ସୁବାଷ ମଉସାଙ୍କ ବିନା ପିଆଜ ରସୁଣ ଘୁଗୁନି , ଥରେ ଖାଇଲେ ଆଉ ଭୁଲିବେନି :- ଦେଖନ୍ତୁ ଭିଡିଓ

ଆମ ଓଡ଼ିଆ ସଂସ୍କୃତି ଅନୁଯାୟୀ ସପ୍ତାହର କିଛି ବାର ଏପରି ରହିଛି ଯେଉଁଦିନ ଲୋକେ ଆମିଷ ଆଦୌ ଖାଆନ୍ତି ନାହିଁ ବରଂ ନିରାମିଷ ଖାଆନ୍ତି । କିନ୍ତୁ କିଛି ଲୋକ ଏପରିବି ଅଛନ୍ତି ଯେଉଁମାନେ ଆମିଷ କିମ୍ବା ନିରାମିଷନୁହେଁ ବରଂ ଜୀବନସାରା ବିନା ପିଆଜ ରସୁଣ ତିଆରି ଖାଦ୍ୟ ଖାଆନ୍ତି । ତେବେ ସାଧରଣତଃ ଲୋକେ ଏହା ଭାବିଥାନ୍ତି ଯେ ବିନା ପିଆଜ ରସୁଣ ତିଆରି ଖାଦ୍ୟ ଏତେ ଭଲ ଲାଗିନଥାଏ । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ଅଟେ । କାରଣ ଏହି ଉକ୍ତିକୁ ଚ୍ୟାଲେଞ୍ଜ କରି ପାରୁଥିବା ଭଳି ଅନେକ ଉଦାହରଣ ରହିଛି । ଏଇ ଯେମିତି ସୁବାଷ ମଉସାଙ୍କ ବିନା ପିଆଜ ରସୁଣ ତିଆରି ଘୁଗୁନି । ଯାହା ଖାଇଲେ ଆପଣ ଜୀବନସାରା ବି ଭୁଲିବେ ନାହିଁ ।

ତେବେ ଏହି ଲୋକପ୍ରିୟ ଘୁଗୁନି ଠେଲା ରେନବୋ ହୋଟେଲ ସାମ୍ନା ବସ ଷ୍ଟପ ଭୁବନେଶ୍ୱରର ଅଟେ । ଯେଉଁଠି ପ୍ରତିଦିନ ଅନେକ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଲୋକେ ବରଂ ନିଜର ଆମିଷ ଭୋଜନକୁ ଛାଡ଼ି ଏହାକୁ ଖାଇବା ପାଇଁ ଆସିଥାନ୍ତି ଏବଂ ଦୋକାନରେ ପ୍ରତିଦିନ ଖୁବ ଭିଡ଼ ମଧ୍ୟ ଦେଖାଯାଏ । ଆଖପାଖ ଲୋକଙ୍କୁ ବି ଏହି ପ୍ରସିଦ୍ଧ ବିନା ପିଆଜ ରସୁଣ ଘୁଗୁନି ବିଷୟରେ ବେଶ ଜଣା ।

ତେବେ ଘୁଗୁନି ତିଆରି କରୁଥିବା ସୁବାଷ ମଉସାଙ୍କୁ ଯେତେବେଳେ ତାଙ୍କ ଘୁଗୁନି ତିଆରି କରିବାର ଶୈଳୀ ବିଷୟରେ ପଚରା ଯାଏ ସେ କହନ୍ତି ଯେ ଘୁଗୁନିର ସ୍ୱାଦ ବେଶ ଭଲ ଏବଂ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ କେଉଁ ଦିନ ବି ଏହାର ସ୍ୱାଦ ବଦଳି ନାହିଁ । ପ୍ରତିଦିନ ସେଇ ସମାନ ସ୍ୱାଦ । ପୁଣି ଦୋକନ ୨ ବର୍ଷ ହେବ ବନ୍ଦ ରହିଥିଲା ଯେଉଁ କାରଣରୁ ଲୋକେ ବି ଖୁବ ମିସ କରୁଥିଲେ ।

କିନ୍ତୁ ଦୀର୍ଘ ୨ ବର୍ଷ ପରେ ଦୋକାନ ପୁଣିଥରେ ଖୋଲିବା ମାତ୍ରେ ସେହିପରି ସମାନ ଭିଡ଼ ଦେଖିବାକୁ ମିଳୁଛି । ଲୋକେ ଖୁବ ଖୁସିରେ ଘୁଗୁନି ଖାଉଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ଏହା ଯେ ମହଙ୍ଗା ଦୁନିଆରେ ଏକ ପ୍ଲେଟ ଘୁଗୁନିର ମୂଲ୍ୟ ସମାନ ରହିଛି । ୨ ବର୍ଷ ପୂର୍ବେ ୧୫ ଟଙ୍କା ଥିଲା ଏବଂ ବର୍ତ୍ତମାନବି ସେହି ୧୫ ଟଙ୍କା ରହିଛି । ଯାହାଦ୍ୱାରା ଲୋକେ ଆହୁରି ଖୁସି । ପୁଣି ଦୋକାନ ପ୍ରତ୍ୟେକ ଦିନ ସନ୍ଧ୍ୟା ୪ ରୁ ୬ ଯାଏଁ ଖୋଲିଥାଏ । ଏହି ସମୟରେ ଖୁବ ଭିଡ଼ ହୋଇଥାଏ । ସୁବାଷ ମଉସାଙ୍କ ଅନୁଯାୟୀ ନିରାମିଷ ଦିନ ମାନଙ୍କରେ ଅନ୍ୟ ବାର ଠାରୁ ଦୁଇଗୁଣା ଭିଡ଼ ମଧ୍ୟ ହୋଇଥାଏ ।

Leave a Reply

Your email address will not be published. Required fields are marked *