ଲୋକମାନଙ୍କୁ ହଇରାଣ କରୁଥିଲା, ଲୋକମାନଙ୍କୁ ଭୟବିତ୍ତ କରି ରଖିଥିଲେ, ସେଥିପାଇଁ ରାଗରେ ମାରି ଦେଲି….

ସାମ୍ନାକୁ ଆସିଲା ନବ ଦାସଙ୍କ ମୃତ୍ୟୁ ପଛରେ ଥିବା ବଡ଼ ସତ୍ୟ । ଗୋପାଳ କହିଲା କାହିଁକି ମାରିଥିଲା ପ୍ରଭାବ ଶାଳୀ ମନ୍ତ୍ରୀ ନବ ଦାସଙ୍କୁ । ନବ ଦାସଙ୍କ ମୃତ୍ୟୁର ନ ଦିନ ପରେ ଗୋପାଳର ତୁଣ୍ଡ ଖୋଲିଛି । ଆଉ ତା ତୁଣ୍ଡରୁ ଯେଉଁ କଥା ବାହାରିଛି ତାହା ସମସ୍ତଙ୍କୁ ଚକିତ ବି କରିଦେଇଛି । ଗୋପାଳ କାହିଁକି ଆଉ କେଉଁଥି ପାଇଁ ନବ ଦାସଙ୍କୁ ହତ୍ୟା କରିଥିଲା ତାର କାରଣ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସି ଯିବ।

ନବ ଦାସଙ୍କ ମୃତ୍ୟୁ ପରେ ସାରା ଓଡିଶା ବାସୀ ଚାହିଁ ରହିଥିଲେ ସେହି କଥାକୁ । କି କାହିଁକି ଓ କଣ ପାଇଁ ଗୋପାଳ ଭିଆଇ ଥିଲା ସାଙ୍ଘାତିକ କାଣ୍ଡ । ସେହି ଘଟଣା ସେହି ରହସ୍ୟ ଉପରୁ ଏବେ କ୍ରାଇମବ୍ରାଞ୍ଚ ପରଦା ହଟାଇଛି । ଗୋପାଳ କହିଛି ନବ ଦାସଙ୍କ ମୃତ୍ୟୁ ପଛରେ ଥିବା ସେହି କାହାଣୀ । ଗୋପାଳ କହିଛି ତାର ନବ ଦାସଙ୍କ ସାଥିରେ କୌଣସି ଶତ୍ରୁତା ନାଥିଲା । ଗୋପାଳ କୁଆଡେ କହିଛି ତାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଉପରେ କୌଣସି ବ୍ୟକ୍ତିଗତ ରାଗ ନଥିଲା ।

ହେଲେ ସେ କେଉଁଥି ପାଇଁ ମାରିଲା ତାର ଅଲଗା ଏକ କାରଣ ଅଛି ।ଆଉ ସବୁଠୁ ବଡ଼ କଥା ହେଉଛି ଗୋପାଳ କୁଆଡେ ନବ ଦାସଙ୍କୁ ମାରିବା ପାଇଁ ଚାରି ମାସ ଭିତରେ ତିନି ଥର ଚେଷ୍ଟା କରିଥିଲା । ଗୋପାଳ ନବ ଦାସଙ୍କୁ ମାରିବା ପାଇଁ ଚାରି ମାସ ଭିତରେ ତିନି ଥର ଯୋଜନା ବି ପ୍ରସ୍ତୁତ କରିଥିଲା । ହେଲେ ଦୁଇ ଥର ନବଙ୍କ ଆୟୁଷ ସରି ନଥିବାରୁ ଗୋପାଳ ଯୋଜନା ପ୍ରସ୍ତୁତ କରି ମଧ୍ୟ ବିଫଳ ହୋଇଥିଲା ।

ଆଉ ଶେଷରେ ଗୋପାଳ ତୃତୀୟ ଥରରେ ନେଇଯାଇଥିଲା ନବ ଦାସଙ୍କ ଜୀବନ । ହେଲେ କାହିଁକି ଗୋପାଳ ଏତେ ନେତା ମନ୍ତ୍ରୀଙ୍କ ଭିତରେ ନବ ଦାସଙ୍କ ଉପରେ ରଖିଥିଲା ରାଗ । ଗୋପାଳର କହିବା କଥା ଅନୁଯାୟୀ ନବ ଦାସ କୁଆଡେ ତାକୁ କହି ନଥିଲେ ହେଲେ ଗୋପାଳଙ୍କୁ ନବ ଦାସ ଭଲ ଲାଗୁନଥିଲେ । ନବ ଦାସ କୁଆଡେ ଲୋକଙ୍କୁ ଆତଙ୍କିତ ଆଉ ଭୟଭୀତ କରାଇ ରଖୁଥିଲେ ଯେଉଁଟା ଗୋପାଳର ପସନ୍ଦ ନଥିଲା ।

ନବ ଦାସ କୁଆଡେ ଲୋକ ମାନଙ୍କୁ ନିର୍ଯାତନା ଦେଉଥିଲା । ଲୋକ ମାନେ କୁଆଡେ ନବ ଦାସଙ୍କୁ ଭୟ କରୁଥିଲେ । ଆଉ ଏହି ସବୁ ଦେଖି ଗୋପାଳ କୁଆଡେ ସହି ପାରୁ ନଥିଲା । ଶେଷରେ ଗୋପାଳ ମନେ ମନେ ଚିନ୍ତା କଲା ନବ ଦାସଙ୍କୁ ଉପରକୁ ପଠେଇ ଦେବା ପାଇଁ । ଆଉ ଶେଷରେ ଗୋପାଳ ଦୁଇ ଥର ଫେଲ ହେବା ପରେ ଦୁଇ ଥର ହତ୍ୟା କରିବାକୁ ଯାଇ ବିଫଳ ହେବା ପରେ ।

ଗୋପାଳ ତୃତୀୟ ଥରରେ ରଚିଥିଲା ସାଙ୍ଘାତିକ କାଣ୍ଡ । ଏଭଳି କିଛି ଗୋପାଳ କ୍ରାଇମବ୍ରାଞ୍ଚ ଆଗରେ ସତ ଓଗାଳି ଥିବା ଏବେ ଲୋକେ ଆଲୋଚନା କରୁଛନ୍ତି । ହେଲେ ଏହା କେତେ ସତ ଆଉ କେତେ ମିଛ ତାହା କେବଳ ଗୋପାଳ ଆଉ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ଜଣା । ସେପଟେ ଚାହୁଁ ଚାହୁଁ ଏହାରି ଭିତରେ ନ ଦିନ ପୁରୀ ଗଲାଣି । ଗୋପାଳକୁ କ୍ରାଇମବ୍ରାଞ୍ଚ ଅଧିକାରୀ ବିଭିନ୍ନ ସ୍ଥାନକୁ ନେଇ ପଚରା ଉଚୁରା କରିବା ସହିତ ତଦନ୍ତକୁ ଜୋର ସୋର କରୁଛନ୍ତି।

ନବଙ୍କ ମୃତ୍ୟୁକୁ ନେଇ ରାଜ ନୈତିକ ମହଲରେ କୋକୁଆ ଭୟ ଖେଳି ଯାଇଛି । ନବଙ୍କ ମୃତ୍ୟୁ ପରେ ନେତା ମାନଙ୍କ ମନରେ ଭୟ ଦେଖିବାକୁ ମିଳିଛି । ନେତା ମାନେ କହୁଛନ୍ତି ଆଉ ସେମାନଙ୍କର କୁଆଡେ ନିଜ ନିଜ ପିଏସ ଓ ଙ୍କ ଉପରେ ଭରସା ଆସୁନି । ସବୁ ପିଏସ ଓ ଆଉ ଗୋପାଳ ହୋଇ ଯିବେନି ତ ଏ ପ୍ରଶ୍ନ ମଧ୍ୟ ନେତାଙ୍କ ମନରେ ଉଠୁଛି । ସେପଟେ ଗୋପାଳ ନବଙ୍କ ମୃତ୍ୟୁ ପଛରେ ରହସ୍ୟ କୁଆଡେ କ୍ରାଇମବ୍ରାଞ୍ଚ କୁ କହିଥିବା ହେଉଛି । ତେବେ ଦେଖିବାକୁ ବାକି ରହିଲା କେବେ ସମ୍ପୂର୍ଣ୍ଣ ରୂପେ ଘଟଣା ଉପରୁ ପରଦା ହଟିବ ।

Leave a Reply

Your email address will not be published. Required fields are marked *