ଦ୍ଵିତୀୟ ବିବାହ ପାଇଁ ଘରେ ବହୁଥର କହୁଛନ୍ତି….

ଦୁଇ ବର୍ଷ ପୂର୍ବରୁ ଘଟିଥିଲା ଏଭଳି କିଛି ଘ-ଟଣା । ଯାହା ସମସ୍ତଙ୍କ ଆଖିରେ ଆଣି ଦେଇଥିଲା ଲୁହ । କେହି ସହଜରେ ଏହାକୁ ବିଶ୍ୱାସ ମଧ୍ୟ କରି ପାରିନଥିଲେ । ଜଣେ ପୁରୁଷ ବିବାହର ମାତ୍ର ମାସକ ପରେ ହାରି ଦେଇଥିଲେ ନିଜର ଜୀବନ । ଆଉ ସେ ଥିଲେ ଜଣେ ସମାଜସେବୀ ଆଦିତ୍ୟ ଦାସ । ଏହି ଖବରକୁ ନେଇ ସେହି ସମୟରେ ଅନେକ ଚର୍ଚ୍ଚା ହୋଇଥିଲା । କଥା ଯାଇ ସିବିଆଇ ତ-ଦ-ନ୍ତ ପାଖରେ ପହଞ୍ଚିଥିଲା କିନ୍ତୁ ଶେଷରେ କିଛି ମଧ୍ୟ ଫଳାଫଳ ମିଳି ପାରିନଥିଲା । ଆଉ ମିଳିଲା ନାହିଁ ଆଦିତ୍ୟଙ୍କୁ ନ୍ୟା-ୟ କି ଜଣା ପଡିଲା ନାହିଁ ସେ ନିଜେ ଆ-ତ୍ମହ-ତ୍ୟା କରିଛନ୍ତି କି ଆଉ କିଏ ତାଙ୍କୁ ମା-ରି ଦେଇଛନ୍ତି ।

ତେବେ ଏଭଳି ଖବର ସେତେବେଳେ ସମସ୍ତଙ୍କୁ ନିସ୍ତବ୍ଧ କରି ଦେଇଥିଲା । ଆଦିତ୍ୟଙ୍କ ଘର ପରିବାର କାନ୍ଦ ରେ ଭରି ଯାଇଥିଲା ଆଉ ସେ ମଧ୍ୟରେ ଥିଲେ ତାଙ୍କୁ ମାସକ ତଳେ ବିବାହ କରିଥିବା ସ୍ତ୍ରୀ ବିଦ୍ୟାଶ୍ରୀ । କେବେ ସ୍ୱପ୍ନରେ ବି ଭାବି ନଥିବେ କି , ଯେଉଁ ମଣିଷଙ୍କୁ ସେ ଜୀବନ ଠାରୁ ଅଧିକ ଭଲ ପାଉଛନ୍ତି ଆଜି ତାଙ୍କୁ ହରାଇବାକୁ ପଡିବ । ମାତ୍ର ମାସକ ପରେ ନୂଆ ବୋହୂର ମଥାରୁ ଲିଭି ଗଲା ସିନ୍ଦୁର ଆଉ ହାତରୁ ଚାଲିଗଲା ଶଙ୍ଖା । ଅନେକ ଲୋକ ଆଦିତ୍ୟଙ୍କର ମୃ-ତ୍ୟୁ ପଛର ଦୋ-ଷୀ ବିଦ୍ୟାଶ୍ରୀଙ୍କୁ କହିଲେ । ଆଉ ଏଭଳି ଅନେକ ଚର୍ଚ୍ଚା ହୋଇଥିଲା ।

କିନ୍ତୁ ଏଭଲ ପରିସ୍ଥିତିରେ ଭାଙ୍ଗି ପଡି ନଥିଲେ ବିଦ୍ୟାଶ୍ରୀ । ନିଜକୁ ଦୃଢ଼ କରି ଆଗକୁ ବଢିଥିଲେ ଆଉ ନିଜ ଶାଶୁ ଘରେ ପଡି ରହିଥିଲେ । ବର୍ତ୍ତମାନ ନିଜ ସ୍ୱାମୀଙ୍କର ରହିଥିବା ବୃଦ୍ଧାଶ୍ରମରେ ବୁଝାବୁଝି କରୁଛନ୍ତି ଆଉ ସମସ୍ତଙ୍କର ଦାୟିତ୍ବ ମଧ୍ୟ ନେଉଛନ୍ତି । ଆଉ ସମସ୍ତେ ମଧ୍ୟ ବିଦ୍ୟାଶ୍ରୀଙ୍କୁ ବହୁତ ଭଲ ପାଆନ୍ତି । ତେବେ ଏ ମଧ୍ୟରେ ବିଦ୍ୟାଶ୍ରୀ କହିଛନ୍ତି କି , ସମସ୍ତେ ତାଙ୍କୁ ଦ୍ୱିତୀୟ ବିବାହ କରିବାକୁ ବହୁତ ଥର କହିଛନ୍ତି । କିନ୍ତୁ ସେ ରାଜି ନାହାଁନ୍ତି ଆଉ କାହାକୁ ବିବାହ କରିବାପାଇଁ । କାରଣ ତାଙ୍କ ମନରେ କେବଳ ଜଣେ ହିଁ ଅଛନ୍ତି ଆଉ ସାରା ଜୀବନ ସେ ହିଁ ରହିବେ । ତାଙ୍କ ଛଡା ଆଉ କାହାକୁ ସେ ମନରେ ବସାଇ ପାରିବେ ନାହିଁ ।

ସେ କହିଛନ୍ତି କି , ଖାଲି ଶରୀରକୁ ଭଲ ପାଇ ହେବ ଏ କଥା କେଉଁଠି ଲେଖା ନାହିଁ । ଆତ୍ମାକୁ ମଧ୍ୟ ଭଲ ପାଇ ହେବ । ଆଉ ଆଜି ସବୁ ପରିସ୍ଥିତିରେ ସେ ଆଦିତ୍ୟକୁ ମନେ ପକାଇଥାନ୍ତି ଏବଂ ତାଙ୍କ ଫୋଟ ସହିତ ସବୁ କଥା ସେୟାର କରିଥାନ୍ତି । ସେ କେବେ ଏକୁଟିଆ ଅନୁଭବ କରନ୍ତି ନାହିଁ । ଆଜି ବି ସେ ଆଦିତ୍ୟଙ୍କୁ ନିଜ ମନ ଭିତରେ ରଖିଛନ୍ତି ଆଉ ମନରୁ ବାହାର କରି ପାରି ନାହାଁନ୍ତି କି କେବେ କରିପାରିବେ ନାହିଁ । ସେ ଆହୁରି କହିଛନ୍ତି କି , ଆଦିତ୍ୟ ମୃ-ତ୍ୟୁ ପୂର୍ବରୁ ନିଜ ଡାଏରିରେ ଲେଖିଥିଲେ କି , ଶ୍ରୀ ତୁମେ ବହୁତ ଭଲ ଆଉ ମୁଁ ତୁମକୁ ବହୁତ ଭଲ ପାଏ , ମରିବା ପରେ ମଧ୍ୟ ପାଇବି । ତେଣୁ ବିଦ୍ୟାଶ୍ରୀ କହିଛନ୍ତି କି , ସେ କିପରି ଆଦିତ୍ୟଙ୍କୁ ନିଜ ମନରୁ ବାହାର କରିଦେବେ ।

Leave a Reply

Your email address will not be published. Required fields are marked *