ମେ ମାସରେ ଚିନ୍ତା ବଢ଼ାଇପାରେ ବାତ୍ୟା , ଜାଣନ୍ତୁ କେଉଁଦିନ ରହିଛି ଲଘୁଚାପ ଆଶଙ୍କା :-

ସାଧରଣତଃ ବର୍ଷର କିଛି ମାସ ଅର୍ଥାତ ମଇ ଠାରୁ ଆଗାମୀ କିଛି ମାସ ପର୍ଯ୍ୟନ୍ତ ପ୍ରକୃତିକ ବିପର୍ଯ୍ୟୟ ଅର୍ଥାତ ଲଘୁଚାପ ଏବଂ ବାତ୍ୟାର ଭୟ ଅଧିକ ରହିଥାଏ । ଏହା ହେବା ସ୍ବାଭାବିକ ମଧ୍ୟ । ଏହାର ପ୍ରମୁଖ କାରଣ ହେଉଛି ବଢୁଥିବା ତାପମାତ୍ରା । ତେଣୁ ଚଳିତ ବର୍ଷ ମଇ ମାସ ଠାରୁ ଲଘୁଚାପ ଏବଂ ବାତ୍ୟା ଆଶଙ୍କାକୁ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଯାହା ଆମେ ଆଜିକାର ଏହି ଲେଖାରେ ଆପଣଙ୍କୁ କହିବୁ ।

ଯେଉଁ ଭଳି ଭାବରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ହେଉଛି ସେହି ଅନୁସାରେ ଏହା ପ୍ରତୀତ ହେଉଛି ଯେ ଆଗାମୀ ମଇ ମାସରେ ଲଘୁଚାପ ହୋଇପାରେ । ଯାହାର ଭୟଙ୍କର ରୂପ ହେଉଛି ବାତ୍ୟା । ଗତ କିଛି ବର୍ଷ ମଧ୍ୟରେ ବାତ୍ୟାର ହାର ଖୁବ ବୃଦ୍ଧି ପାଇଛି । ପ୍ରତିବର୍ଷ ୨ ରୁ ଅଧିକ ବାତ୍ୟା ହେବା ସହିତ ଅନେକ କ୍ଷୟ କ୍ଷତି ମଧ୍ୟ ହେଉଥିବା ଆପଣ ମାନେ ନିଶ୍ଚିତ ଭାବରେ ଦେଖୁଥିବେ । ଏସବୁ ମଧ୍ୟରୁ ୨୦୧୯ ର ଫନି କାରଣରୁ ସର୍ବାଧିକ କ୍ଷୟକ୍ଷତି ହୋଇଥିବା ଆକଳନ ମଧ୍ୟ କରାଯାଇଛି ।

ତେବେ ଏସବୁର ଆଧାରରେ ପାଣିପାଗ ବିଜ୍ଞାନୀ ମାନେ ମଇ ମାସରେ ଲଘୁଚାପ ସହିତ ବାତ୍ୟା ହୋଇପାରେ ବୋଲି ଅନୁମାନ କରିଛନ୍ତି । ବର୍ତ୍ତମାନ ଖବର ଅନୁଯାୟୀ ଆସନ୍ତା ମଇ ମାସ ୫ ତାରିଖରେ ଲଘୁଚାପ ହେବାର ସମ୍ଭାବନା ରହିଛି ଯାହାକି ଆସନ୍ତା ମଇ ୪ ତାରିଖ ବେଳକୁ ଦକ୍ଷିଣ ଅଣ୍ଡାମାନ ସାଗର ଓ ଆଖପାଖ ଅଞ୍ଚଳରେ ଏକ ଘୁର୍ଣ୍ଣି ବଳୟ ସୃଷ୍ଟି କରିପାରେ । ତେବେ ଚିନ୍ତାର ବିଷୟ ଏହା ଯେ ଘୁର୍ଣ୍ଣି ବଳୟ ସୃଷ୍ଟି ହେବାର ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହୋଇପାରେ ।

ତେବେ ଲଘୁଚାପ ଅଧିକ ଘନୀଭୂତ ହେଲେ ତାହା ବାତ୍ୟାର ରୂପ ନେଇଥାଏ । ତେଣୁ ଯେହେତୁ ଗତ ବର୍ଷ ମଧ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇ କ୍ରମଶଃ ତାହା ସିଭିଅର ସାଇକ୍ଲୋନରେ ପରିଣତ ହୋଇଥିଲା । ତେଣୁ ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ GFS ମଡେଲ ଏବଂ ECMFW ମଡେଲ ଅନୁଧ୍ୟାନରେ ଆସନ୍ତା ମଇ ୭ ରେ ଘୁର୍ଣ୍ଣିବଳୟ ହୋଇପାରେ ବୋଲି ଅନୁମାନ କରିଛି । କିନ୍ତୁ ଏହା ମଧ୍ୟ ଅନେକ ସମୟରେ ହୋଇଥାଏ ଯେ ଲଘୁଚାପ ଅଧିକ ଘନୀଭୂତ ହେବା ସତ୍ତ୍ୱେ ବି ତାହା ବାତ୍ୟାରେ ପରିଣତ ହୁଏନାହିଁ । ତେଣୁ ଏହା ସ୍ପଷ୍ଟ ନୁହେଁ ଯେ ମଇ ମାସରେ ଲଘୁଚାପ ସୃଷ୍ଟି ହେବ ଏବଂ ତାହା ବାତ୍ୟାର ରୂପ ନେବ ।

Leave a Reply

Your email address will not be published. Required fields are marked *