ପ୍ରେମିକ ପାଇଁ ସ୍ୱାମୀକୁ ଛାଡି OYO ଗଲି, ଏବେ ପ୍ରେମିକ ଫେରାର ପୁତୁରା ବୋହୂ ସହ

ସାଜିଥିଲେ ଜଣଙ୍କ ଘରର ଘରଣୀ , ତାଙ୍କ ପରିବାରରେ ହସ ଖୁସି ଭରି ଦେବେ ବୋଲି କହିଥିଲେ । ବାପା ମାଆ ଭଲ ପୁଅ ଦେଖି ଝିଅର କରିଥିଲେ ବିବାହ । କିନ୍ତୁ ଝିଅ ଶେଷରେ ଏପରି କାମ କରିଥିଲା , ଯାହା ବାପା ମାଆଙ୍କ ମୁଁହରେ ବୋଳି ଦେଇଥିଲା କଳା । ଜଣେ ବିବାହିତା ମହିଳା ନିଜ ସ୍ବାମୀଙ୍କୁ ଛାଡି ଆଉ ଜଣଙ୍କୁ ଭଲ ପାଇ ବସିଥିଲେ ଆଉ ଶେଷରେ ସ୍ଵାମୀ ଠାରୁ ମଧ୍ୟ ଦୂରେଇ ଯାଇଥିଲେ । କିନ୍ତୁ ପ୍ରେମିକ ସହିତ ମଧ୍ୟ ବେଶୀ ଦିନ ସମ୍ପର୍କ ତିଷ୍ଠି ପାରି ନଥିଲା । ଆଉ ଏବେ ପ୍ରେମିକା ହୋଇଛନ୍ତି ଥାନାର ଦ୍ୱାରସ୍ଥ ।

ଆଉ କହିଛନ୍ତି ମୋ ପ୍ରେମିକଙ୍କୁ ଫେରାଇ ଆଣନ୍ତୁ , ମୁଁ ତାଙ୍କ ବିନା ବଞ୍ଚି ପାରିବି ନାହିଁ । ତେବେ ଏପରି ସବୁ କଥା ଜଣେ ପ୍ରେମିକା ଥାନା ଆଗରେ କହିଛନ୍ତି । ସୂଚନା ଅନୁଯାୟୀ , ଅଭିଯୋଗ ଆଣିଥିବା ମହିଳା ଜଣକ ହେଉଛନ୍ତି ବେବିନା । ତେବେ ଆଠ ବର୍ଷ ପୂର୍ବରୁ ସେ ଗୋଟିଏ ସ୍ଥାନରେ ବିବାହ କରିଥିଲେ । ତେବେ ଶାଶୁ ଘରେ ରହିବା କିଛି ଦିନ ମଧ୍ୟରେ ଜଗନ୍ ନାମକ ଜଣେ ବ୍ୟକ୍ତିଙ୍କ ସହିତ ତାଙ୍କର ଭେଟ ହୋଇଥିଲା ଫେସବୁକ୍ ରେ । ଆଉ ସେହି ବ୍ୟକ୍ତି ଜଣକ ତାଙ୍କୁ ଖରାପ ମେସେଜ ମଧ୍ୟ କରିବାରେ ଲାଗିଥିଲେ ଆଉ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହୋଇ ଯାଇଥିଲା ପ୍ରେମ ।

ଯାହାକୁ ଦେଖିବା ପରେ ବେବିନାଙ୍କ ସ୍ଵାମୀ କ୍ରୋଧିତ ହୋଇ ଯାଇଥିଲେ ଆଉ ଏପରି ଜଣେ ସ୍ତ୍ରୀ ସହ ରହିବେ ନାହିଁ ବୋଲି ତାଙ୍କୁ ଛାଡ଼ପତ୍ର ଦେଇଥିଲେ । ତେବେ ଏହାରି ମଧ୍ୟରେ ଦୁହେଁ ଅନେକ ଥର ହୋଟେଲ ରୁମ୍ ରେ ମଧ୍ୟ ରାତି କାଟିଥିଲେ । ଆଉ ଶେଷରେ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ଦୁହେଁ କରିଥିଲେ ବିବାହ । ଏକ ଭଡାଘରେ ଦୁହେଁ ରହୁଥିଲେ । ଦୁହିଁଙ୍କ ମଧ୍ୟରେ ଗଢ଼ି ଉଠିଥିଲା ଶାରୀରିକ ସମ୍ପର୍କ । ଆଉ ଏହାରି ମଧ୍ୟରେ ମହିଳା ଜଣକ ଏପରି ଅଭିଯୋଗ ଆଣିଛନ୍ତି , ଯାହାକୁ ଶୁଣିବା ପରେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ ।

ତେବେ ହଁ ଆଜ୍ଞା ବର୍ତ୍ତମାନ ମହିଳାଙ୍କ କହିବା ଅନୁସାରେ ତାଙ୍କ ସ୍ଵାମୀ ଜଗନ ତାଙ୍କ ପୁତୁରା ବୋହୂକୁ ନେଇ ଫେରାର ହୋଇ ଯାଇଛନ୍ତି । ଆଉ ଏପଟେ ଥାନାରେ ଯାଇ ଅଭିଯୋଗ କରିଛନ୍ତି ତାଙ୍କ ସ୍ଵାମୀ ତାଙ୍କ ପାଖକୁ ଫେରି ଆସନ୍ତୁ । କାହିଁକି ନା ତାଙ୍କର ଆଉ କେହି ସାହା ଭରଷା ନାହିଁ । ସ୍ଵାମୀକୁ ଅଧା ବାଟରେ ଛାଡ଼ିଦେବା ପରେ ବାପା ମାଆଙ୍କ ପାଖରେ ମଧ୍ୟ ତାଙ୍କର ଜାଗା ନାହିଁ । ତେଣୁ ଏବେ କେବଳ ଗୋଟିଏ ଅଭିଯୋଗ କି , ତାଙ୍କୁ ତାଙ୍କ ସ୍ବାମୀ ଜଗନ ଦରକାର ।

Leave a Reply

Your email address will not be published. Required fields are marked *