ମା’ ଥାଉ ଥାଉ ଝିଅ ହେଲା ଅନାଥ । ବାପାର ମୃତ୍ୟୁ ପରେ ଆଉ ଜଣକୁ ବାହା ହେଇ ପଳେଇଲା ମା…

ମା’ ନାମରେ ଯେଉଁ ମଧୁରତା ଅଛି ମା’ ର ଚରିତ୍ର ତାଠାରୁ ଆହୁରି ଅଧିକ ବଳୀ । କିନ୍ତୁ କଣ ଆଜିକା ସମାଜରେ ସେହି ମା’ ସନ୍ତାନର ସମ୍ପର୍କ ସେତେ ପବିତ୍ର ଏବଂ ନିଃସ୍ୱାର୍ଥପର ଅଛି ? କାହିଁକି ନା ବର୍ତ୍ତମାନ ସମୟରେ ଯେଉଁ ସବୁ ଘଟଣା ଲୋକ ଲୋଚନକୁ ଆସୁଛି ସେଥିରୁ ଅନେକ ବ୍ୟତିକ୍ରମ ନିଶ୍ଚୟ ଦେଖା ଯାଉଛି । କେଉଁଠି ମା’ ନିଜ ସନ୍ତାନକୁ ମାରି ଦେଉଛି ତ କେଉଁଠି ନିଜ ବାପା ନିଜ ଛୁଆକୁ ନିର୍ଯାତନା ଦେଲାଣି । କେବଳ ଯେ ଜନ୍ମ କରିଦେଲେ ଯେ ସବୁକିଛି କର୍ତ୍ତବ୍ୟ ଶେଷ ହୋଇଯାଏ ତାହା ଆଦୋୖ ନୁହେଁ ।

ଜଣେ ମାତା ପିତା ସେତେବେଳେ ଛୁଆ ଜନ୍ମ କରିବାକୁ ଆକାଂକ୍ଷା କରିବା ଉଚିତ ଯେତେବେଳେ ସେମାନେ ଭରଣ ପୋଷଣ କରିବାକୁ ସମର୍ଥ । ନଚେତ ଜନ୍ମରୁ ହିଁ ସେହି ପିଲା ମୃତ ସଦୃଶ ହୋଇଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବୁ ଯେଉଁଠି ଜଣେ ଝିଅ କିପରି ନିଜର ମା’ ଥାଉ ଥାଉ ଅନାଥ ହୋଇ ଯାଇଛି । ଆଉ ନିଜର ସବୁ ଖୁସି ଅଧିକାରରୁ ମଧ୍ୟ ବଞ୍ଚିତ ହୋଇଛି । ତେବେ ସୂଚନା ଅନୁଯାୟୀ ଏହି ଘଟଣା ଗଞ୍ଜାମ ଜିଲ୍ଲାର ଅଟେ । ଯେଉଁଠି ପୂଜା ନାୟକ ନାମକ ଜଣେ ଝିଅ ନିଜ ମା’ ଥାଉ ଥାଉ ମାଉସୀ ଘରେ ରହିଛି ।

ତେବେ ଘଟଣା ଏହା ଯେ ପୂଜା ଯେତେବେଳେ ଛୋଟ ଥିଲା ସେତେବେଳେ ତାର ବାପାଙ୍କ ଦେହାନ୍ତ ହୋଇ ଯାଇଥିଲା । ଆଉ ବାପାଙ୍କ ଦେହାନ୍ତ ପରେ ମା’ ଅନ୍ୟ ଜଣକୁ ବିବାହ କରିଥିଲା । ତେଣୁ ପୂଜାର ମାଉସୀ ତାକୁ ନେଇ ନିଜ ଘରେ ରଖିଲେ । ଘରେ ରଖିଲେ ସତ କିନ୍ତୁ ପୂଜାର ପ୍ରତିପୋଷଣ କରିବାକୁ ସେ ସମ୍ପୂର୍ଣ୍ଣ ଅସମର୍ଥ ଅଟନ୍ତି । କାରଣ ପୂଜାର ମାଉସୀର ଏମିତିରେ ତିନି ସନ୍ତାନ ତେଣୁ ସେ ପୂଜାକୁ ଭଲ ଭବିଷ୍ୟତ ଦେବା କିମ୍ବା ପାଠ ପଢ଼ାଇବାକୁ ସମର୍ଥ ନୁହଁନ୍ତି ।

ପୂଜାଙ୍କ ବାପା କୃଷ୍ଣ ନାୟକ ଏବଂ ମା ଶାରଦା ନାୟକ । ବାପାଙ୍କ ଦେହାନ୍ତ ପରେ ମା’ ଜୀବିତ ଥିଲେ ବି ମା’ ଝିଅକୁ ନଦେଖି ନିଜ ଖୁସି ପାଇଁ ଆଉ କାହା ସହ ଚାଲି ଯାଇଥିଲା । ଆଉ ବର୍ତ୍ତମାନ କୁନି ଝିଅ ପୂଜାର ଦୁଃଖ ଭରା ମୁହଁ ଦେଖିଲେ ଯେ କେହିବି କାନ୍ଦି ପକାଇବେ । ଏତିକି ଛୋଟ ବୟସରୁ ଯେଉଁ ଦିନ ସେ ଦେଖିଛି ତାହାକୁ ଛୋଟ ବୟସରୁ କିପରି ସୁଧାରିବ । ପାଠ ପଢ଼ିଲେ ଯାଇ ସିନା ଆଗକୁ ଭବିଷ୍ୟତ ଗଢ଼ିବ । ତେଣୁ ବର୍ତ୍ତମାନ କେବଳ ସରକାରଙ୍କ ସହାୟତାକୁ ଆଶା କରିଛି ପୂଜା ।

Leave a Reply

Your email address will not be published. Required fields are marked *