ଼ ଖାଉଥିବାର ଦେଖିବାକୁ ପାଇବେ।

ଲୋକମାନେ କିଛି ପୁଣ୍ୟ ଅର୍ଜନ କରିବା ପାଇଁ ଆମ ଦେଶ ଭାରତରେ ଥିବା ବିଭିନ୍ନ ଧାର୍ମିକ ସ୍ଥଳୀକୁ ଯାଇଥାନ୍ତି। ତେବେ ଧାର୍ମିକ ସ୍ଥଳୀରେ ଲୋକମାନଙ୍କ ମନ ଧର୍ମ ପ୍ରତି ରହିଥାଏ। ତେବେ ସମସ୍ତ ମୋହମାୟା ତ୍ୟାଗ କରି ଦେଇ ଧାର୍ମିକ ସ୍ଥାନରେ ଭଗବାନଙ୍କ ପ୍ରତି ମନୋଭାବ ରହିବ ତେବେ ନିଶ୍ଚିତ ରୂପେ ଭଗବାନ ଦୁଃଖ ଓ କଷ୍ଟ ଶୁଣିଥାନ୍ତି। କିନ୍ତୁ ସୋସିଆଲ ମିଡିଆରେ ଏକ ଲଜ୍ୟାଜନକ ଭିଡ଼ିଓ ଭାଇରାଲ ହେଉଛି। ଧାର୍ମିକ ସ୍ଥଳୀରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ସ୍ତ୍ରୀକୁ କିସ କରୁଥିଲେ ସ୍ୱାମୀ। ଯାହାକି ତାଙ୍କୁ ମହଙ୍ଗା ପଡିଲା।

ତେବେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ଏକ ନଦୀ ଭିତରେ ଅନେକ ଲୋକ ଗାଧଉଛନ୍ତି। ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହି ସ୍ଥାନ ହିନ୍ଦୁ ଧର୍ମରେ ରାମ ଜନ୍ମଭୂମି ଅଯୋଧ୍ୟାର ଏକ ପବିତ୍ର ସ୍ଥଳ ଅଟେ। ସରଜୁ ନଦୀରେ ଲୋକମାନେ ସ୍ନାନ କରୁଛନ୍ତି। ତେବେ ଜଣେ ବ୍ୟକ୍ତି ଭିଡ଼ିଓ କରୁଛନ୍ତି ଏବଂ ପାଖରେ ଥିବେ ଦମ୍ପତ୍ତି ମଧ୍ୟ ଗାଧଉଛନ୍ତି। କିନ୍ତୁ ଏହା ଭିତରେ ସ୍ୱାମୀ ଜଣକ ନିଜ ସ୍ତ୍ରୀକୁ ଗେଲ ବା ଚୁମ୍ବନ ଦେବାକୁ ଚାଲି ଆସିଲେ।

ତେବେ ସେଠାରେ ଥିବା ଅନ୍ୟ ଲୋକମାନେ ଏହାକୁ ସହଜରେ ଗ୍ରହଣ କରି ପାରିଲେ ନାହିଁ। ଏହାପରେ ଲୋକମାନେ ଆସି ତାଙ୍କୁ ମା-ଡ଼ ମା-ରିବା ଆରମ୍ଭ କରି ଦେଲେ। ବ୍ୟକ୍ତି ଜଣକ ପିନ୍ଧିଥିବା ଚଷମା ମଧ୍ୟ ଗଳି ପଡ଼ିଲା। ତା’ପରେ ଲୋକମାନେ ବ୍ୟକ୍ତିଙ୍କୁ ପାଣିରୁ ଘୋଷାଡ଼ି ନେଇ ଉପରକୁ ଯାଉଛନ୍ତି ଓ ଚାପୁଡ଼ା ପରେ ଚାପୁଡ଼ା କଷି ଦେଉଛନ୍ତି। ଏହି ସମୟରେ ସ୍ତ୍ରୀ ଜଣକ ସ୍ୱାମୀଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଲୋକେ ତାଙ୍କୁ ମଧ୍ୟ ତାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରୁଛନ୍ତି।

ତେବେ ଏହି ସମସ୍ତ ଦୃଶ୍ୟକୁ ରେକର୍ଡ଼ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଖୁବ ଭାଇରାଲ ହୋଇଥିଲା। ୟୁଜର ମାନେ ଏହି ଭିଡ଼ିଓକୁ ନେଇ ନିଜର ମତାମତ ଦେଇଛନ୍ତି। କେବଳ ସେତିକି ନୁହେଁ ଭିଡ଼ିଓ ଭାଇରାଲ ହେବା ପରେ ଅଯୋଧ୍ୟା ପୋଲିସ ଟ୍ଵିଟ୍‌ କରି ସୂଚନା ଦେଇଛି ଯେ ଏହାର ତଦନ୍ତ କରାଯିବ।

Leave a Reply

Your email address will not be published. Required fields are marked *