ପ୍ରେମରେ ଧୋକା ଖାଇ ଆରପାରିକୁ ଚାଲିଗଲେ ଆଉ ଜଣେ ସୌମ୍ୟ…

ପୁଣି ସାମ୍ନାକୁ ଆସିଲା ପ୍ରେମ ଆଉ ପ୍ରତାରଣାର କାହାଣୀ । ପୁଣି ହାରିଦେଲେ ଆଉ ଜଣେ ଜୀବନ । ପ୍ରେମ ଆଉ ପ୍ରତାରଣା ପାଇଁ ଆଉ ଜଣେ ସୌମ୍ୟ ବଳି ପଡିଲେ । ଯୁଗ ଯୁଗ ପାଇଁ ନିଜ ପ୍ରେମର ପ୍ରମାଣ ଦେଇ ଚାଲିଗଲେ । କିନ୍ତୁ ଶେଷରେ ତାଙ୍କୁ ମିଳିଲା ନାହିଁ କିଛି । ମାନସିକ ଭାରସ୍ୟାମ ହରାଇ ଦେଇ ଆଉ ଜଣେ ପ୍ରେମିକ ମନର ଶାନ୍ତି ପାଇଁ ଆତ୍ମହତ୍ୟାକୁ ଶେଷ ମାଧ୍ୟମ ହିଁ ବାଛି ନେଲେ । ଆଉ ବାପା ମାଆ ଆଖିରେ ଚିରଦିନ ପାଇଁ ଲୁହ ଦେଇଗଲେ ।

ତେବେ ପୁଣିଥରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଅଛି । ନିଜ ପ୍ରେମିକା ପାଇଁ ଜୀବନ ହାରି ଦେଇଛନ୍ତି ପ୍ରେମିକ । ପ୍ରେମିକାକୁ ନ ପାଇ ଦୁଃଖରେ ଭାଙ୍ଗି ପଡିଥିଲେ ପ୍ରେମିକ ଆଉ ସେଥିପାଇଁ ଚାଲିଗଲେ ଆର ପାରିକୁ । ତେବେ ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ଜହ୍ନିଆ ଗାଁର ରତ୍ନାକର ମଲ୍ଲିକଙ୍କ ପୁଅ ପ୍ରଦୀପ । ଗୁଜୁରାଟର ଏକ ଘରୋଇ କମ୍ପାନୀରେ ରହି କାମ କରୁଥିଲେ । ତେବେ ସେ ନିଜ ଗ୍ରାମର ଜଣେ ଯୁବତୀଙ୍କୁ ମନ ଦେଇ ବସିଥିଲେ ଆଉ ନିଜ ଜୀବନ ଠାରୁ ମଧ୍ୟ ଅଧିକ ଭଲ ପାଉଥିଲେ ।

କିଛିଦିନ ପୂର୍ବରୁ ନିଜ ପ୍ରେମିକାର ବିବାହ କଥା ଶୁଣି ପ୍ରଦୀପ ଗ୍ରାମକୁ ଫେରିଥିଲେ ଆଉ ନିଜ ପ୍ରେମିକାଙ୍କୁ ଦେଖା କରିବାପାଇଁ ଅତ୍ୟନ୍ତ ଚେଷ୍ଟା କରିଥିଲେ । ଆଉ ନିଜ ମନର କଥାକୁ ତାଙ୍କ ଆଗରେ କହିବା ପାଇଁ ବ୍ୟସ୍ତ ହୋଇ ପଡୁଥିଲେ । କିନ୍ତୁ ତାଙ୍କୁ ଏହି ସୁଯୋଗ ମିଳି ପାରିନଥିଲା । ପ୍ରେମିକା ଖୁସି ଖୁସିରେ ଆଉ କାହା ସହ ବେଦୀରେ ବାହା ହୋଇଗଲେ । ନିଜ ପ୍ରେମିକ କଥା ଟିକିଏ ବି ଭାବିଲେ ନାହିଁ । ତେବେ ଏପଟେ ନିଜ ପ୍ରେମିକା ମଥାରେ ସିନ୍ଦୁର ଦେଖି ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଥିଲେ ପ୍ରଦୀପ ।

ନିଜ ପ୍ରେମିକାର ଶବାରୀ ଉଠିବା ପୂର୍ବରୁ ନିଜ ଜୀବନ ହାରିଦେବା ପାଇଁ ନିଷ୍ପତ୍ତି ନେଇଥିଲେ ପ୍ରଦୀପ । ଯେଉଁ ପ୍ରେମିକାଙ୍କୁ ସେ ସାରା ଜୀବନର ସାଥି କରିବା ସ୍ବପ୍ନ ଦେଖିଥିଲେ ତାଙ୍କୁ ଆଜି ଆଉ କାହା ସହ ଦେଖି ସହି ପାରିନଥିଲେ ସେ ଆଉ ଶେଷରେ ହାତରେ ମଦ ବୋତଲ ଆଉ ଦଉଡି ଧରି ଗାଁ ମୁଣ୍ଡରେ ଥିବା ଏକ ଗଛରେ ଫାଶୀ ହୋଇ ଯାଇଥିଲେ । ତେବେ ଘର ଲୋକ ଏ ବିଷୟରେ ଜାଣି ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ତେବେ ପୋଲିସ ଆସି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ଆଉ ଏ ବାବଦରେ ଅଧିକ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *