ମୋ ଝିଅ ସହ ତିନିବର୍ଷର ସମ୍ପର୍କ ରଖି ସବୁ ଲୁଟିନେଲା ଆଉ ଶେଷରେ ଧୋକା ଦେଇ ଚାଲିଗଲା ପ୍ରେମିକ :-

ପ୍ରେମ , ଶାରୀରିକ ସମ୍ପର୍କ ଏବଂ ଧୋକା । ଏହି ସମ୍ବନ୍ଧୀୟ ଅନେକ ମାମଲା ବର୍ତ୍ତମାନ ଦୁନିଆରେ ଦେଖିବାକୁ ମିଳୁଛି । କେଉଁଠି ଝିଅ ପୁଅ ସହିତ ପ୍ରତାରଣା କରୁଛି ତ କେଉଁଠି ପୁଅ ଝିଅ ସହିତ । କେହି କାହା ଠାରୁ କମ ନୁହଁନ୍ତି । ଆଉ ବର୍ତ୍ତମାନ ବି ଏପରି ଏକ ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି । ଯେଉଁଠି ଯୁବକ ସେହି ଗ୍ରାମର ଜଣେ ଯୁବତୀ ଙ୍କ ସହିତ ପ୍ରେମ କରି , ଶାରୀ-ରିକ ସମ୍ପର୍କ ରଖି ପରେ ଧୋକା ଦେଇଛି । ତେବେ ପୁରା ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତ ଅଧୀନ ମିର୍ଜାପୁର ଗାଁରେ ଏପରି ଏକ ଦୁଃଖଦ ଘଟଣା ଘଟିଛି । ଯେଉଁଠି ପ୍ରେମିକା ଏବଂ ତାଙ୍କ ପରିବାର ପ୍ରେମିକର ଘର ସାମ୍ନାରେ ଧାରଣାରେ ବସିଛନ୍ତି । ସେମାନଙ୍କ କହିବା କଥା ଯେ ଯୁବକ ଜଣକ ଦୀର୍ଘ ବର୍ଷ ହେବ ଯୁବତୀଙ୍କୁ ଭଲ ପାଉଥିଲେ । ପରେ ତାର ସବୁ ଲୁଟି ନେଇ ଫେରାର ହୋଇ ଯାଇଛି । ପୁଣି ତା ଭିଣୋଇ ହିଁ ତାକୁ ଲୁଚାଇ ଦେଇଛି । ଏପରି ଯୁବତୀଙ୍କ ମା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । 

ତେବେ ବାସ୍ତବ କଥା ଏହା ଯେ ଯୁବକ ଏବଂ ଯୁବତୀ ତିନି ବର୍ଷ ହେବ ପରସ୍ପରକୁ ଭଲ ପାଉଥିଲେ । ଏ ସମ୍ବନ୍ଧରେ ଉଭୟ ଯୁବକ ଏବଂ ଯୁବତୀଙ୍କ ପରିବାର ଲୋକଙ୍କୁ ଜଣା ଥିଲା । ପୁଣି ଗାଁ ଲୋକ ସୁଦ୍ଧା ଏ ବିଷୟରେ ଜାଣିଥିଲେ । ଯୁବକ ଜଣକ ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରହିଲେ । ଆଉ କିଛି ଦିନ ପରେ ବିବାହ ହୋଇଥାନ୍ତା ମାତ୍ର ଯୁବକ କୁଆଡ଼େ ଫେରାର ହୋଇ ଯାଇଛି । ଯୁବତୀଙ୍କ ପରିବାର ଲୋକେ ବିବାହ କଥା ହେବାକୁ ଯୁବକଙ୍କ ଘରକୁ ଆସି ଦେଖନ୍ତି ତ ସେ ଫେରାର ହୋଇ ଯାଇଛନ୍ତି । ଯେଉଁ କାରଣରୁ ଯୁବତୀଙ୍କ ମା କାନ୍ଦି କାନ୍ଦି ନୟାନ୍ତ । 

ଯୁବତୀଙ୍କ ମା କହିଛନ୍ତି ଯେ ଯୁବକ ଜଣକ ତାଙ୍କ ଭିଣୋଇ ସହିତ ଗାଡ଼ିରେ ବସି ଯାଇଛନ୍ତି । ତେଣୁ ତାଙ୍କ ଭିଣୋଇ ହିଁ ତାକୁ ଲୁଚାଇ ଦେଇଛନ୍ତି । ଆଉ ଏମିତିରେ ଯୁବତୀଙ୍କ ପରିବାର କହିଲେ କେବଳ ତାଙ୍କ ମା ଏବଂ ସେ । ତେଣୁ ତାଙ୍କ ସରଳତାର ଫାଇଦା ଉଠାଇ ଯୁବକ ତାଙ୍କ ସହ ଖେଳିଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ସେମାନେ ଯୁବକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି । ତାଙ୍କ ଦାବି ଯେ ଯୁବକ ଆସି ଯୁବତୀଙ୍କୁ ବିବାହ କରନ୍ତୁ । ଏପଟେ ପୋଲିସ କହୁଛି ଯୁବକଙ୍କୁ ଖୋଜି ଆଣିଲେ ବିବାହ କରାଇବା ଦାୟିତ୍ୱ ତାଙ୍କର । କିନ୍ତୁ ମହିଳାଙ୍କର ଅର୍ଥ ଅଭାବ ଥିବାରୁ ଖୋଜିବା ପାଇଁ ଅସମର୍ଥ ଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *