ପର ପୁରୁଷ ସହିତ ଚାଲିଗଲା ମାଆ, ଏପଟେ ଚାରି ପିଲାଙ୍କ ଆଖିରୁ ଶୁଖୁନି ଲୁହ : ଦେଖନ୍ତୁ ଭିଡିଓ

ମାଆ ଯିଏ ନିଜ ପିଲା ପାଇଁ ଜୀବନ ଦେବାକୁ ବି ରାଜି ଥାଏ ଆଉ ଜୀବନ ନେବାକୁ ବି ରାଜି ଥାଏ । ଯିଏ ନିଜ ପିଲା ପାଇଁ ମରଣକୁ ଭୟ କରେ ନାହିଁ । ଆଉ ନିଜର ସର୍ବସ୍ୱ ନିଜ ପିଲା ପାଇଁ ଦେଇ ଦେଇଥାଏ । ତେବେ ସେଭଳି ମାଆ ଯଦି ଏଭଳି କାମ କରିବ , ତେବେ ପିଲାମାନଙ୍କ ଆଖିରୁ ଆଉ କେବେ ଲୁହ ଶୁଖିବ ନାହିଁ । ଯେତେବେଳେ ସେହି ମାଆ ନିଜ ପିଲାମାନଙ୍କୁ ପର କରିଦିଏ, ସେତେବେଳେ ସେହି ପିଲାମାନେ କେତେ ଯେ କଷ୍ଟ ପାଆନ୍ତି , ସେ କଥା ସେମାନେ ହିଁ ଜାଣିଥିବେ ।

ତେବେ ଏଭଳି ଏକ ଖବର ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ମାଆ ନିଜର ଚାରି ଚାରୋଟି ପିଲାକୁ ପର କରି ଦେଇ ନିଜ ପ୍ରେମିକ ସହ ଚାଲି ଯାଇଛନ୍ତି । ଆଉ ଏପଟେ ପିଲାମାନଙ୍କ ଆଖିରୁ ଶୁଖୁନି ଲୁହ । ଘରେ ଚାରି ଛୁଆ ଆଉ ବାପା । ପରିବାର କହିଲେ ଏହି ପାଞ୍ଚ ଜଣଙ୍କୁ ବୁଝାଏ । ନିଜ ମାଆ ଗଲା ପରେ ଚାରି ପିଲା ପୁରାପୁରି ଏକୁଟିଆ ହୋଇ ପଡିଛନ୍ତି । ଆଉ ଏହି ଛୋଟ ବୟସରେ ବଡ଼ ପିଲାମାନଙ୍କ ଭଳି କାମ କରୁଛନ୍ତି । ନିଜ କଥା ନିଜେ ବୁଝୁଛନ୍ତି । କୁନି କୁନି ହାତରେ ସେମାନେ ନିଜେ ରୋଷେଇ ବାସ କରୁଛନ୍ତି ।

ସେମାନଙ୍କ କଥା ବୁଝିବା ପାଇଁ ଆଉ ନାହିଁ ସେମାନଙ୍କ ମାଆ । ତେବେ ସେଇ ମାଆ କିପରି ନିଜ ପିଲାମାନଙ୍କୁ ଛାଡି ଯାଇପାରିଲା ବର୍ତ୍ତମାନ ତାହା ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ , ରେଢ଼ାଖୋଲ ବ୍ଲକ ଲୁହାପଙ୍କ ପଂଚାୟତର ଦଲି ଗ୍ରାମର ଅଲେଖ ଭୋଇ ଆଉ ତାଙ୍କ ସ୍ତ୍ରୀ ଅନୁସୟା ଭୋଇ । ଦୀର୍ଘ ୧୩ ବର୍ଷ ଧରି ଏକାଠି ଘର ସଂସାର କରି ଆସୁଥିଲେ । ଆଉ ଘର ବି ହସଖୁସିରେ ଚାଲି ଆସିଥିଲା । କିନ୍ତୁ ହଠାତ ଅନୁସୟାଙ୍କର ମନ ଆଉ କେଉଁଠି ଲାଗିଥିଲା। ପର ପୁରୁଷ ପ୍ରେମରେ ଫସି ଯାଇଥିଲେ ଅନୁସୟା ଆଉ ଭୁଲି ଯାଇଥିଲେ ସବୁକିଛି ।

କିଛି ନ ଭାବି ହଠାତ ସେ ସ୍ୱାମୀଙ୍କୁ ମିଛ କହିଥିଲେ ଆଉ ଭାଇ ଅନୁଗୁଳ ମେଡ଼ିକାଲରେ ପଡିଛନ୍ତି କି ପଳାଇ ଯାଇଥିଲେ ଘରୁ ଆଉ ଆଦୌ ଫେରି ନଥିଲେ । ତେବେ ଏହାପରେ ଅଲେଖ ଜାଣିବାକୁ ପାଇଥିଲେ କି ଦୁଇ ମାସ ହେଲା ସେ ପ୍ରେମ କରୁଥିଲେ । ତେବେ ବର୍ତ୍ତମାନ ଆଉ କାହା ଆଖିରୁ ଶୁଖୁନି ଲୁହ । ପିଲା ମାନେ ମାର ଫୋଟ ଦେଖି କାନ୍ଦୁଛନ୍ତି । ଏପଟେ ତାଙ୍କୁ ଦେଖାଶୁଣା କରିବାପାଇଁ କେହି ନାହିଁ କାରଣ ବାପା ଦିନ ମଜୁରିଆ ଆଉ କାମ କରିବାକୁ ଚାଲି ଯାଆନ୍ତି । ତେବେ ବାସ୍ତବରେ ଏଭଳି ଘଟଣା ଅତ୍ୟନ୍ତ ହୃଦୟସ୍ପର୍ଶୀ ।

Leave a Reply

Your email address will not be published. Required fields are marked *