ପ୍ରସୂତି ବେଳେ ଶିଶୁର ବେକ ଧରି ଟାଣିଲା ନର୍ସ , କଅଁଳ ଶିଶୁର ଉଡ଼ିଗଲା ପ୍ରାଣବାୟୁ

ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରୁ ଦିନକୁ ଦିନ ଏପରି ଘ-ଟ-ଣା ଶୁଣିବାକୁ ମିଳୁଛି ଯେ ଚିକିତ୍ସାରେ ଗୁରୁତ୍ୱ ନଦେବା କାରଣରୁ ଅନେକ ଜୀବନ ଯାଉଛି । ଯେଉଁ କାରଣରୁ ଲୋକେ ଧାରଣାରେ ମଧ୍ୟ ବସୁଛନ୍ତି । ଆଉ ଗତ ଶୁକ୍ରବାର ଦିନ ମଧ୍ୟ ଏପରି ଏକ ଘ-ଟଣା ଘ-ଟିଛି ଯାହାକୁ ଆଧାର କରି ଏକ ପରିବାର ଲେବୋର ରୁମ ଆଗରେ ଧାରଣାରେ ବସିଛନ୍ତି । ପ୍ରସୂତି ମହିଳାଙ୍କ ପ୍ରସବ ସମସ୍ୟା ଥିବାରୁ ନବଜାତ ଶିଶୁଙ୍କ ମୃ-ତ୍ୟୁ ହୋଇଥିବା ଅଭି-ଯୋଗ କରିଛନ୍ତି ପରିବାର ଲୋକେ । ଏହାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ଜୋର ଧରିଛି

ସୂଚନା ଅନୁଯାୟୀ ସୋର ବ୍ଲକ ସରସଙ୍ଗ ଗ୍ରାମର ଦିବ୍ୟଜ୍ୟୋତି ଓଝାଙ୍କ ପତ୍ନୀ ଉପମା ଓଝାଙ୍କୁ ପ୍ରସବ ପାଇଁ ୯ ତାରିଖ ରାତି ୧୧ ରେ ସୋର ଚିକିତ୍ସାଳୟକୁ ନିଆଯାଇଥିଲା । ମାତ୍ର ସେହି ଚିକିତ୍ସାଳୟରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ରେ-ଫର କରାଯାଇଥିଲା । ତେଣୁ ପରିବାର ଲୋକେ ତାଙ୍କୁ ଭୋର ୩.୨୦ ରେ ମହିଳାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ମାତ୍ର ପ୍ର-ସବ ପରେ ନବଜାତ ଶିଶୁର ମୃ-ତ୍ୟୁ ହୋଇଛି ଯେଉଁଥି ପାଇଁ ପରିବାର ଲୋକେ ପ୍ର-ସବ ସମୟରେ ଦେଖା ଦେଇଥିବା ସମସ୍ୟା ବିଷୟରେ କହିଛନ୍ତି ।

ପରିବାର ଲୋକଙ୍କ କହିବା କଥା ଯେ ଯେତେବେଳେ ମହିଳାଙ୍କୁ ପ୍ର-ସବ ପାଇଁ ଅଣାଗଲା ସେତେବେଳେ ହସ୍ପିଟାଲରେ ଡାକ୍ତର ନଥିଲେ । ଆଉ ମହିଳାଙ୍କ ସ୍ଥିତି ମଧ୍ୟ ଖରାପ ଥିଲା । ତେଣୁ ହସ୍ପିଟାଲରେ ଥିବା ନର୍ସ ମାନେ ପ୍ର-ସବ କରାଇବାକୁ ନିଷ୍ପତ୍ତି ନେଇଥିଲେ । ପ୍ର-ସବ ସମୟରେ ଶିଶୁ ଓଲଟା ଥିବାରୁ ସିଜର କରାଇବାକୁ ନିଷ୍ପତ୍ତି ନେଇଥିଲେ ହେଁ ନର୍ସ ମାନେ ନର୍ମାଲ ପ୍ର-ସବ କରାଇବାକୁ ନିଷ୍ପତ୍ତି ନେଇଥିଲେ । ପ୍ର-ସବ ପରେ ଶିଶୁକୁ କିଛି ସମୟ ଆଇସିୟୁରେ ରଖାଯାଇଥିବା ମଧ୍ୟ ପରିବାର ଲୋକେ କହିଛନ୍ତି । କିନ୍ତୁ ୧୫ ମିନିଟ ପରେ ଶିଶୁର ମୃ-ତ୍ୟୁ ହୋଇଥିବା ଜଣା ପଡ଼ିଥିଲା । ଆଉ ଠିକ ଭାବରେ ପ୍ର-ସବ କରାଇବା ପାଇଁ ୫୦୦୦ ଟଙ୍କା ନେଇଥିବା ମଧ୍ୟ ପରିବାର ଲୋକେ ଅଭି-ଯୋଗ ଆଣିଛନ୍ତି ।

ଯାହାକୁ ନେଇ ପରିବାର ଲୋକେ ଶିଶୁକୁ ଧରି ଲେବର ରୁମ ସାମ୍ନାରେ ଧାରଣାରେ ବସିଥିଲେ । ଏହାପରେ ଟାଉନ ଥା-ନା ଆଇଏସି ଆସି ଘ-ଟଣା ବିଷୟରେ ତ-ଦ-ନ୍ତ କରିଥିଲେ । ଏପଟେ ହସ୍ପିଟାଲର କର୍ତ୍ତୃପକ୍ଷ କହିଛନ୍ତି ଯେ ପ୍ର-ସବ ନର୍ସ ନୁହେଁ ବରଂ ଡାକ୍ତର କରାଇଥିଲେ । ବାସ୍ତବରେ ପ୍ର-ସୂ-ତି ମହିଳାଙ୍କୁ ସୋରରୁ ବାଲେଶ୍ୱର ଆଣିବା ପରେ ତାଙ୍କ ସ୍ଥିତି ଆଦୌ ଭଲ ନଥିଲା । ତେଣୁ ଡାକ୍ତର ଏବଂ ନର୍ସ ପ୍ର-ସ-ବ ପରେ ଶିଶୁକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ହେଁ ସମ୍ଭବ ହୋଇ ନଥିଲା ।

Leave a Reply

Your email address will not be published. Required fields are marked *