ମାଂସ କିଣିବାକୁ ଆସିଥିବା ଗ୍ରାହକଙ୍କୁ ଦେଖି ମାଲିକକୁ କୁଣ୍ଢାଇ କାନ୍ଦିଲା ଛେଳି , ଦେଖନ୍ତୁ ଭିଡ଼ିଓ :-

କେହି ପଶୁ କଣ କେବେ କାନ୍ଦି ପାରେ ? ହଁ ହୁଏତ ସେ ନିଜର ଭାବନାକୁ ପ୍ରକାଶ କରି ପାରେନାହିଁ କିନ୍ତୁ ନିଜ ଲୋଜେ ଠାରୁ ଦୂରେଇ ଯିବାର ଯନ୍ତ୍ରଣା ନିଶ୍ଚିତ ଭାବରେ ସେ ଅନୁଭବ କରି ପାରୁଥିବ । ଏହାର ଏକ ଜ୍ୱଳନ୍ତ ଉଦାହରଣ ସୋସିଆଲ ମିଡିଆରେ ଦେଖାଯାଇଛି । ଏକ ଛେଳି ନିଜ ମାଲିକ ଠାରୁ ବିଚ୍ଛେଦ ହେବା ସମୟରେ କାନ୍ଦିବାରେ ଲାଗିଛି । ଯାହା ଦେଖିଲେ ଆପଣବି ଦୁଃଖିତ ହେବେ ।

ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡ଼ିଓରେ ଛେଳିଟି ନିଜ ମାଲିକକୁ ଜାବୁଡ଼ି ଧରି କାନ୍ଦିଛି । କୌଣସି ପରିସ୍ଥିତିରେବି ଅଲଗା ହେବାକୁ ଇଚ୍ଛା କରିନାହିଁ । ଆଉ ଛେଳିର କାନ୍ଦଣା ଦେଖିଲେ ଯେକେହି ମଣିଷ ସହଜରେ ଗ୍ରହଣ କରି ପାରିବ ନାହିଁ । ଭିଡ଼ିଓରେ ଦେଖି ପାରୁଥିବା ଭଳି ପାଖରେ ଅନେକ ଲୋକ ଛିଡ଼ା ହୋଇଛନ୍ତି । ଦଲାଲ ବି ଛେଳିଟିକୁ କିଣିନେବ । ମାଲିକ ସହିତ କଥାବାର୍ତ୍ତା ବି ସରିଛି ଏମିତିକି ଟଙ୍କା ଦେଣନେଣ ମଧ୍ୟ ଚାଲିଛି । ଛେଳିଟି ଏପରି କାନ୍ଦିଛି ଯେ ତା କାନ୍ଦଣାକୁ ଅନେକ ଯନ୍ତ୍ରଣା ବୁଝି ହେଉଛି ।

ପାଖରେ ଅନେକ ଲୋକ ଛିଡ଼ା ହୋଇଛନ୍ତି । ଯାହାକୁ ଦେଖି ଛେଳିଟି ଜାଣି ସାରିଛି ଯେ ତାର ଆଉ ସେଠାରେ ରହିବାର ନାହିଁ । ତାକୁ ତା ମାଲିକ ବିକ୍ରି କରିଦେବ । ସେ ନିଜେ ଅନୁଭବ କରିପ ପାରୁଛି । ପଶୁ ହେଲେବି ମାଲିକକୁ ଧରି କାନ୍ଦିବାରେ ଲାଗିଛି । ବର୍ତ୍ତମାନ ସମୟରେ ଏହି ଭିଡ଼ିଓ ସୋସିଆଲ ମିଡିଆରେ ବେଶ ଭାଇରଲ ହେଉଛି ଯାହାକୁ ଦେଖି ଲୋକେ ମଧ୍ୟ ଦୁଃଖିତ ହେଉଛନ୍ତି । ସମୟ ସମୟରେ ମଣିଷ ଠାରୁ ପଶୁ ମାନଙ୍କର ଇମୋସନ ଅଧିକ ଥାଏ । ଯାହା ଏହି ଭିଡ଼ିଓରୁ ବେଶ ଭଲଭାବରେ ଜଣା ପଡୁଛି ।

ତେବେ ଏତେ ଦିନ ଯେଉଁ ଛେଳିକୁ ପାଳି ପୋଷି ବଡ଼ କଲା ତାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶେଷରେ ଛେଳିକୁ ବିକ୍ରି କରି ଟଙ୍କା କମେଇବ । ଯାହାଦ୍ୱାରା ଛେଳିଟିର ଇମୋସନ ମଧ୍ୟ ବଳି ପଡ଼ିଗଲା । ଆଉ କିଛି ଦିନ ପରେ ତାକୁ ମାରି ମଧ୍ୟ ଦିଆଯିବ । ଏବେ ବର୍ତ୍ତମାନ ସମୟରେ ଏସବୁ କଥା ଭାବି ଯେକେହିବି ଦୁଃଖ କରିବେ । କାରଣ ସେ ପଶୁଟିଏ ହୋଇଥିବାରୁ ତା କଥା କେହି ଶୁଣୁ ନାହାଁନ୍ତି କି ବୁଝୁ ନାହାଁନ୍ତି ।

Leave a Reply

Your email address will not be published. Required fields are marked *