” ଯଦି କୌଣସି ପ୍ରଡ୍ୟୁସର ଆସନ୍ତି ଆମ ପାଖରେ ବହୁତ ଝିଅ ଅଛନ୍ତି ” ସଙ୍ଗୀତ ନିର୍ଦେଶକଙ୍କୁ ଏପରି କହିଥିଲେ କ୍ୟାମେରା ମ୍ୟାନ ମାନସ :-

କ୍ୟାମେରା ମ୍ୟାନ ମାନସ ହ-ତ୍ୟା ମା-ମ-ଲା ଉପରୁ ଦିନକୁ ଦିନ ଅନେକ ରହସ୍ୟର ପରଦା ଉଠିବାରେ ଲାଗିଛି । ଏପଟେ କ୍ରାଇମବ୍ରାଞ୍ଚ ମଧ୍ୟ ତ-ଦ-ନ୍ତ ଜାରି ରଖିଛି । ବର୍ତ୍ତମାନ ସମୟରେ ଜଣେ ସଙ୍ଗୀତ ନିର୍ଦେଶକ ମାନସଙ୍କ ନାମରେ ଆଉ ଏକ ରହସ୍ୟ ବିଷୟରେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

ତେବେ ସୂଚନା ଅନୁଯାୟୀ ମ୍ୟୁଜିକ କମ୍ପୋଜର ଜନାର୍ଦନ ଭୂୟାଁ ଗଣମାଧ୍ୟମରେ କ୍ୟାମେରା ମ୍ୟାନ ମାନସଳ ସମ୍ବନ୍ଧରେ କହିଛନ୍ତି । ତାଙ୍କ କହିବା କଥା ଯେ ମାନସ ୧ ବର୍ଷ ପୂର୍ବରୁ ପୁରୀର ଏକ ଘରୋଇ ହୋଟେଲ ରେ କାମ କରୁଥିଲେ । ମାତ୍ର ସେତେବେଳେ ତାଙ୍କ ଇଚ୍ଛା ମୁତାବକ ପଇସା ମିଳୁନଥିବାରୁ ସେ ଜନାର୍ଦନଙ୍କୁ ସାକ୍ଷାତ କଲେ । ଜନାର୍ଦନଙ୍କ କହିବା ମୁତାବିକ ତାଙ୍କର ଜଣେ ପରିଚିତ ବ୍ୟକ୍ତିଙ୍କ ସହିତ ମାନସ ମେକଅପ ମ୍ୟାନର ଆସିଷ୍ଟାଣ୍ଟ ଭାବରେ କାର୍ଯ୍ୟ କଲେ । କିନ୍ତୁ ଜନାର୍ଦନଙ୍କ ଏକ ସଙ୍ଗୀତ ନିଜ ଆକାଉଣ୍ଟ ରେ ପୋଷ୍ଟ କରିଥିଲେ ମାନସ । ଯେଉଁ କାରଣରୁ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିଲା ।

ପୁଣି ଜୁଲାଇ ମାସରେ ମାନସ ହଠାତ ଜନାର୍ଦନଙ୍କୁ କଲ କରି କହିଲେ ଯେ ” ଯଦି କେହି ପ୍ରଡ୍ୟୁସର ଆସନ୍ତି ତେବେ ଆମ ପାଖରେ ଝିଅ ବହୁତ ଅଛନ୍ତି । ” ଏପରି କହିବା ପରେ ଜନାର୍ଦନ ତାଙ୍କୁ ତାଙ୍କ କାମ ବିଷୟରେ ପଚାରିଲେ । କିନ୍ତୁ ଉତ୍ତରରେ ମାନସ ଏକ ମିଡିଆରେ କାମ କରୁଥିବା କଥା କହିଥିଲେ । ଏହାର କିଛି ଦିନ ପରେ ଅର୍ଥାତ ଗତ ମାସ ହିଁ କ୍ୟାମେରା ମ୍ୟାନ ମାନସଙ୍କ ହ-ତ୍ୟା କରାଯାଇଛି । ତେବେ ଜନାର୍ଦନ ଏହାକୁ ନେଇ କହିଛନ୍ତି ଯେ ଏହି ହ-ତ୍ୟା ପଛରେ ଆହୁରି ଅନେକ ବଡ଼ ବଡ଼ ଲୋକ ଅଛନ୍ତି । ତାସହିତ ନିଶ୍ଚିତ ଭାବରେ ଏହି ଘ-ଟ-ଣା ଝିଅ ସମ୍ପର୍କିତ ଅଟେ ।

ତେଣୁ ସେ ସବୁ ମିଡ଼ିଆକୁ ଏହି ଅନୁରୋଧ କରିଛନ୍ତି ଯେ ଘଟ-ଣାର ମୂଳ ବାହାର କରିବାକୁ । କାରଣ ଖାଲି ଶର୍ମିଷ୍ଠା କିମ୍ବା ମାନସ ଏଥିପାଇଁ ଦାୟୀ ନୁହଁନ୍ତି ବରଂ ଶର୍ମିଷ୍ଠାଙ୍କୁ ଲୁଚାଇ ରଖିଥିବା ବଡ଼ ବଡ଼ ନେତା କିମ୍ବା ବଡ଼ ବଡ଼ ପ୍ରଡ୍ୟୁସର ଏବଂ ନିର୍ଦେଶକଙ୍କ ହାତ ମଧ୍ୟ ଏଥିରେ ରହିଛି । ଏବଂ ସେ ଜୋର ଦେଇ କହିଛନ୍ତି ଯେ ନିଶ୍ଚିତ ଭାବରେ ମାନସ ଏପରି କିଛି ଶୁଟ କରିଛି ଯାହାଦ୍ୱାରା ଏପରି ଘ-ଟ-ଣା ଘଟିଛି । କାରଣ ମିଡ଼ିଆ ନାମରେ ସେଠାରେ ଆଉ କିଛି କାମ ହିଁ ଚାଲିଥିବା ସେ ମତ ଦେଇଛନ୍ତି

Leave a Reply

Your email address will not be published. Required fields are marked *