ମହିଳା ମାନଙ୍କ ନିମନ୍ତେ ଆସିଲା ବଡ଼ ଖୁସି ଖବର । ଏଣିକି ମହିଳାଙ୍କ ଖାତାକୁ ଆସିବ ୩୦୦୦ ଟଙ୍କା ।

ମହିଳାଙ୍କ ସଶକ୍ତିକରଣ ପାଇଁ ଏବଂ ମହିଳାଙ୍କୁ ସ୍ୱାବଲବୀ ହୋଇ ସମାଜରେ ବଞ୍ଚିବା ପାଇଁ ରାଜ୍ୟ ସରକାର ସବୁବେଳେ ସହାୟତା କରିଥାନ୍ତି । ଅନ୍ୟ ରାଜ୍ୟ ପାଇଁ ଓଡ଼ିଶା ଆଜି ଏହି ଦିଗରେ ଏକ ଉଦାହରଣ ପାଲଟିଛି । କାରଣ ଓଡ଼ିଶା ଏଭଳି ଏକ ରାଜ୍ୟ ଯେଉଁଠି ଖୁବ କମ ବର୍ଷ ମଧ୍ୟରେ ମହିଳା ମାନଙ୍କ ଉନ୍ନତି କ୍ଷେତ୍ରରେ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି ।

ପୁଣି ମହିଳା ମାନେ କିଭଳି ଉନ୍ନତି କରିବେ ଏବଂ ନିଜର ବ୍ୟବସାୟ ବଢ଼ାଇବେ ସେହି କ୍ଷେତ୍ରରେ ମଧ୍ୟ ସରକାର ଅନେକ ସହାୟତା କରୁଛନ୍ତି । ଏଣିକି ମହିଳାଙ୍କ ନିମନ୍ତେ ଆଉ ଏକ ବଡ଼ ଖୁସି ଖବର ଆସିଛି । ସେହି ଖୁସି ଖବର ଅନୁଯାୟୀ ଏଥର ମହିଳାଙ୍କ ଖାତାକୁ ୩୦୦୦ ଟଙ୍କା ଆସିବାକୁ ଯାଉଛି ।

ଆଜ୍ଞା ହଁ!! ମହିଳାଙ୍କ ଖାତାରେ ଏଥର ରାଜ୍ୟ ସରକାର ୩୦୦୦ ଟଙ୍କା ଲେଖାଏଁ ଜମା କରିବାକୁ ଯାଉଛନ୍ତି । ରାଜ୍ୟ ସରକାର ଏହାକୁ ସିଧାସଳଖ ମହିଳାଙ୍କ ଆକାଉଣ୍ଟକୁ ପଠାଇବେ । ଆପଣ ମାନେ ଏହା ମଧ୍ୟ ଜାଣିଥିବେ ଯେ ପୂର୍ବରୁ କଲେଜ ଛାତ୍ରଛାତ୍ରୀଙ୍କ ସମେତ କଳାକାରଙ୍କ ନିମନ୍ତେ ମଧ୍ୟ ସରକାର ସହାୟତା ରାଶି ଘୋଷଣା କରିଥିଲେ ।

ଆଉ ବର୍ତ୍ତମାନ ମିଶନ ଶକ୍ତିର ମହିଳାଙ୍କ ପାଇଁ ରାଜ୍ୟ ସରକାର ସହାୟତା ରାଶି ଘୋଷଣା କରିଛନ୍ତି । SHG ମହିଳାଙ୍କ ଖାତାକୁ ସିଧାସଳଖ ୩୦୦୦ ଟଙ୍କା ଯିବ । ପ୍ରଥମେ ମହିଳାଙ୍କ ଆକାଉଣ୍ଟକୁ ୧୦୦୦ ଟଙ୍କା ଯିବ , ଯେଉଁଥିରେ ମହିଳା ମାନେ ୟୁନିଫର୍ମ କିଣିବେ ।

ତାପରେ ବ୍ଲେଜର ପାଇଁ ଅତିରିକ୍ତ ୨୦୦୦ ଟଙ୍କା ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ୭୦ ଲକ୍ଷ ମହିଳା ଏହି ସହାୟତା ରାଶି ପାଇବେ । ଏଥିପାଇଁ ୭୨୩ କୋଟି ଟଙ୍କା ରାଜ୍ୟ କ୍ୟାବିନେଟ ମଞ୍ଜୁର କରିଛି । ଆପଣ ମାନେ ଜାଣିଛନ୍ତି ଯେ ପୂର୍ବରୁ କଳାକାରଙ୍କ ନିମନ୍ତେ ସହାୟତା ରାଶି ବୃଦ୍ଧି ଘୋଷଣା କରିଥିଲେ ରାଜ୍ୟ ସରକାର ।

କଳାକାର ମାନଙ୍କ ପାଇଁ ୨୦୦୦ ଟଙ୍କା ଏବଂ ଯେଉଁମାନେ ୮୦ ବର୍ଷରୁ ଉର୍ଦ୍ଧ୍ବ ହୋଇ ସାରିଛନ୍ତି ସେମାନଙ୍କୁ ମାସିକ ୫୦୦ ଟଙ୍କା ଦେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ଯେଉଁଥିରେ ପ୍ରାୟ ୮୦ ହଜାର କଳାକାର ଉପକୃତ ହେବେ ବୋଲି ମଧ୍ୟ ଆଶା ରହିଛି । ଆଉ ବର୍ତ୍ତମାନ ରାଜ୍ୟ ସରକାରଙ୍କ ତରଫରୁ ମିଶନ ଶକ୍ତିର ମହିଳାଙ୍କ ପାଇଁ ୩୦୦୦ ଟଙ୍କା ରାଶିର ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *