ମୃତ୍ୟୁର ୩୦ ବର୍ଷ ପରେ ହେଲା ମିଳନ, ଭାରତରେ ଚାଲିଛି ଭୁତ ବିବାହ …ଦେଖନ୍ତୁ ଭିଡିଓ

କଥାଟି ଶୁଣି ଆପଣ ମାନଙ୍କୁ ନିହାତି ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ କଥାଟି ସମ୍ପୂର୍ଣ୍ଣ ଭାବରେ ସତ୍ୟ ଅଟେ । ଭୁତ ମାନଙ୍କର ବିବାହ କରାଉଛନ୍ତି ପରିବାର ଲୋକ ଆଉ ସେଇଟା ପୁରା ରୀତିନୀତି ଅନୁଯାୟୀ । ସମସ୍ତ ପରିବାର ଲୋକ ଏକାଠି ଉପସ୍ଥିତ ହୋଇ ସମ୍ପୂର୍ଣ୍ଣ ହସଖୁସିରେ ଏହି ବିବାହକୁ ଆୟୋଜନ କରୁଛନ୍ତି ଆଉ ସମସ୍ତ ନିୟମ ମଧ୍ୟ ମାନୁଛନ୍ତି । ସେପଟେ ସିଂହାସନ ଉପରେ ବସିଛନ୍ତି ବର କନ୍ୟା ଆଉ ଯେଉଁମାନେ ହେଉଛନ୍ତି ଭୁତ ।

ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ ଦକ୍ଷିଣ କନ୍ନଡ଼ ଜିଲ୍ଲାରେ । ଏହି ଅଞ୍ଚଳରେ ଆଜି ବି ଏଭଳି କିଛି ରୀତିନୀତି ରହିଛି ଯାହାକୁ ଦେଖିଲା ପରେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ତେବେ ସମସ୍ତ ପରମ୍ପରା ମଧ୍ୟରୁ ଏହା ମଧ୍ୟ ଗୋଟିଏ ପରମ୍ପରା । ଦୁଇଟି ପରିବାରର ପୁଅ ଏବଂ ଝିଅ ପରସ୍ପରକୁ ବିବାହ କରି ପାରିନଥିଲେ ଆଉ ସେମାନଙ୍କର ମୃତ୍ୟୁ ହୋଇ ଯାଇଥିଲା । ତେବେ ସେମାନଙ୍କର ଇଚ୍ଛାକୁ ପୂରଣ କରିବାପାଇଁ ବର୍ତ୍ତମାନ ସେମାନଙ୍କ ପରିବାର ଲୋକ ଏହି ବିବାହ କରାଉଛନ୍ତି ।

ମୃତ୍ୟୁର ୩୦ ବର୍ଷ ପରେ ଆୟୋଜିତ ହୋଇଛି ଏଭଳି ବିବାହ । ଏହାକୁ ପ୍ରେତ କଲ୍ୟାଣମ୍ ବା ମୃତକଙ୍କ ବିବାହ ବୋଲି କୁହାଯାଏ । ମୃତ୍ୟୁ ପରେ ପିଲାମାନଙ୍କର ମନୋସ୍କାମନା ପୂରଣ କରିବା ପାଇଁ ଆଉ ଆତ୍ମାର ଶାନ୍ତି ପାଇଁ ପରିବାର ଲୋକ ଏଭଳି କାମ କରିଥାନ୍ତି । ଆଉ ସେମାନଙ୍କ ଇଚ୍ଛାକୁ ପୂରଣ କରିଥାନ୍ତି । ତେବେ ଏହି ବିବାହ ଦେଖିଲେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଲାଗୁଛି କାରଣ ଏଥିରେ ଦୁଇଟି କଣ୍ଢେଇକୁ ବର କନ୍ୟା କରା ଯାଇଥିଲା ।

ଆଉ ସେମାନଙ୍କୁ ବସାଇ ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପନ୍ନ କରା ଯାଇଥିଲା । ଏହାକୁ ଦେଖିବା ପାଇଁ ଅନେକ ଲୋକ ଉପସ୍ଥିତ ଥିଲେ । ଏହାବ୍ୟତୀତ ଏହି ବିବାହରେ ଭିନ୍ନ ଭିନ୍ନ ପ୍ରକାରର ଖାଇବା ମଧ୍ୟ ହୋଇଥିଲା । ଅନେକ ମନ ପସନ୍ଦର ଖାଇବା ଏଠାରେ ଦେଖିବାକୁ ମିଳିଥିଲା । ସମସ୍ତେ ମନ ଭରି ବିବାହର ମଜା ନେଇଥିଲେ । ତେବେ ଏବେ ମଧ୍ୟ ଭାରତର ଅନେକ ସ୍ଥାନରେ ଏଭଳି ଅନେକ ପରମ୍ପରା ରହିଛି , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି ।

Leave a Reply

Your email address will not be published. Required fields are marked *