ଅନେକ ବର୍ଷ ପରେ ହେଉଛି ମହାସଂଯୋଗ , ଏହି ଚାରୋଟି ରାଶି ଉପରେ ରହିବ ଭଗବାନ ଶିବ ଏବଂ ହନୁମାନ ଙ୍କ କୃପାଦୃଷ୍ଟି :-

ବର୍ତ୍ତମାନ ସମୟରେ ଟେକ୍ନୋଲୋଜି ଏବଂ ବିଜ୍ଞାନ ରେ ଯେତେ ଅଭିବୃଦ୍ଧି ହେଲେ ବି ଲୋକେ ଜ୍ୟୋତିଷ ଶାସ୍ତ୍ର ଉପରେ ପ୍ରଥମେ ବିଶ୍ୱାସ କରୁଛନ୍ତି । ଏମିତିକି ଦେଶରେ ବିଜ୍ଞାନ ଭିତ୍ତିକ କୌଣସି ପ୍ରୋଜେକ୍ଟ କାର୍ଯକାରୀ ହେଲେ ମଧ୍ୟ ପ୍ରାରମ୍ଭରେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମୟ ନିର୍ଦ୍ଧାରିତ ହେଉଛି । ବାସ୍ତବରେ ମଧ୍ୟ ଲୋକଙ୍କ ଜୀବନର ପ୍ରତ୍ୟେକ ପର୍ଯ୍ୟାୟ ସିଧାସଳଖ ଭାବରେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଉପରେ ନିର୍ଭରଶୀଳ ଅଟେ । ଗ୍ରହ ମାନଙ୍କର ଚଳନ ଅନୁଯାୟୀ ଲୋକଙ୍କ ଜୀବନରେ ସୁଖ ଦୁଃଖ ଆସିଥାଏ

ବେଳେ ବେଳେ ଗ୍ରହ ନକ୍ଷତ୍ର ମାନଙ୍କର ଖରାପ ପ୍ରଭାବ ମଣିଷ ଉପରେ ପଡ଼ିଥାଏ । ସେତେବେଳେ ଭଗବାନ ମନୁଷ୍ୟକୁ ରକ୍ଷା କରିଥାଏ । ସେହିପରି ଭଗବାନ ଶିବ ଏବଂ ହନୁମାନ ଙ୍କୁ ଗ୍ରହ ଦୋଷ ନିବାରଣ ର ବଡ଼ ଦେବତା ବୋଲି କୁହାଯାଇଥାଏ । ପୁଣି ସମୟ ସମୟରେ ସେହି ଗ୍ରହର ଚଳନ ଲୋକଙ୍କ ଜୀବନ କୁ ବଦଳାଇ ଦେଇଥାଏ ଏବଂ ଲୋକଙ୍କ ଭାଗ୍ୟ ବଦଳି ଯାଏ । ଆଜିକାର ଏହି ଲେଖାରେ ଆମେ ଚାରୋଟି ରାଶି ବିଷୟରେ କହିବୁ । ଭଗବାନ ଶିବ ଙ୍କ କୃପା ବର୍ତ୍ତମାନ ଠାରୁ ସେହି ରାଶି ଉପରେ ଅଧିକ ରହିବ । ଯାହାଦ୍ୱାରା ସେମାନଙ୍କ ଭାଗ୍ୟ ମଧ୍ୟ ବଦଳିବ ।

୧ . ମେଷ ରାଶି :-

କହିବାକୁ ଗଲେ ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳି ଯିବ କାରଣ ଅନେକ ବର୍ଷ ପରେ ହିଁ ଏପରି ମହା ସଂଯୋଗ ଘଟୁଛି । ଏହି ରାଶିର ବ୍ୟକ୍ତି ମାନେ ପ୍ରତ୍ୟେକ କ୍ଷେତ୍ରରେ ବିଜୟ ଲାଭ କରିବେ । ଅନେକ ଧନ ପ୍ରାପ୍ତି କରିବେ । ନିଜ ପରିଶ୍ରମର ମଧ୍ୟ ଉପଯୁକ୍ତ ଫଳ ପାଇବେ । ଭଗବାନଙ୍କ କୃପା ଦୃଷ୍ଟି ସର୍ବଦା ଏମାନଙ୍କ ଉପରେ ବର୍ଷିବ ।

୨ . ମିଥୁନ ରାଶି :-

ପ୍ରଥମତଃ ଏହି ରାଶିର ବ୍ୟକ୍ତି ମାନେ ପୂର୍ବରୁ ପ୍ରୟାସ କରି ଆସୁଥିବା କାର୍ଯ୍ୟରେ ସଫଳତା ପାଇବେ । ନିଜର ଜୀବନଶୈଳୀ ରେ ପରିବର୍ତ୍ତନ କରିବେ ଯାହାକି ନିଜ ପାଇଁ ହିଁ ଖୁବ ଲାଭଦାୟକ ହେବ ।ସାଙ୍ଗ ସାଥି ଙ୍କ ସହିତ କୌଣସି ଦୂର ସ୍ଥାନକୁ ଯାତ୍ରା କରିବେ ଯାହାଦ୍ୱାରା ଆପଣ ଅଧିକ ଚତୁର ହେବେ । କିନ୍ତୁ ଏଥିପ୍ରତି ଧ୍ୟାନ ରଖିବେ ଯେପରି ମନୋରଞ୍ଜନ ଏବଂ କାର୍ଯ୍ୟ ମଧ୍ୟରେ ଉପଯୁକ୍ତ ସନ୍ତୁଳନ ବଜାୟ ରହେ । ନିଷ୍ପତ୍ତି ନେବା ପାଇଁ ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୁକ୍ତ ଅଟେ ।

୩ . ତୁଳା ରାଶି :-

ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଉପରେ ମଧ୍ୟ ଭଗବାନଙ୍କ କୃପା ଦୃଷ୍ଟି ବର୍ଷା ହେବ । ଏହି ବ୍ୟକ୍ତି ମାନେ ପୂର୍ବରୁ ଯେଉଁ କାର୍ଯ୍ୟରେ ଅସଫଳ ହୋଇ ଆସୁଛନ୍ତି ବର୍ତ୍ତମାନ ସେହି କାର୍ଯ୍ୟରେ ସଫଳତା ଲାଭ କରିବେ । ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବା କାରଣରୁ ପ୍ରଚୁର ଧନ ଉପାର୍ଜନ ହେବ । ମାତ୍ର ଏମାନଙ୍କୁ ଧୌର୍ଯ୍ୟର ସହିତ କାମ କରିବାର ଆବଶ୍ୟକତା ରହିଛି । ମନେ ରଖନ୍ତୁ କେବଳ ଧୌର୍ଯ୍ୟର ସହିତ କାମ କରିଲେ ଯେକୌଣସି କାର୍ଯ୍ୟ ରେ ସଫଳତା ପାଇ ପାରିବେ ।

୪ . ମୀନ ରାଶି :-

ଏହି ରାଶିର ବ୍ୟକ୍ତି ମାନେ ଜଣ ଉପାର୍ଜନରେ ଅଗ୍ରଗତି କରିବେ । ବ୍ୟବସାୟ ରେ ପ୍ରଚୁର ଲାଭ ହେବ ।ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଭଲ ରହିବେ ।ମାତ୍ର ପାରିବାରିକ ସମସ୍ୟା ଦେଖା ଦେବ ମାତ୍ର ତା ସହିତ ଲଢ଼ିବାକୁ କ୍ଷମତା ଆସିବ । କୌଣସି ବଡ଼ କାର୍ଯ୍ୟ କରିବା ପାଇଁ କିମ୍ବା କୌଣସି ବଡ଼ କାର୍ଯ୍ୟର ସମାପ୍ତି ପାଇଁ ସମୟ ଉତ୍ତମ ଅଟେ ।

Leave a Reply

Your email address will not be published. Required fields are marked *