ପାଖ ଘର ଝିଅକୁ ମୋବାଇଲ ଦେଇ ଘର ଭିତରେ ରାସଲୀଳା କରୁଥିଲେ ମହିଳା, ପଡିଶାକୁ କହିଲେ ଚୁପ ରୁହ…

ଦିନେ ପରେ ଦିନେ ଅନେକ ନୂଆ ନୂଆ କଥା ସାମ୍ନାକୁ ଆସିବାରେ ଲାଗିଛି । କିଏ ପ୍ରେମ କରି ବିବାହ କରୁଛି ତ ଆଉ କିଏ ବିବାହ ପରେ ପ୍ରେମ । ଆଉ ପୁଣି କିଏ ବିବାହ ପରେ ପ୍ରେମ କରି ପର ପୁରୁଷ ସହିତ ରାସଲୀଳା କରିବାକୁ ପଛାଉ ନାହିଁ । ଆଉ ଏଭଳି ଦିନ ମଧ୍ୟ ଆସୁଛି କି , ପର ପୁରୁଷ ସହିତ ସେ ପଳାଇ ଯାଉଛି । ଏପଟେ ନିଜ ଘର ସଂସାର କଥାକୁ ଆଦୌ ଖାତିର ନାହିଁ । ନିଜ ପେଟ ଚିରି ଜନ୍ମ ଦେଇଥିବା ପିଲା କଥା ମଧ୍ୟ ମାଆଟିଏ ପ୍ରେମ କରିବା ପରେ ଭୁଲି ଯାଉଛି ।

ତେବେ ଆପଣ ମାନେ ନିଶ୍ଚିତ ଭାବରେ ଗୋଟିଏ ଖବର ବିଷୟରେ ଜାଣିଥିବେ । କାଲି ସୂଚନା ମିଳିଥିଲା କି, ଜଣେ ମହିଳା ନିଜ ପିଲା ଆଉ ସ୍ୱାମୀଙ୍କୁ ଛାଡି ଆଉ ଜଣେ ପୁରୁଷ ସହିତ ପଳାଇ ଯାଇଥିଲେ । ଆଉ ଏପଟେ ସ୍ୱାମୀ ତାଙ୍କୁ ଖୋଜିବା ପାଇଁ ବହୁତ ଚେଷ୍ଟା କରିଥିଲେ । ତାପରେ ବାଧ୍ୟ ହୋଇ ଥାନାରେ ଏତଲା ଦେଇଥିଲେ । ସ୍ୱାମୀ କହିଥିଲେ କି , ସ୍ତ୍ରୀ ଇଭେଣ୍ଟ କାମ କରିବା କଥା କହି ଘରୁ ବାହାରି ଥିଲେ ଆଉ ଫେରି ନଥିଲେ । ତେବେ ବର୍ତ୍ତମାନ କିନ୍ତୁ ମହିଳାଙ୍କର ସମସ୍ତ ସତ୍ୟ କଥା ସାମ୍ନାକୁ ଆସିଛି ।

ପଡିଶାଘର ଜଣେ ମହିଳା ଏଭଳି କଥା କହିଛନ୍ତି ଯାହାକୁ ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ତାଙ୍କ କହିବା ଅନୁଯାୟୀ, ସେମାନେ ଦୀର୍ଘ ଦିନ ହେବ ପାରାଦ୍ୱୀପରେ ବାସ କରୁଥିଲେ । ଆଉ ଏପଟେ ଘରେ ତାଙ୍କ ଝିଅ ହିଁ ରହୁଥିଲେ । ତେବେ ଏହାର ସୁଯୋଗ ନେଇ ମହିଳା ତାଙ୍କ ପ୍ରେମିକ ଶାନ୍ତନୁକୁ ଡାକି ଘର ଭିତରେ ଝିଅକୁ ମୋବାଇଲ ଧରାଇ ଦେଇ ଘର ଭିତରେ ରାସଲୀଳା କରୁଥିଲେ । ଅନ୍ୟପକ୍ଷରେ ମହିଳା ଜଣକ କହିଛନ୍ତି କି, ଆଗରୁ ସେ ମଧ୍ୟ ଅନେକ ଥର ତାଙ୍କୁ ସେହି ଶାନ୍ତନୁ ସହିତ ବୁଲୁ ଥିବାର ଦେଖିଛନ୍ତି ।

ଆଉ ଏ ବିଷୟରେ ତାଙ୍କ ଶାଶୁଙ୍କୁ ମଧ୍ୟ ଜଣାଇଛନ୍ତି । କିନ୍ତୁ ତାଙ୍କ ଶାଶୁଙ୍କ କହିବା ଅନୁଯାୟୀ, ସେ କେବେ ତାଙ୍କ ବୋହୂକୁ କାହା ସହ ଦେଖି ନାହାଁନ୍ତି ଆଉ ଦେଖିବା ପରେ ହିଁ ବିଶ୍ୱାସ କରିବେ ବୋଲି କହିଛନ୍ତି । ତେବେ ଏହାରି ମଧ୍ୟରେ ମହିଳା ଆଉ କିଛି ଆଶ୍ଚର୍ଯ୍ୟକର ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି କି, ଅନେକଥର ସେ ସେହି ପୁଅ ସହିତ ବୁଲୁଥିବାର ଦେଖିଛନ୍ତି । ଆଉ ଏଭଳି ଏକ ସମୟ ମଧ୍ୟ ଆସିଛି , ଯେତେବେଳେ ସେ ସେହି ପୁଅ ଗାଡ଼ିରେ ବସି ତାଙ୍କ ଗାଲରେ ଚୁମ୍ବନ ଦେଉଥିବାର ଦେଖିଛନ୍ତି ଆଉ ବାରଣ କଲେ ତାଙ୍କୁ ଚୁପ୍ ରହିବାପାଇଁ ମଧ୍ୟ କହିଛନ୍ତି । ତେବେ ଏଭଳି ଖବର ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *