ଭାଇ ସାଜିଲେ ଉଦାହରଣ, କଲି ଯୁଗରେ ଏମିତି ଭାଇ ମିଳିବା କଷ୍ଟ

ଭାଇ ପାଇଁ ଭାଇ ହେଉଛି ସବୁକି। କୁହାଯାଏ ଯେତେ ଭାଇ ସେତେ ଘର ହେଲେ ନାଇଁ ଆଜ୍ଞା ଦୁନିଆରେ ସବୁ ଭାଇ ଏକା ପରି ନୁହଁନ୍ତି। ଭାଇ ଭାଇ ଆଜି ବି କାନ୍ଧ ମିଶାଇ ଚଳୁଛନ୍ତି ଆଉ ଭାଇ ପାଇଁ ଭାଇ ଜୀବନ ଦେବାକୁ ପଛାଉ ନଥିବା ମଧ୍ୟ ଦେଖିବାକୁ ମିଳୁଛି। ଏମିତି ଏକ ଭାଇ ଭାଇର ସମ୍ପର୍କ ଆମେ ଆପଣଙ୍କୁ କହିବୁ ଆପଣ ଶୁଣିଲେ କହିବେ ଏମିତି ଭାଇ ଜଗତେ ନାହିଁ। ଆଉ ଏହି ପରି ଭାଇ ଭଗବାନ ସମସ୍ତଙ୍କୁ ଦିଅନ୍ତୁ।

ଏ ଦୁନିଆରେ ଅନେକ ଭାଇ ଭାଇ ପାଇଁ ସାଜନ୍ତି ଭାଗାରୀ। ଆଉ ଅନେକ ଭାଇ ଭାଇ କାନ୍ଧରେ କାନ୍ଧ ମିଶାଇ ଏକତାର ସୂତ୍ରରେ ନିଜ ପରିବାରକୁ ବାନ୍ଧି ରଖିବା ସହିତ ସମାଜରେ ସାଜିଥାନ୍ତି ଉଦାହରଣ । ହେଲେ ଆମେ ଆପଣଙ୍କୁ ଯେଉଁ ଭାଇଙ୍କ କଥା କହିବାକୁ ଯାଉଛୁ । ଆମ ଶୁଣିଲେ ଆପଣଙ୍କର ସେହି ପୁରାଣ ଯୁଗର ରାମ ଲକ୍ଷ୍ମଣ। ଜଗା ବଳିଆଙ୍କ କଥା ମନେ ପଡିଯିବ ନିହାତି ଭାବେ।

କୁହାଯାଏ ଭାଇ ଠାରୁ ଭଲ ବନ୍ଧୁ ଆଉ କେହି ହୋଇ ନପାରନ୍ତି। କୌଣସି ଭାଇର ଅସୁବିଧା ସମୟରେ ଯଦି କିଏ ଆଗେଇ ଆସେ ସେ ହେଉଛି ଭାଇ। ଯେତେ ମାଡ଼ ଗୋଳ ଯେତେ ରାଗ ରୁଷା ଆଉ ଯେତେ ଅଭିମାନ ଥିଲେ ସୁଦ୍ଧା ଭାଇ ଅସୁବିଧା ସମୟରେ ଭାଇ ହିଁ ଭାଇକୁ ସାହାଯ୍ୟ ସହଯୋଗର ହାତ ବଢ଼ାଇ ଥାଏ।

ଏହି ସ୍ୱାର୍ଥପର ସମାଜରେ ଭାଇ ଭାଇର ଭାଗାରୀ ହୋଇଥିବା ବେଳେ ହେଲେ ଏଇ ଭାଇ ସମାଜ ପାଇଁ ଉଦାହରଣ ସାଜିଛନ୍ତି। ଭାଇ ଭାଇର ନିଆରା ସମ୍ପର୍କ ସାମ୍ନାକୁ ଆସିଛି କୋରାପୁଟ ଜିଲ୍ଲାରୁ। କୋରାପୁଟ ଜିଲ୍ଲା ଜୟପୁର ସହରରେ ଏପରି ଏକ ପରିବାର ରହିଛି ଯେଉଁ ମାନେ କି ଏ ସ୍ୱାର୍ଥପର ଦୁନିଆ ପାଇଁ ସାଜିଛନ୍ତି ଉଦାହରଣ। ଏହି ପରିବାରର ଜଣେ ଯୁବକ ଦିବ୍ୟ ରଞ୍ଜନ ପକ୍ଷା ଘାତ ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡି ରହିଛନ୍ତି।

ଦିବ୍ୟ ରଞ୍ଜନ ସବୁବେଳେ ବିଛଣାରେ ସୋଇ ରହୁଥିବା ବେଳେ ତାଙ୍କର ତିନି ଭାଇ ଅଛନ୍ତି ଆଉ ସେହି ତିନି ଭାଇ ସବୁବେଳେ ଲାଗିଥାନ୍ତି ଦିବ୍ୟ ରଞ୍ଜନଙ୍କ ସେବାରେ। ଭାଇ ମାନେ କୁହନ୍ତି କି ଦିବ୍ୟ ପକ୍ଷା ଘାତ ରୋଗରେ ଆକ୍ରାନ୍ତ ହେଲେ ତ ହେଲେ ତ କଣ ହେଲା ଆମେ ତିନି ଭାଇ ଦିବ୍ୟଙ୍କ ପାଇଁ ଛ ଟି ଗୋଡ଼ ଛ ଟି ହାତ। ତାଙ୍କର ସିନା ଦୁଇ ଗୋଡ଼ ଦୁଇ ହାତ କାମ କରୁନି ହେଲେ ଆମେ ତାଙ୍କର ଛଟି ହାତ ଗୋଡ଼ ହୋଇ ତାଙ୍କୁ କେବେ ହେଲେ ଅନୁଭବ କରିବାକୁ ଦେଇନୁ କି ସେ ରୋଗରେ ଆକ୍ରାନ୍ତ ବୋଲି।

ଭାଇ କୁ ତିନି ଭାଇ ଖୁବ ଭଲ ପାଆନ୍ତି ଜଣଙ୍କ ପରେ ଜଣେ କରୁଥାନ୍ତି ଦିବ୍ୟଙ୍କ ସେବା। ଆଉ ତାଙ୍କର ଏହି ଭଳି ସେବା ଦେଖି ସାରା ଅଂଚଳରେ ଗୋଟିଏ କଥା ସମସ୍ତେ କୁହନ୍ତି କି ଦିବ୍ୟ ବହୁତ ଭାଗ୍ୟବାନ କାରଣ ତାଙ୍କ ପାଖେ ତିନୋଟି ଅମୂଲ୍ୟ ଭାଇ ଅଛନ୍ତି ଯେଉଁ ଭାଇ ନିଃସ୍ୱାର୍ଥ ପର ଭାବେ ଦିବ୍ୟଙ୍କ ଭଲ ପାଇବା ଦେଉଛନ୍ତି।

ଆଉ ଲୋକେ କହୁଛନ୍ତି ଭଗବାନ ଏମିତି ଭାଇ ସମସ୍ତଙ୍କୁ ଦିଅନ୍ତୁ। ଲୋକେ କହୁଛନ୍ତି ଏମିତି ସେମାନେ ସାରା ଜୀବନ ଏକାଠି ହୋଇ ରହି ଥାନ୍ତୁ। ଆଉ ସାରା ଦୁନିଆରେ ସେମାନେ ଉଦାହରଣ ସାଯନ୍ତୁ। ଦିବ୍ୟଙ୍କ ଭାଇ କୁହନ୍ତି ପରିବାରରେ ସମସ୍ତେ ଏକାଠି ରହିବା ଓ ପରିବାରରେ ସମସ୍ତଙ୍କର ସମସ୍ତଙ୍କ ସାଥିରେ ବୁଝବନା ରହିବା ଏହା ପରିବାର ପାଇଁ ନିହାତି ଜରୁରୀ।

କାରଣ ଏକତା ହିଁ ବଳ। ଜୀବନରେ ଯଦି ଆପଣଙ୍କ କାନ୍ଧରେ ଆପଣଙ୍କ ଭାଇଙ୍କ ହାତ ଅଛି ତେବେ କେବେ ହେଲେ ସୁଦ୍ଧା ଦୁନିଆ ଆପଣଙ୍କ ସହିତ ଲଢ଼ିବ ନାହିଁ ଲଢ଼ିବା ପୂର୍ବରୁ ଶହେ ଥର ଭାବିବେ। ତେଣୁ ସବୁବେଳେ ଯୌଥ ପରିବାର ମଧ୍ୟରେ ରହିବାକୁ ଦିବ୍ୟଙ୍କ ଭାଇ କହିଛନ୍ତି। ସେମାନେ ତିନି ମିଶି ଦିବ୍ୟଙ୍କ ବହୁତ ସେବା କରନ୍ତି। ଏଥିପାଇଁ ଦିବ୍ୟ କେବେ ଦୁଃଖ କରି ନାହାଁନ୍ତି କି ସେ ଶଯ୍ୟାଶାୟୀ ବୋଲି। ତେବେ ଏହି ପରିବାର ଓ ଦିବ୍ୟଙ୍କ ଭାଇଙ୍କ ଚର୍ଚ୍ଚା ଏବେ ଅଂଚଳରେ ବେଶ ହେଉଥିବା ବେଳେ ସମସ୍ତେ କହୁଛନ୍ତି ଦିବ୍ୟଙ୍କ ଭାଇ ପରି ଭାଇ ମାନେ ସମସ୍ତଙ୍କୁ ମିଳନ୍ତୁ।

Leave a Reply

Your email address will not be published. Required fields are marked *