ଲାଟିନ କୁ ଯାଇ ଦେହରୁ ଲୁଗା ଖସେଇ ଭିଡ଼ିଓ କଲ କରୁଛି ମୋ ସ୍ତ୍ରୀ…

ପ୍ରତିଦିନ ଏଭଳି ପ୍ରେମ ଆଉ ଧୋକାର ଖବର ସାମ୍ନାକୁ ଆସିବାରେ ଲାଗିଅଛି । ଝିଅ ପୁଅ ପରସ୍ପରକୁ ଭଲ ପାଇ ଘର ଛାଡ଼ି ଚାଲି ଯାଉଥିଲେ କିନ୍ତୁ ଆଜିର ଦୁନିଆଁର ବିବାହିତା ମହିଳା ଆଉ ପୁରୁଷ ମାନେ ମଧ୍ୟ ଏଭଳି କାମ କରିବାକୁ ପଛାଉ ନାହାଁନ୍ତି । ଅନେକ ମହିଳା ଘର ଛାଡ଼ି ପଳାଇ ଯିବା କଥା ବର୍ତ୍ତମାନ ସମୟରେ ସାମ୍ନାକୁ ଆସୁଅଛି । ତେବେ ଏଭଳି ଖବର ଅତ୍ୟନ୍ତ ଲଜ୍ଜାଜନକ ଅଟେ । ନିଜ ଘର ସଂସାର ଆଉ ପିଲା ଛୁଆଙ୍କୁ ପର କରି କିପରି ଚାଲି ଯାଉଛନ୍ତି ଏହି ମହିଳା ମାନେ ।

ଫେସବୁକରୁ ପ୍ରେମ ଆଉ ତାପରେ ପ୍ରେମରେ ପାଗଳ ହୋଇ ମହିଳା ନିଜ ସ୍ୱାମୀ ଆଉ ପିଲାକୁ ଛାଡି ଚାଲି ଯାଇଛନ୍ତି । ନିଜ ସ୍ୱାମୀଙ୍କୁ ଅନେକ ସମୟରେ ମିଛ କଥା କହୁଥିଲେ ଆଉ କହୁଥିଲେ କି ସେ ବାହାଘରର ଇଭେଣ୍ଟ କରିବାପାଇଁ ଯାଉଛନ୍ତି । ଆଉ ଏଭଳି କରି ହଠାତ ଦିନେ ସେ ଘରୁ ପଳାଇଲେ ଯେ ଆଉ ଫେରିଲେ ନାହିଁ । ତେବେ ଏଭଳି ଖବର ବର୍ତ୍ତମାନ ସମୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଅନ୍ୟପକ୍ଷରେ ବର୍ତ୍ତମାନ ସ୍ୱାମୀ ଆଣିଛନ୍ତି ସ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ।

ସ୍ୱାମୀଙ୍କ କହିବା ମୁତାବିକ , ତାଙ୍କ ସ୍ତ୍ରୀ ଆଉ କେଉଁ ପୁଅକୁ ଫେସବୁକରେ ପ୍ରେମ କରୁଥିଲେ । କିନ୍ତୁ ସେ ତାଙ୍କ ନାମ ସ୍ପଷ୍ଟ ଭାବରେ କହି ପାରି ନାହାଁନ୍ତି । ସେ ଆହୁରିମଧ୍ୟ କହିଛନ୍ତି କି , ସେ ତାଙ୍କୁ ଚୁମ୍ବନ ଦେବା ସହିତ ଉଲଗ୍ନ ହୋଇ ଭିଡ଼ିଓ କଲ ମଧ୍ୟ କରିଛନ୍ତି । କିନ୍ତୁ ତାଙ୍କ ପାଖରେ ଏ ବିଷୟରେ କୌଣସି ପ୍ରମାଣ ନାହିଁ । ସ୍ୱାମୀଙ୍କ କହିବା ଅନୁଯାୟୀ , ସେ ବର୍ଷକ ତଳେ ଜେଲ ରେ ଥିଲେ କାରଣ ଗଞ୍ଜେଇ ଟ୍ରକ କାରଣରୁ ସେ ଧରା ପଡ଼ିଥିଲେ ଆଉ ତାପରେ ୨୦ ମାସ ଜେଲରେ ଥିଲେ । ଏହି କାରଣରୁ ତାଙ୍କ ସ୍ତ୍ରୀ ତାଙ୍କୁ ବହୁତ ଘୃଣା କରୁଥିଲେ ।

ଆହୁରିମଧ୍ୟ ତାଙ୍କ ସ୍ୱାମୀଙ୍କୁ କହୁଥିଲେ କି , ମଦ୍ୟପାନ କରି ଆସିଲେ ସେ ତାଙ୍କ ସହିତ ରହିବେ ନାହିଁ । କିନ୍ତୁ ଏହି କଥାକୁ ଖଣ୍ଡନ କରି ସ୍ୱାମୀ କହିଛନ୍ତି କି , ସେ ଆଦୌ ମଦ୍ୟପାନ କରୁନଥିଲେ । ତେବେ ସେ ଯାହା ବି ବର୍ତ୍ତମାନ କାହାରି ଆଖିରୁ ସରୁନି ଲୁହ । ସ୍ତ୍ରୀ ଯିବା ପରେ ନିଜ ପିଲା ପାଇଁ ଚିନ୍ତାରେ ସମସ୍ତେ । ବିଚରା ଛୋଟ ପିଲାଟିଏ କଣ କରିବ । ଆଉ ଏପଟେ ମାଆକୁ ମନେ ପକାଇ କାନ୍ଦୁଛି ପୁଅ । କହୁଛି ମାଆ ତୁମ କଥା ବହୁତ ମନେ ପଡୁଛି । ଅନ୍ୟପକ୍ଷରେ ଘରେ ଥିବା ବୁଢ଼ୀ ମାଆ ମଧ୍ୟ କହିଛନ୍ତି କି , ସେ ଘରକୁ ଫେରି ଆସନ୍ତୁ ଆଉ ନିଜ ପିଲାର ଦେଖାଶୁଣା କରନ୍ତୁ । ସ୍ୱାମୀ ବର୍ତ୍ତମାନ ଥାନାରେ ଅଭିଯୋଗ ଦେଇ ଆସିଛନ୍ତି । ଦେଖାଯାଉ ପୋଲିସ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

Leave a Reply

Your email address will not be published. Required fields are marked *