ମାତ୍ର ୫୦ ହଜାର ଟଙ୍କାରେ କରନ୍ତୁ ଇଟା ଫ୍ୟାକ୍ଟ୍ରି , ମାସକୁ ଅତିକମରେ ୧ ଲକ୍ଷ ଟଙ୍କା ରୋଜଗାର :-

ଆଜିକାର ଲେଖାରେ ଆମେ ଆପଣଙ୍କ ପାଇଁ ଏକ ଭଲ ଟଙ୍କା ରୋଜଗାରର ପନ୍ଥା ନେଇ ଆସିଛୁ । ଯାହାଦ୍ୱାରା ଆପଣ ଗାଁ ଗହଳିରେ ବି ମାସିକ ଖୁବ ଭଲ ରୋଜଗାର କରିପାରିବେ । ତେବେ ତାହା ହେଉଛି ଆପଣ ଘରେ ଏକ ଇଟା ଫ୍ୟାକ୍ଟ୍ରି କରି ପାରିବେ ଯାହାଦ୍ୱାରା ମାସିକ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରିବେ । ତାହାକୁ କରିବା ପାଇଁ ଆପଣ ପ୍ରଥମେ କଣ କରିବେ ଏବଂ କିପରି କରିବେ ସେହି ସମ୍ବନ୍ଧରେ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କୁ କହିବାକୁ ଯାଉଛୁ ।

ତେବେ ଏହି ବ୍ୟବସାୟକୁ ଆପଣ ମାତ୍ର ୫୦ ହଜାର ଟଙ୍କାରେ ଆରମ୍ଭ କରି ପାରିବେ । କାରଣ ବର୍ତ୍ତମାନ ସମୟରେ ଯେହେତୁ ସିମେଣ୍ଟ ଇଟାକୁ ଲୋକେ ଘର ତିଆରି ପାଇଁ ଅଧିକ ବ୍ୟବହାର କରନ୍ତି । ପୁଣି ଲୋକେ ଆଜିକାଲି ଘର ବନାଇବା ସଉକ ପାଳନ କରୁଛନ୍ତି । ତେଣୁ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଜିଠାରୁ ଯଦି ଆପଣ ୫୦ ହଜାର ଟଙ୍କା ବ୍ୟୟ କରି ଏହି ବ୍ୟବସାୟ ଆରମ୍ଭ କରନ୍ତି ତେବେ ଆଗାମୀ ସମୟରେ ଆପଣ ଭଲ ବ୍ୟବସାୟ କରି ପାରିବେ ।

ତେଣୁ ଏହି ସିମେଣ୍ଟ ଇଟା ତିଆରି କରିବା ପାଇଁ ଏକ ମେସିନ ମଧ୍ୟ ରହିଛି । ଯଦି ଆପଣ ଛୋଟ ମେସିନ କିଣନ୍ତି ତେବେ ତାହାର ମୂଲ୍ୟ ୫୦ ହଜାର ଟଙ୍କା ଅଟେ । ଏବଂ ବର୍ତ୍ତମାନ ସମୟରେ ହରିୟାଣା ଇଟା ତିଆରି ମେସିନ ରହିଛି ଯାହା ହରିୟାଣାର ଏକ କମ୍ପାନୀରେ ତିଆରି ହୋଇଥାଏ । ତେଣୁ ଆପଣ ଅର୍ଡର କରିବା ପାଇଁ ପ୍ରଥମେ ଆଡ଼ଭାନ୍ସ ଆକାରରେ ୨୦ ପ୍ରତିଶତ ଦେଇ ଅର୍ଡର କରନ୍ତୁ । ଏଥିପାଇଁ କମ୍ପାନୀର ନମ୍ବର ମଧ୍ୟ ରହିଛି ।

ଏହାପରେ ଯେତେବେଳେ ମେସିନ ଆସି ଓଡ଼ିଶାରେ ପହଞ୍ଚିବ ସେତେବେଳେ ଆପଣ ପୁରା ପେମେଣ୍ଟ କରି ମେସିନ ଘରକୁ ଆଣି ପାରିବେ ।ଏଥିପାଇଁ ଡେଲିଭରି ଚାର୍ଜ ମଧ୍ୟ ଲାଗିବ । ଏହି ଅତ୍ୟାଧୁନିକ ମେସିନ ସାହାଯ୍ୟରେ ଆପଣ ଚାହିଁଲେ ଦିନକୁ ବେଶ ଭଲ ଭାବରେ ଇଟା ତିଆରି କରି ବିକ୍ରି କରି ପାରିବେ । ମାତ୍ର ଇଟା ତିଆରି କରିବା ପୂର୍ବରୁ ଆପଣ ସିମେଣ୍ଟ ଏବଂ ଅନ୍ୟାନ୍ୟ ଉପକରଣର ମାତ୍ରା ବିଷୟରେ ଜାଣି ନିଅନ୍ତୁ । ଯାହାଦ୍ୱାରା ଆପଣଙ୍କ ଇଟା କ୍ୱାଲିଟି ମଧ୍ୟ ଭଲ ହେବ ।

ଏହାପରେ ଆପଣ ପ୍ରଥମେ ବିକ୍ରି କରିବା ପାଇଁ ନିଜେ ଲୋକଙ୍କୁ କହି ପାରିବେ କିମ୍ବା କୌଣସି ଡିଲର ସହ କଥାବାର୍ତ୍ତା ହୋଇ ଇଟା ବିକ୍ରି କରିପାରିବେ । ସାଧରଣତଃ ଗୋଟିଏ ଇଟା ତିଆରି ବାବଦକୁ ଆପଣଙ୍କର ୩ ଟଙ୍କା ଖର୍ଚ୍ଚ ହେବ ମାତ୍ର ବିକ୍ରିରେ ଲାଭ ଏହାର ପୁରା ଡବଲ ହେବ । ଏବଂ ଦିନକୁ ଦିନ ଆପଣଙ୍କର ବ୍ୟବସାୟ ବଢ଼ିଲେ ରୋଜଗାର ମଧ୍ୟ ବଢ଼ିବ । ତେଣୁ ଏହାଦ୍ବାରା ଆପଣ ମାସକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରିବେ । ଆଉ ଯଦି ଆପଣ ଆଉ କିଛି ପ୍ରକାରେ ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ କମ୍ପାନୀ ସହିତ କଥାବାର୍ତ୍ତା ମଧ୍ୟ ହୋଇ ପାରିବେ ।

Leave a Reply

Your email address will not be published. Required fields are marked *