ଏହି ଅଭିନେତାଙ୍କ ଛୋଟ ବେଳର ଟୋପି ପିନ୍ଧା ଫୋଟ ଦେଖି ଚିହ୍ନନ୍ତୁ କିଏ !

ବଲିଉଡ ଅଭିନେତା ଏବଂ ଅଭିନେତ୍ରୀ ମାନେ ପ୍ରାୟତଃ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହନ୍ତି । ପ୍ରାୟତଃ ସବୁବେଳେ ନିଜର ବ୍ୟକ୍ତିଗତ ଜୀବନର ଘଟଣା ଏବଂ ଫୋଟ ସେୟାର କରଥାନ୍ତି ନିଜ ଫ୍ୟାନ ମାନଙ୍କ ସହିତ । ଯାହାଦ୍ୱାରା ଫ୍ୟାନ ମାନେ ତାଙ୍କ ପ୍ରିୟର ଅଭିନେତା ଏବଂ ଅଭିନେତ୍ରୀଙ୍କ ସମ୍ବନ୍ଧରେ ଖବର ଜାଣି ପାରନ୍ତି । ତେବେ ସେହିପରି ବର୍ତ୍ତମାନ ସମୟରେ ଜଣେ ଅଭିନେତା ଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ତାଙ୍କର ଏକ ଛୋଟ ବେଳର ଟୋପି ପିନ୍ଧା ଫୋଟ ଭାଇରଲ ହେଉଛି ଯାହାକୁ ଦେଖି ଆପଣ ହୁଏତ ଜାଣି ପାରିବେ ନାହିଁ ଯେ ସେ କିଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ସେହି ଫୋଟ କାହାର ସେହି ସମ୍ବନ୍ଧରେ କହିବୁ ।

ତେବେ ବାସ୍ତବ କଥା ଏହା ଯେ ଏହି ଫୋଟ ଟି ବଲିଉଡ ର ସବୁଠାରୁ ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ଙ୍କର । ସେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ନିଜର ଏକ ଛୋଟ ବେଳର ଟୋପି ପିନ୍ଧା ଫୋଟ ସେୟାର କରିଛନ୍ତି । ସେଥିରେ ସେ ତାଙ୍କ ଭାଇ ଙ୍କ ସହ ନଜର ଆସିଛନ୍ତି । ତାର କ୍ୟାପିସନ ରେ ମଧ୍ୟ ସେ ଭାଇ ଭାଇ ଲେଖି ପୋଷ୍ଟ କରିଥିବା ଦେଖା ଯାଇଛି । ଯାହାକୁ ନେଇ ତାଙ୍କ ଫ୍ୟାନ ମାନେ ଲାଇକ କରିଛନ୍ତି ଏବଂ ଅନେକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ତେବେ କପିଲ ଙ୍କ କ୍ୟାରିଅର ସମ୍ବନ୍ଧରେ କହିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

କପିଲ ଜଣେ ଏପରି ବ୍ୟକ୍ତିତ୍ୱ ଯିଏକି ନିଜର ପରିଶ୍ରମ ଏବଂ ନିଷ୍ଠା ବଳରେ ବଲିଉଡ ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କର ଶୋ ‘ ଦ କପିଲ ଶର୍ମା ଶୋ ‘ ସାରା ଦେଶ ସହିତ ଲୋକଙ୍କ ମନରେ ରାଜତ୍ୱ କରୁଛନ୍ତି । ତେବେ ବର୍ତ୍ତମାନ କଥା କହିବାକୁ ଗଲେ କପିଲ ଶର୍ମା ବର୍ତ୍ତମାନ ର ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ଷ୍ଟାର ଅଟନ୍ତି । ଏମିତିକି ସେ ୨୦୧୯ ର ଫେମସ ସେଲିବ୍ରିଟି ତାଲିକା ରେ ସ୍ଥାନ ପାଇଥିଲେ । ଯାହାକି ସେହି ସମୟର ହେଡଲାଇନ ପାଲଟି ଥିଲା ।

ଦ୍ୱିତୀୟ ଥର ପାଇଁ ସେ ବେଷ୍ଟ କମିଡିୟାନ ଭାବରେ ଫୋର୍ବସ ତାଲିକାରେ ସ୍ଥାନ ପାଇଥିଲେ ଏବଂ ସେହି ସମୟରେ ଅର୍ଥାତ ୨୦୧୯ ରେ ୩୪.୯୮ କୋଟି ଟଙ୍କା ରୋଜଗାର କରିଥିଲେ । ତାଙ୍କର ବାର୍ଷିକ ଆୟ କହିବାକୁ ଗଲେ ୩୦ କୋଟି ରୁ ଅଧିକ ଏବଂ ସେ ମୋଟ ୧୭୦ କୋଟି ଟଙ୍କାର ମାଲିକ ଅଟନ୍ତି । ଏବଂ ଲୋକଙ୍କ ମନରେ ତାଙ୍କୁ ନେଇ ପ୍ରଶଂସା କିଛି କମ ନୁହେଁ କାରଣ ସେ ଲୋକଙ୍କୁ ସବୁଠାରୁ ଅମୂଲ୍ୟ ଜିନିଷ ଦେଇଥାନ୍ତି ଯାହା ହେଉଛି ଖୁସି ।

Leave a Reply

Your email address will not be published. Required fields are marked *