ଭାଇରଲ ହେଲା ଅନୁଭବଙ୍କ ଆଉ ଏକ ଭିଡ଼ିଓ , ଏଥର ଟାର୍ଗେଟ ବର୍ଷା ନୁହଁନ୍ତି ବରଂ ଅନ୍ୟ ଜଣେ ଅଭିନେତ୍ରୀ :- ଦେଖନ୍ତୁ ଭିଡିଓ

ସାଂସଦ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ କଳହ ମାମଲା ବର୍ତ୍ତମାନ ସମୟରେ ଅଧିକ ଗମ୍ଭୀର ହେବାରେ ଲାଗିଛି । ତେବେ ଗତ କିଛିଦିନ ତଳେ ଅନୁଭବ ମହାନ୍ତି ବର୍ଷାଙ୍କୁ ଟାର୍ଗେଟ କରି ତାଙ୍କ ବିରୋଧରେ କହି ଏକ ଭିଡ଼ିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । ପରେ କୋର୍ଟ ଅନୁଭବଙ୍କୁ ଏପରି ଭିଡ଼ିଓ ପୋଷ୍ଟ ନକରିବାକୁ ଆଦେଶ ଦେଇଥିଲା ।

କିନ୍ତୁ ଦୁଇ ଦିନ ତଳେ ଜଣେ ଅଭିନେତ୍ରୀ ଗଣମାଧ୍ୟମ ସାମ୍ନାରେ ଅନୁଭବଙ୍କ ନାମରେ ଏପରି ବୟାନ ଦେଇଥିଲେ ଯାହାକୁ ନେଇ ପୁଣିଥରେ ସାଂସଦ ଅନୁଭବ ମହାନ୍ତି ମୁଁହ ଖୋଲିଛନ୍ତି । ଅଭିନେତ୍ରୀଙ୍କ କଥାର କଡ଼ା ଜବାବ ଦେଇଛନ୍ତି । ଆଉ ଅଭିନେତ୍ରୀ ଲଦିଥିବା ଦୋଷ କେତେ ଦୂର ସତ ଏବଂ ମିଛ ତାହା ମଧ୍ୟ ଜଣାଇଛନ୍ତି । ଅନୁଭବଙ୍କ ଅନୁଯାୟୀ ଅଭିନେତ୍ରୀ ଜଣକ ଅନେକ ଏଲବମରେ କାମ କରିଛନ୍ତି ଏବଂ କିଛି ଫିଲ୍ମରେ ମଧ୍ୟ କାମ କରିଛନ୍ତି ।

ପୁଣି ଅନୁଭବ ସାକ୍ଷାତ ତାଙ୍କ ସହ ଖୁବ କମ । ତେବେ ଅନୁଭବଙ୍କ କହିବା କଥା ବିନା ମିଳାମିଶାରେ ଅଭିନେତ୍ରୀ ଅନୁଭବଙ୍କ ନାମରେ ଯାହା କହିଲେ ତାହା ଅନୁଭବଙ୍କୁ ବଦନାମ କରିବା ପାଇଁ ଅଭିନେତ୍ରୀ ନିଜେ କହିଥାଇ ପାରନ୍ତି କିମ୍ବା କାହା କଥାରେ ପଡ଼ି ଏପରି କରିଥାଇ ପାରନ୍ତି । ଅଭିନେତ୍ରୀ ପୂର୍ବରୁ କହିଛନ୍ତି ଯେ ଅନୁଭବ କେବେ ମହିଳା ମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ । ଏହି କଥାକୁ ଅନୁଭବ ସମ୍ପୂର୍ଣ୍ଣ ରୂପେ ଅମାନ୍ୟ କରିଛନ୍ତି । ଅନୁଭବ ଏହି କଥାକୁ ସମ୍ପୂର୍ଣ୍ଣ ରୂପେ ଅସ୍ୱୀକାର କରିଛନ୍ତି ।

ପ୍ରମାଣ ଦେବାକୁ ଯାଇ ଅନୁଭବ ସେହି ଘଟଣା ସହ ଜଡ଼ିତ ଜଣେ ବ୍ୟକ୍ତିଙ୍କୁ ମଧ୍ୟ କ୍ୟାମେରା ସାମ୍ନାକୁ ଆଣିଛନ୍ତି ଯିଏକି ପୁରା ଘଟଣାର ସତ୍ୟତା କହିଛନ୍ତି । ଘଟଣା ଅନୁଯାୟୀ ଅନୁଭବ ଏବଂ ସେହି ଅଭିନେତ୍ରୀଙ୍କ ସାକ୍ଷାତ ଯାଜପୁର ଜିଲ୍ଲା କତରାପୁର ଗାଁ ରେ ହୋଇଥିବା କାଳୀପୂଜା ରେ ହୋଇଥିଲା । ସେଠାରେ ହୋଇଥିବା ଏକ କାର୍ଯ୍ୟକ୍ରମକୁ ଭିତ୍ତି କରି ଅଭିନେତ୍ରୀ ଜଣକ ଅନୁଭବଙ୍କ ଉପରେ ମିଛ ଆରୋପ କରିଥିବା ବ୍ୟକ୍ତି କହିଛନ୍ତି । କାରଣ ସେ ସେହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିଲେ ।

ସମ୍ପୂର୍ଣ୍ଣ ମିଛ କଥାକୁ ପାଥେୟ କରି ତାଙ୍କୁ ବଦନାମ କରାଯାଉଥିବା କହିଛନ୍ତି ଅନୁଭବ । ତେବେ ଅନୁଭବ ଏହା ମଧ୍ୟ କହିଛନ୍ତି ଯେ ଅଭିନେତ୍ରୀ ଏପରି ମତ ଦେବାର ଏହା ପ୍ରଥମଥର ନୁହେଁ । ବରଂ ପୂର୍ବରୁ ଅନେକ ଥର ଏପରି କହିଥିବା ଅନୁଭବ ଜାଣିବାକୁ ପାଇଛନ୍ତି ।

Leave a Reply

Your email address will not be published. Required fields are marked *