ପ୍ରେମିକା ଶୋଇବା ପରେ ପ୍ରେମିକ ଜଣକ ୮୫ ଜଣ ମହିଳାଙ୍କୁ ମେସେଜ ପଠାନ୍ତି, ସମସ୍ତଙ୍କ ପାଖକୁ ଲେଖନ୍ତି ସମାନ ମେସେଜ…

ଫେବୃୟାରୀକୁ ପ୍ରେମର ମାସ ବୋଲି କୁହାଯାଏ। ଏବେ ଭାଲେଣ୍ଟାଇନ ସପ୍ତାହ ଚାଲିଛି । ଏହି ସପ୍ତାହରେ ପ୍ରେମୀମାନେ ସେମାନଙ୍କର ସମ୍ପର୍କକୁ ଅଧିକ ମଜଭୁତ କରିବାକୁ ଚେଷ୍ଟା କରନ୍ତି। ପ୍ରେମର ସମ୍ପର୍କ ଦୁଇ ପ୍ରେମୀଙ୍କ ବିଶ୍ଵାସ ଉପରେ ଚାଲିଥାଏ। କିନ୍ତୁ ସୋସିଆଲ ମିଡିଆରେ ଜଣେ ମହିଳା ନିଜ ଅବିଶ୍ୱାସୀ ପ୍ରେମିକର ବାସ୍ତବତାକୁ ବହୁ ଦୁଃଖ ରେ ସେୟାର କରିଛନ୍ତି। ମହିଳା ଜଣକ ନିଜ ପ୍ରେମିକର ପ୍ରତାରଣା ବିଷୟରେ ଜାଣିବା ପରେ ବହୁତ୍ ଭାଙ୍ଗିପଡିଲେ। ପ୍ରେମିକ ଜଣଙ୍କ ୮୫ ଜଣ ମହିଳାଙ୍କ ସହ ଫ୍ଲର୍ଟିଂ କରୁଥିଲେ। ବ୍ରେକଅପ୍ ପରେ ପ୍ରେମିକ ଜଣଙ୍କ ଅନ୍ୟ ମହିଳାଙ୍କୁ ପଠାଉଥିବା ଲଜ୍ଜାଜନକ ମେସେଜ ବିଷୟରେ ସୋସିଆଲ ମିଡିଆରେ କହିଛନ୍ତି ।

ପ୍ରେମରେ ଧୋକା ଦେବା ସବୁଠାରୁ ଖରାପ କାମ। ତା’ପରେ ପ୍ରେମିକ ଜଣେ ନୁହେଁ ବରଂ ୮୫ ଜଣଙ୍କ ସହ ସମ୍ପର୍କ ରଖିବାକୁ ଚାହାଁନ୍ତି, ତେବେ ହୃଦୟ ଭାଙ୍ଗିଯାଏ । ସୋସିଆଲ ମିଡିଆରେ ଟୋରୀ ନାମକ ଜଣେ ମହିଳା ତାଙ୍କ ଧୋକେବାଜ୍ ପ୍ରେମିକର କାହାଣୀ ସେୟାର କଲେ। ଟୋରି ତାଙ୍କ ପ୍ରେମିକଙ୍କ ଫୋନରେ ଏକ ଡେଟିଂ ଆପ୍ ପାଇଲେ। ଯେତେବେଳେ ସେ ଆପ୍ ଖୋଲିଲେ, ସେ ଦେଖିଲେ ଯେ ତାଙ୍କ ପ୍ରେମିକ ଅନ୍ୟ ମହିଳାଙ୍କ ସହ ପ୍ରେମ ଆଳାପ କରିବାକୁ ବହୁତ ଆଗ୍ରହୀ । ତାଙ୍କ ପ୍ରେମିକ ପ୍ରାୟ ୮୫ ଜଣ ମହିଳାଙ୍କୁ ମେସେଜ କରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟ କଥା କୌଣସି ଝିଅ ତାଙ୍କୁ ଭାଉ ଦେଇନଥିଲେ।

ଏକ ଭିଡିଓ ମାଧ୍ୟମରେ ତାଙ୍କୁ ମିଳିଥିବା ପ୍ରତାରଣା ବିଷୟରେ କହିଛନ୍ତି । ଭିଡିଓଟିକୁ ୯ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି। ଯେତେବେଳେ ସେ ତାଙ୍କ ପ୍ରେମିକର ଫୋନ୍ ଦେଖିଲେ,ତାଙ୍କ ପ୍ରେମିକ ପ୍ରାୟ ୮୫ ଜଣ ମହିଳାଙ୍କ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସବୁଠାରୁ ଲଜ୍ଜାଜନକ କଥା ହେଉଛି ଯେ ତାଙ୍କ ସହ କେହି କଥାବାର୍ତ୍ତା କରିବାକୁ ଚାହୁଁନଥିଲେ। ଏ ସବୁ ଦେଖି ଟୋରି ସହିନପାରି କାନ୍ଦି ପକାଇଲେ ଏବଂ ତାଙ୍କ ପ୍ରେମିକଙ୍କ ସହ ଥିବା ସବୁ ସମ୍ପର୍କ କାଟି ଦେଲେ।

ଟୋରି କହିଲେ ଯେ ତାଙ୍କ ପ୍ରେମିକ ସମସ୍ତ ମହିଳାଙ୍କୁ କେବଳ ଗୋଟିଏ ମେସେଜ ଲେଖୁଥିଲେ – ହାଏ! କିନ୍ତୁ କେହି ତାଙ୍କୁ ଉତ୍ତର ଦେଇନାହାଁନ୍ତି । ସେ ନିଜ ପ୍ରୋଫାଇଲରେ ରଖିଥିବା ଫଟୋ ଏତେ ବେକାର ଥିଲା ଯେ କେହି ଦେଖି ନଥିବେ। ବର୍ତ୍ତମାନ ପ୍ରେମିକ ସହ ସମ୍ପର୍କ ଭାଙ୍ଗି ଟୋରି ବହୁତ୍ ଖୁସିରେ ଅଛନ୍ତି ଏବଂ ଜୀବନରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି।

Leave a Reply

Your email address will not be published. Required fields are marked *