ମାର ଶେଷ ସମୟରେ ଆସିଲା ନାହିଁ ଗୋଟିଏ ବୋଲି ପୁଅ , ୬ ଝିଅ କୋକେଇକୁ ଦେଲେ କାନ୍ଧ ଓ ମୁଖାଗ୍ନି…

ଦୁନିଆଁରେ ମା କୁ ହିଁ ସର୍ବୋଚ୍ଚ ସ୍ଥାନରେ ସ୍ଥାପନ କରାଯାଇଛି । ମା ବିନା ସବୁକିଛି ଅଧା ବୋଲି କୁହାଯାଏ । ମାଟିଏ ନହେଲେ କେହି ପିଲା ନିଜର କାମକୁ ଠିକ୍ ଭାବରେ କରି ପାରେନାହିଁ । ମା ଏଭଳି ଏକ ମଣିଷ ଯାହା ପାଖରେ ସବୁ ସମସ୍ୟାର ସମାଧାନ ଥାଏ । ଆଉ ମା ହିଁ ସବୁ ପିଲାଙ୍କର ପ୍ରଥମ ଶିକ୍ଷକ ଏବଂ ଡାକ୍ତର ମଧ୍ୟ ହୋଇଥାଏ । ତେବେ ଆମ ପାଇଁ ଏତେ ଉତ୍ସର୍ଗୀକୃତ ହୋଇଥିବା ମା ଟିକୁ ଯେତେବେଳେ ସମସ୍ତେ ଦୃଷ୍ଟିଆରୋପ ନ କରନ୍ତି , ସେତେବେଳେ ଏହା ଏକ ଲଜ୍ଜାର କଥା ପାଲଟିଯାଏ । ଆଉ ପୁଣି ତାହା ମା ର ଶେଷ ସମୟରେ। ମା ର ବିଶିକେଶନ ହୋଇଥାନ୍ତି ପୁଅ ମାନେ , ଆଉ ପୁଅଟିଏ ଯେତେବେଳେ ଶେଷ ସମୟରେ ମା ମୁହଁରେ ମୁଖାଗ୍ନି ବି ଦିଏନାହିଁ ତେବେ ଏହାକୁ ଧିକ କରିବା କଥା ।

ଏଭଳି ଏକ ଘଟଣା ଓଡ଼ିଶାରେ ଦେଖିବାକୁ ମିଳିଛି । ଯେଉଁଠାରେ ମା ର ଶେଷ ସମୟରେ ୬ ଝିଅ ତାଙ୍କୁ ଶବକୁ କୋକେଇରେ ବୋହି ବୋହି ନେଇ ଯାଉଛନ୍ତି । ହେଲେ ଦେଖା ମିଳୁନାହିଁ ତାଙ୍କ ପୁଅଙ୍କର । ଯାହାକୁ ସେ ଗେଲ ବସରରେ ବଢାଇଥିଲେ । ଆଉ ୬ ଝିଅ ମିଶି ତାଙ୍କ ମାଙ୍କୁ ମୁଖାଗ୍ନି ମଧ୍ୟ ଦେଉଛନ୍ତି । ଆଉ ଆଶ୍ଚର୍ଯ୍ୟର କଥା ଏହା ଯେ ସେହି ମାଙ୍କୁ ତାଙ୍କ ପୁଅ ପାଖରେ ମଧ୍ୟ ରଖୁନଥିଲେ ।

ବାପାମା ପୁଅଟିଏ ପାଇବା ପାଇଁ କେତେ କଣ ନ କରନ୍ତି । ମନ୍ଦିର ଯାଆନ୍ତି , ବାର ଓଷା କରନ୍ତି । ସେମାନେ ପୁଅକୁ ହିଁ ସବୁକିଛି ଭାବନ୍ତି । ପୁଅଟିଏ ତାଙ୍କ କୂଳ ଉଦ୍ଧାର କରିବ ଆଉ ମଲା ବେଳେ ତାଙ୍କ ମୁହଁରେ ନିଆଁ ଦେବ ବୋଲି ଆଶା ରଖିଥାନ୍ତି । ଆଉ ଝିଅଟିକୁ ସେମାନେ ଧିକ୍କାର କରିଥାନ୍ତି ।

ତେବେ ସମ୍ବଲପୁରରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସେଠାକାର ଭୁବନ ସାହୁଙ୍କ ପତ୍ନୀ ଶ୍ରୀମିତୀ ସାହୁ ପୁଅ ନ ପଚାରିବାରୁ ୧୫ ବର୍ଷ ହେଲା ଗୁଜୁରାତି କଲୋନୀରେ ରହୁଥିଲେ । ତେବେ ତାଙ୍କ ଦେହାନ୍ତ ହୋଇଯିବା ପରେ ତାଙ୍କ ପୁଅ ଶେଷଦର୍ଶନ କରିବା କିମ୍ବା ମୁଖାଗ୍ନି ଦେବା ପାଇଁ ମଧ୍ୟ ଆସିନଥିଲା । ୬ ଝିଅରେ ଗୋଟିଏ ପୁଅକୁ ଜନ୍ମ ଦେଇଥିଲେ ଶ୍ରୀମିତୀ ସାହୁ ।

ତେବେ ମା ର ଶେଷ ସମୟରେ ଆଖି ଛଳଛଳ କରି ୬ ଝିଅ ମାଙ୍କୁ ମୁଖାଗ୍ନି ଦେଉଛନ୍ତି । ନିଜ ମନର କୋହକୁ ମନ ଭିତରେ ଚାପି ଧରି ନିଜ ମା ମୁହଁରେ ନିଆଁ ଦେଉଥିବାର ଦୃଶ୍ୟ ଦେଖି ଯେ କେହି ବି କାନ୍ଦି ପକାଇବେ । ତେବେ ଏହା ସମାଜ ପାଇଁ ଏକ ଉଦାହରଣ ସାଜିଛି ଯେ ଝିଅ ମାନେ ବି କାହା ଠାରୁ କମ୍ ନୁହଁନ୍ତି ।

Leave a Reply

Your email address will not be published. Required fields are marked *