କଲେଜ ବାହାନାରେ କ୍ୟାବିନ ପଛରେ ରୋମାନ୍ସ କରୁଥିଲେ ଯୁବକ ଯୁବତୀ । ସୋସିଆଲ ମିଡିଆରେ ଭିଡ଼ିଓ ହେଉଛି ଭାଇରଲ

ଆଜିକାଲି ସମୟରେ ଲୋକେ ନିଜ ମାନ ସମ୍ମାନ ଇଜ୍ଜତକୁ ଭୁଲି ଏଭଳି ସବୁ କାମ କରୁଛନ୍ତି ଯାହାର ଫଳ ନିଜକୁ ହିଁ ଭୋଗିବାକୁ ପଡ଼ୁଛି । ପ୍ରେମ କରିବା ନାଁରେ ମର୍ଯ୍ୟାଦା ପାର କରୁଥିବା ଭଳି କାମ କରୁଛନ୍ତି । ପାଠ ନାଁରେ ରୋମାନ୍ସ କରୁଛନ୍ତି । ସେମାନେ ଭାବୁଛନ୍ତି ଯେ , ସେମାନେ ଯାହା କଲେ ବି ତାଙ୍କ କାରନାମା କେହିବି ନଜର ଦେବେ ନାହିଁ । କିନ୍ତୁ ସମୟ ସବୁଦିନ ସମାନ ଯାଏନାହିଁ । କାହିଁକି ନା ବର୍ତ୍ତମାନ ସମୟରେ ଘଟଣା ଲୋକଙ୍କ ନଜରରୂ ହୁଏତ ହଟିଯାଇ ପାରେ କିନ୍ତୁ ସୋସିଆଲ ମିଡିଆରୁ ନୁହେଁ । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରଲ ହେଉଛି ।

ଯେଉଁ ଭିଡ଼ିଓରେ ଦୁଇ ଯୁବକ ଯୁବତୀ ବେଶ ଖୁଲମଖୁଲା ରୋମାନ୍ସ କରିବାରେ ଲାଗିଛନ୍ତି । ଦେଖିଲେ ଆପଣ ଭାବିବେ ଯେ ଏହା ହୁଏତ ସଟ ଭିଡ଼ିଓ ନୁହେଁ । କାହିଁକି ନା କେହିବି ଲୋକେ ପବ୍ଲିକ ସ୍ଥାନରେ ଏଭଳି କାରନାମା କରିବାକୁ ସାହସ କରିବେନି । କାରଣ ଏଭଳି ପବ୍ଲିକ ସ୍ଥାନରେ କରିବା ଏକ ଅପରାଧ ଅଟେ । କିନ୍ତୁ ଏଠାରେ କଥା ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଭିଡ଼ିଓଟି ସମ୍ପୂର୍ଣ୍ଣ ସତ ଅଟେ । ଭିଡ଼ିଓରେ ଦୁଇ ଯୁବକ ଯୁବତୀ ଖୋଲା ସ୍ଥାନରେ ପ୍ରେମ କରିବାରେ ଲାଗି ପଡ଼ିଛନ୍ତି । କିନ୍ତୁ ସେମାନଙ୍କର ଭୁଲ ଧାରଣା ଏହା ଯେ ସେମାନକୁ କେହି ଦେଖୁ ନାହାଁନ୍ତି । କିନ୍ତୁ କ୍ୟାମେରା ଏମିତି ଏକ ଜିନିଷ ଯାହା ଭଲ ଖରାପ ସବୁ କିଛି ଜିନିଷକୁ ଉତ୍ତୋଳନ କରିଥାଏ ।

ଏ କ୍ଷେତ୍ରରେ ମଧ୍ୟ ଏହିଭଳି ହୋଇଛି । ଯୁବତୀ ଜଣକ ପାଠ ପଢ଼ିବା ନାଁରେ ଆସି ଯୁବକଙ୍କ ସହିତ ପ୍ରେମ କରୁଛନ୍ତି । ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବିନିକାଶ ସହରର କଲେଜ ଛକର ଅଟେ । ଯେଉଁଠି ବିନିକାଶ ରାମପୁର ରାସ୍ତାରେ ଏକ ପାନ ଦୋକାନ ପଛ ପଟେ ଏଭଳି ଏକ କୁତ୍ସିତ କାମ ଦେଖିବାକୁ ମିଳିଛି । କହିବାକୁ ଗଲେ ପ୍ରେମ ଖରାପ ନୁହେଁ କିମ୍ବା ପ୍ରେମ କରୁଥିବା ମଣିଷ ମଧ୍ୟ ଖରାପ ନୁହେଁ । କିନ୍ତୁ ଏଭଳି ଭାବରେ ବିଚ ରାସ୍ତାରେ ଲୋକଙ୍କୁ ଖାତିର ନକରି ଏଭଳି କାମ କରିବା ଭୁଲ ଅଟେ । ଯୁବତୀ ଜଣକ ୟୁନିଫର୍ମରେ ଅଛନ୍ତି ।

କିନ୍ତୁ ସ୍କୁଲ ନଯାଇ ରାସ୍ତାରେ ପାନ ଦୋକାନ ପଛ ପଟେ ଅନ୍ୟ ଜଣେ ଯୁବକଙ୍କ ସହିତ ରୋମାନ୍ସ କରୁଛନ୍ତି । ରାସ୍ତାରେ ଅନେକ ଲୋକ ଯାଆସ କରୁଛନ୍ତି । କିନ୍ତୁ ସେମାନେ କାହାକୁ ଧ୍ୟାନ ନଦେଇ ନିଜ ରୋମାନ୍ସରେ ବ୍ୟସ୍ତ ରହୁଛନ୍ତି । ତେବେ କହିବା କଥା ଯେ ଏଭଳି ଛାତ୍ରୀ ମାନେ ପାଠ ପଢ଼ିବା ବାହାନାରେ ଏଭଳି କାମ କରିବା ପୂର୍ବରୁ ଥରୁଟିଏ ନିଜ ଘର ପରିବାରର ଇଜ୍ଜତ କଥା କାହିଁକି ଭାବୁ ନାହାଁନ୍ତି । ପୁଣି କେଉଁ ବ୍ୟକ୍ତି ଏଭଳି ଦୃଶ୍ୟକୁ ନିଜ ଫୋନରେ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରଲ କରିଛନ୍ତି ତାହାବି ଆଶ୍ଚର୍ଯ୍ୟ ଜନକ ଅଟେ । ଉଭୟ କାର୍ଯ୍ୟହିଁ ବାସ୍ତବରେ ନିନ୍ଦନୀୟ ଅଟେ ।

Leave a Reply

Your email address will not be published. Required fields are marked *