କୁନି ଝିଅର ଗଣେଶଙ୍କ ପ୍ରତି ପ୍ରଚୁର ଭଲପାଇବା , ଦେଖିଲେ ଆପଣଙ୍କ ଆଖିରେ ଆସିଯିବ ଲୁ-ହ

ଭାଇରାଲ ଦୁନିଆଁରେ ଅନେକ ଜିନିଷ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ସମୟରେ କଣ ଯେ ଭାଇରାଲ ହୋଇଯିବ , ସେ କଥା କହି ହେବ ନାହିଁ । ତେଣୁ ଅନେକ ଲୋକ ଆପଣ ଜାଣିଥିବେ ରାତାରାତି ଷ୍ଟାର ହୋଇ ଯାଉଛନ୍ତି ଆଉ ତାହା କେବଳ ଏହି ସୋସିଆଲ ମିଡିଆର କମାଲ । ତେବେ ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି , ଯାହା ଆପଣଙ୍କ ଆଖିରେ ଆଣିଦେବ ଲୁହ ।

କୁନି ଝିଅର ପ୍ରଭୁ ଗଣେଶଙ୍କ ପ୍ରତି ଅନାବଳୀ ଭଲପାଇବା । ନା ସେ ଭଲ କରି ଜାଣିଛି ଭଗବାନଙ୍କୁ , ନା ସେ ଚିହ୍ନିଛି । ତଥାପି ତାର ଭଲ ପାଇବା ଆଦୌ କମ୍ ନୁହେଁ । କୁନି ମନରେ ଆଉ କୁନି ବୁଦ୍ଧିରେ ସେ ଯାହା ଯେତିକି ବୁଝିଛି , ତାହା ତା ପାଇଁ ସେତିକି ମୂଲ୍ୟବାନ । ସେ ଛାଡ଼ିବାକୁ ଚାହୁଁ ନାହିଁ ପ୍ରଭୁଙ୍କୁ । ଆଉ କହୁଛି ହେ ପ୍ରଭୁ ଆଉ କିଛି ଦିନ ମୋ ସହିତ ରହିଯାଅ।

ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ଆପଣ ଦେଖିପାରିବେ ଏକ କୁନି ଝିଅକୁ । ଯିଏକି ପ୍ରଭୁ ଗଣେଶଙ୍କୁ କୁ-ଣ୍ଡାଇ ପକାଉଛି ଆଉ ତାକୁ ଦେଖିଲେ ଯେପରି ଲାଗୁଛି , ସେ ଭଗବାନଙ୍କୁ କହୁଛି ପ୍ରଭୁ ଆଉ କେଇଟା ଦିନ ମୋ ସହିତ ରହିଯାଅ , ମୁଁ ତୁମକୁ ବହୁତ ଭଲ ପାଏ । ଏହି ଭିଡ଼ିଓକୁ ଦେଖିଲା ପରେ ଆପଣ ବି ଭାବ ପ୍ରବଣ ହୋଇଯିବେ । ଆପଣଙ୍କ ଆଖିରୁ ବି ଆସିଯିବ ଲୁହ ।

ଆଜିର ସ୍ୱାର୍ଥପର ଦୁନିଆଁରେ କିଏ ଏତେ ନିଃ-ସ୍ୱା-ର୍ଥପର ପ୍ରେମ କରୁଛି । ସବୁ ନିଜ ସ୍ବାର୍ଥ ପାଇଁ ଭଗବାନଙ୍କୁ ଡାକୁଛନ୍ତି ଆଉ କହୁଛନ୍ତି ପ୍ରଭୁ ଆମ ଇଚ୍ଛା ପୂରଣ କରିଦିଅ । କିନ୍ତୁ ଏହି କୁନି ଝିଅକୁ ଦେଖିଲେ ଲାଗୁଛି , ସେ କିଛି ଜାଣି ନାହିଁ । ବାସ୍ ତାର ରହିଥିବା କୋଟି କୋଟି ପ୍ରେମକୁ ସେ ପ୍ରକାଶ କରୁଛି । ତେବେ ଭାଇରାଲ ହୋଇଥିବା ଏହି ଭିଡିଓଟି କେଉଁ ଅଞ୍ଚଳର ଅଟେ , ତାହା ଜଣା ପଡିନାହିଁ । ଅନେକ ଲୋକ ଏହାକୁ ପସନ୍ଦ କରୁଛନ୍ତି ।

Leave a Reply

Your email address will not be published. Required fields are marked *