ମିଳିବ ୨ ଲକ୍ଷ ଟଙ୍କାର ଲାଭ, ମାଗଣାରେ ତିଆରି କରନ୍ତୁ ଇ-ଶ୍ରମ କାର୍ଡ

ଆମ କେନ୍ଦ୍ର ସରକାର ପ୍ରାୟତଃ ଅସଙ୍ଗଠିତ କ୍ଷେତ୍ର , ଗରିବ , ଚାଷୀଙ୍କ ପାଇଁ ଅନେକ ପ୍ରକାରର ଯୋଜନା ପ୍ରଣୟନ କରିଛନ୍ତି । ଆଉ ବର୍ତ୍ତମାନ ସମୟରେ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାରଙ୍କ ଇଶ୍ରମ କାର୍ଡ଼ ଯୋଜନା ବେଶ ଜୋର ଧରିଛି । ତେଣୁ ଦେଶର ଅନେକ ଅସଙ୍ଗଠିତ କ୍ଷେତ୍ରର ଲୋକେ, ଦିନ ମଜୁରିଆ ଏବଂ ଗରିବ ଶ୍ରେଣୀର ଲୋକେ ଇଶ୍ରମ କାର୍ଡ଼ ପାଇଁ ଆବେଦନ ମଧ୍ୟ କରୁଛନ୍ତି । ତେବେ ବର୍ତ୍ତମାନ ଆଉ ଏକ ଖୁସି ଖବର ଏହି ଇଶ୍ରମ କାର୍ଡ଼ ଅଧିନରେ ରହିଛି । ସେହି ବିଷୟରେ ଜାଣିବାକୁ ଚାହୁଁଥିଲେ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

କେନ୍ଦ୍ର ସରକାରଙ୍କର ଏହି ଇଶ୍ରମ କାର୍ଡ଼ ପଞ୍ଜିକରଣ ଯୋଜନାରେ ଦେଶର ଅନେକ ଲୋକ ଆବେଦନ କରୁଛନ୍ତି ଏବଂ ସେଥିପାଇଁ ଯୋଗ୍ୟ ମଧ୍ୟ ବିବେଚିତ ହେଉଛନ୍ତି । ପୁଣି ବର୍ତ୍ତମାନ ସମୟରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ ଇଶ୍ରମ କାର୍ଡ଼ଧାରୀ ମାନେ ୨ ଲକ୍ଷ ଟଙ୍କାର ବୀମା କଭର ପାଇଛନ୍ତି । ତେବେ ଏହି ବୀମା କଭର ପାଇଁ ଖୁସିର କଥା ଏହା ଯେ ଏଥିପାଇଁ କୌଣସି ପିମୀୟମ ଦେବାକୁ ପଡ଼ିବ ନାହିଁ । ଅର୍ଥାତ ଏହି ଯୋଜନା ଅଧୀନରେ ଇଶ୍ରମ କାର୍ଡ଼ଧାରୀ ମାନେ ବିନା ପ୍ରିମୀୟମରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ପାଇ ପାରିବେ ।

ତେଣୁ ଏହି ଲାଭ ଉଠାଇବା ପାଇଁ ଶ୍ରମିକ ଏବଂ ଗରିବ ଶ୍ରେଣୀର ଲୋକଙ୍କୁ ଯେଉଁମାନେ ଇଶ୍ରମ କାର୍ଡ଼ ବନାଇ ନାହାଁନ୍ତି ଶୀଘ୍ର ବନାଇ ନେବା ଉଚିତ । କାରଣ ଏଥିରେ କେବଳ ଗୋଟିଏ ଲାଭ ନୁହେଁ ବରଂ ଅନେକ କିଛି ଲାଭ ମିଳିଥାଏ । ପୁଣି ବର୍ତ୍ତମାନ ଇଶ୍ରମ କାର୍ଡ଼କୁ ଆପଣ ଘରେ ବସି ମଧ୍ୟ ବନାଇ ପାରିବେ । ଏଥିପାଇଁ ଇଣ୍ଟରନେଟର ଆବଶ୍ୟକତା ରହିଛି ।

ଯଦି ଆପଣ ଇଶ୍ରମ କାର୍ଡ଼ରେ ପଞ୍ଜିକରଣ କରିବାକୁ ଚାହୁଁଛନ୍ତି ତେବେ ଏହି ଷ୍ଟେପ ଗୁଡ଼ିକୁ ଅନୁସରଣ କରନ୍ତୁ ।

୧ . ପ୍ରଥମେ eshram.gov.in ସାଇଟକୁ ଭିଜିଟ କରନ୍ତୁ । ୨ . ଏହାପରେ ହୋମ ପେଜରେ eshram ଅପ୍ସନ ଉପରେ କ୍ଲିକ କରିବା ପରେ ଆପଣଙ୍କ ସାମ୍ନାରେ ଏକ ପଞ୍ଜୀକରଣ ଫର୍ମ ଖୋଲିଯିବ । ୩ . ସେହି ଫର୍ମରେ ଆପଣ ନିଜର ଆଧାର ବିବରଣୀ ଏବଂ ମୋବାଇଲ ନମ୍ବର ଏଣ୍ଟର କରନ୍ତୁ । ୪ . ତାପରେ EPFO ଏବଂ ESIC ସଦସ୍ୟ ସ୍ଥିତି ମଧ୍ୟ ଏଣ୍ଟର କରନ୍ତୁ , ପରେ ମାଗିଥିବା କ୍ୟାପଚା କୋଡକୁ ନିର୍ଭୁଲ ଭାବରେ ପୂରଣ କରନ୍ତୁ ।

୫ . ଏହାପରେ ଆପଣଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ । ଓଟିପିକୁ ପଞ୍ଜୀକରଣ ଫର୍ମରେ ପୂରଣ କରି ଅନ୍ୟାନ୍ୟ ଜରୁରୀ ବିରରଣୀ ପୂରଣ କରନ୍ତୁ । ୬ . ଶେଷରେ ସମସ୍ତ ଜରୁରୀ ଡକ୍ୟୁମେଣ୍ଟ ଅପଲୋଡ଼ କରି ଆଦେବନ କାର୍ଯ୍ୟ ଶେଷ କରନ୍ତୁ । ଏହିପରି ଭାବରେ ଆପଣ ନିଜର ଇଶ୍ରମ କାର୍ଡ଼ରେ ପଞ୍ଜିକରଣ କରାଇ ପାରିବେ ।

Leave a Reply

Your email address will not be published. Required fields are marked *