ମିହିର ଦାସଙ୍କ ପରେ ପରେ ଆଖି ବୁଝିଲେ ତାଙ୍କ ସାନ ପୁଅ

ଅଫେରା ରାଇଜରେ ମିହିର ଦାସଙ୍କ ଗେଲ୍ହା ସାନ ପୁଅ ଅକ୍ଳାନ୍ତ ଦାସ । ଆଜି ଦୁଃଖଦ ଖବର ସକାଳୁ ସକାଳୁ ଶୁଣିବାକୁ ମିଳିଛି ବରିଷ୍ଠ କଳାକାର ସ୍ୱର୍ଗତଃ ମିହିର ଦାସଙ୍କ ପୁଅଙ୍କ ମୃତ୍ୟୁ ଘଟିଛି । ମିହିର ଦାସଙ୍କ ଦୁଇ ପୁଅ ଥିଲେ ଅମ୍ଳାନ ଦାସ ଓ ଅକ୍ଳାନ୍ତ ଦାସ । ଅମ୍ଳାନ ଦାସଙ୍କୁ ତ ଆପଣ ମାନେ ନିହାତି ଭାବେ ଜାଣିଥିବେ ସେ ଚଳଚ୍ଚିତ୍ର ଜଗତର ଏବେ ବେଶ ସକ୍ରିୟ ଅଛନ୍ତି ।

ହେଲେ ମିହିର ଦାସଙ୍କ ସାନ ପୁଅ ଅକ୍ଳାନ୍ତ ଦାସ ଚଳଚ୍ଚିତ୍ର କରନ୍ତି ନାହିଁ । ତେବେ ନିକଟରେ ଏକ ବର୍ଷ ମଧ୍ୟ ହୋଇ ନାହିଁ ମିହିର ଦାସ ମୃ-ତ୍ୟୁ ବରଣ କରିଥିଲେ । ଜଣେ ସୁନ୍ଦର ବ୍ୟକ୍ତିତ୍ୱଙ୍କୁ ହରାଇଥିଲେ ସାରା ଓଡିଶା ବାସୀ । ହେଲେ ସବୁଠୁ ବଡ଼ ଦୁଃଖର କଥା ହେଉଛି । ବାପାଙ୍କ ପରେ ପରେ ଆଖି ବୁଝିଛନ୍ତି ତାଙ୍କ ପୁଅ ଅକ୍ଳାନ୍ତ । ଏହି ଖବର ସାରା ଓଡ଼ିଶାବାସୀଙ୍କୁ ମଧ୍ୟ ବେଶ ଦୁଃଖୀ କରାଇ ଦେଇଛି ।

ତେବେ ଯାହା ଶୁଣିବାକୁ ମିଳିଛି କି ଚିକିତ୍ସା ଧୀନ ଅବସ୍ଥାରେ ଆଖି ବୁଝିଛନ୍ତି ମିହିର ଦାସଙ୍କ ପୁଅ ଅକ୍ଳାନ୍ତ ଦାସ । ୧୯୯୬ ମସିହା ଅଗଷ୍ଟ ୧୮ ତାରିଖରେ ଜନ୍ମ ଗ୍ରହଣ କରିଥିବା ଅକ୍ଳାନ୍ତ ପରିବାରର ସାନ ପୁଅ ଥିବାରୁ ତାଙ୍କୁ ସମସ୍ତେ ବେଶ ଅଧିକ ଭଲ ପାଉଥିଲେ । ଅକ୍ଳାନ୍ତ କଟକ ସ୍ଥିତ ଡିଏଭି ସ୍କୁଲରୁ ପାଠ ପଢା ଶେଷ କରିଥିଲେ ଗତ ଏକ ମାସ ହେବ ତାଙ୍କର ବୃକକ୍ ଜନିତ ସମସ୍ୟା ଥିବାରୁ ତାଙ୍କର ଚିକିତ୍ସା ଚାଲିଥିଲା ।

ହେଲେ ଦୁଃଖର କଥା ସେ ଚିକିତ୍ସାଧୀନ ଅବସ୍ଥାରେ ହିଁ ଆଖି ବୁଝିଦେଇଛନ୍ତି । ୨୦୨୧ ରେ ବାପାଙ୍କ ଶୁଦ୍ଧି କାର୍ଯ୍ୟ କରି ନିଜକୁ ଧନ୍ୟ ମନେ କରୁଥିବା କହୁଥିବା ସାନ ପୁଅ ଆଜି ନିଜେ ମଧ୍ୟ ବାପାଙ୍କ ପାଖକୁ ଅଫେରା ରାଇଜକୁ ଚାଲିଛନ୍ତି । ବାପା ଓ ଭାଇଙ୍କୁ ଆଗ ପଛ କରି ହରାଇବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ଅମ୍ଳାନ । କାରଣ ଅମ୍ଳାନ ନିକଟରେ ବାପାଙ୍କୁ ହରାଇ ଥିଲେ ଆଉ ଏବେ ନିଜର ଅତି ପ୍ରିୟ ଗେଲ୍ହା ଭାଇଙ୍କୁ ମଧ୍ୟ ହରାଇ ବସିଛନ୍ତି ।

କଟକ ସତୀ ଚଉରାରେ ଭାଇ ମୁହଁରେ ମୁଖାଗ୍ନି ଦେବା ସମୟରେ ଅମ୍ଳାନଙ୍କ ହୃଦୟ ଦୁଃଖରେ ଫାଟି ପଡିଥିଲା । ସେହି ଅମ୍ଳାନ ୨୦୧୦ ମସିହାରେ ମାଙ୍କ ମୁହଁରେ ମୁଖାଗ୍ନି ଦେଇଥିଲେ । ୨୦୨୧ ମସିହାରେ ବାପାଙ୍କ ମୁହଁରେ ମୁଖାଗ୍ନି ଦେଇଥିଲେ ଆଉ ଆଜି ୨୦୨୩ ମସିହାରେ ଭାଇକୁ କୋହ ଆଉ ଲୁହ ମିଶା ହୃଦୟରେ ମୁଖାଗ୍ନି ଦେଇଛନ୍ତି ।

ଅମ୍ଳାନ କୁଆଡେ ଅକ୍ଲାନ୍ତ ଙ୍କୁ ଖୁବ ଅଧିକ ଭଲ ପାଉଥିଲେ । ଖୁବ ସ୍ନେହ ମଧ୍ୟ କରୁଥିଲେ । ଆଉ ବାପା ଚାଲିଯିବା ପରେ ଯେତେବେଳେ ଅକ୍ଳାନ୍ତ ମାନସିକ ଭାରସ୍ୟମ ହରାଇ ବସିଥିଲେ ସେତେବେଳେ ଅମ୍ଳାନ ଅକ୍ଲାନ୍ତଙ୍କୁ ଖୁବ ବୁଝାଇ ଥିଲେ । ନିଜ ସାନ ଭାଇକୁ ବେଶ ଅଧିକ ସ୍ନେହ ଦେଇ ତାଙ୍କୁ ସ୍ୱାଭାବିକ କରିବାକୁ ଅମ୍ଳାନ ଅନେକ ଚେଷ୍ଟା କରିଥିଲେ । ହେଲେ ସବୁ ଚେଷ୍ଟା ଆଜି ବିଫଳ ହୋଇଗଲା ।

ଅକ୍ଲାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ସୁଧୁରିବା ପରିବର୍ତ୍ତେ ବିଗିଡି ଚାଲିଥିଲା । ଆଉ ଏହା ପରେ ତାଙ୍କର ବାହାରିଥିଲା ଲିଭର ସମସ୍ୟା ଲିଭର ସମସ୍ୟା ଏତେ ସାଙ୍ଘାତିକ ହୋଇଯାଇଥିଲା ଯେ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସା କରାଯାଉଥିଲା ହେଲେ ଦୁଃଖର କଥା ଚିକିତ୍ସା ପରେ ଅକ୍ଳାନ୍ତ ଭଲ ହେବା ପରିବର୍ତ୍ତେ ଆଖି ବୁଝିଦେଇଥିଲେ । ତେବେ ଏହି ଖବର ପ୍ରଚାରିତ ହେବା ପରେ ଚାରି ଆଡ଼େ ଖେଳିଯାଇଛି ଶୋକର ସାୟା । ତେବେ ସମସ୍ତେ କହୁଛନ୍ତି ଭଗବାନ ମିହିର ଦାସଙ୍କ ପରିବାରକୁ ଧର୍ଯ୍ୟ ଦେବା ସହିତ ଅକ୍ଳାନ୍ତଙ୍କ ଅମର ଆତ୍ମାର ସଦଗତି କରନ୍ତୁ

Leave a Reply

Your email address will not be published. Required fields are marked *