ଗି-ରଫ ହେବେ ଯାତ୍ରା ଜଗତର ବଡ଼ ଖଳନାୟକ ଦୈତାରୀ ପଣ୍ଡା । କ୍ଷମା ପ୍ରାର୍ଥନା ସତ୍ତ୍ୱେବି ଥା-ନାରେ ଦେଲେ ଏ-ତଲା ।

ଯାତ୍ରା ଜଗତର ପ୍ରସିଦ୍ଧ ଖଳନାୟକ ଦୈତାରୀ ପଣ୍ଡାଙ୍କୁ ଗିରଫ କରିବା ନେଇ ଅନେକ କ୍ଷେତ୍ରରେ ଲୋକେ ଦାବି କରିଛନ୍ତି । ଏଇ କିଛିଦିନ ପୂର୍ବରୁ ହିଁ ଦୈତାରୀ ପଣ୍ଡାଙ୍କୁ ନବୀନ ପଟ୍ଟନାୟକ ଏବଂ ଜଗତର ନାଥ ଜଗନ୍ନାଥଙ୍କୁ ତୁଳନା କରି ଦେଇଥିବା ଏକ ବାଇଟ ତାଙ୍କ ପାଇଁ ଆଜି ବିପଦ ହୋଇ ଯାଇଛି । ଯାହାକୁ ନେଇ ସେ ପୂର୍ବରୁ ଜନସାଧାରଣଙ୍କୁ କ୍ଷମା ମାଗିଥିଲେ ମଧ୍ୟ ସେହି କ୍ଷମା ପ୍ରାର୍ଥନା କୌଣସି ଲାଭ ଦେଇ ନାହିଁ । ଆଉ ଆଜିବି ଲୋକେ ଦୈତାରୀ ପଣ୍ଡାଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି । ସବୁଠି ଲୋକଙ୍କ ଦାବି ଶୁଣିବାକୁ ମିଳିଛି ଯେ କିଛିବି ହୋଇଯାଉ , କ୍ଷମାର କୌଣସି ପ୍ରଶ୍ନ ଉଠୁନାହିଁ , ଦୈତାରୀ ପଣ୍ଡାଙ୍କୁ କେବଳ ଗିରଫ କରାଯାଉ ।

ଦୈତାରୀ ପଣ୍ଡା ଗତ କିଛିଦିନ ଏହା କହିଥିଲେ ଯେ ନବୀନ ହେଉଛନ୍ତି ଓଡ଼ିଶାର ଜଗନ୍ନାଥ । ଆଉ ଏହା ନିଶ୍ଚିତ ଭାବରେ ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ ସଦୃଶ ଅଟେ । ଯାହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ପରେ ଦୈତାରୀ ପଣ୍ଡା ସୋସିଆଲ ମିଡିଆରେ ଭୁଲ ମାଗିଥିଲେ । କିନ୍ତୁ ଏହାକୁ ଲୋକେ ଗ୍ରହଣ କରି ନାହାଁନ୍ତି କାରଣ ଦୈତାରୀ ଭୁଲ ତ ମାଗିଥିଲେ କିନ୍ତୁ ସେ ଏଭଳି କଥା ସୋସିଆଲ ମିଡିଆରେ କହିନଥିବା ମଧ୍ୟ କହିଥିଲେ ।

ଯାହାକୁ ନେଇ ଲୋକେ ଆହୁରି କ୍ରୋଧିତ ହୋଇ କେବଳ ଗିରଫ କରାଯାଉ ବୋଲି ଦାବି କରିଛନ୍ତି । ସେଦିନ ରାଜନୀତି ଦଳରେ ମିଶିବା ସମୟରେ ଦୈତାରୀ ପଣ୍ଡା ଯେଉଁ ଭାଷଣ ଦେଇଥିଲେ ତାହା ତାଙ୍କୁ ମହଙ୍ଗା ପଡ଼ିଛି । ରାଜନୀତିରେ ମିଶିବା ସମୟରେ ସେ ଜଗତର ନାଥ ଜଗନ୍ନାଥଙ୍କୁ ଅପମାନ ଦେଇଥିଲେ ।

ଏହାକୁ ଜଗନ୍ନାଥ ପ୍ରେମୀଙ୍କ ମନରେ କୋଠାରଘାତ ହୋଇଥିଲା । ସାରା ଓଡ଼ିଶାରେ ଉକ୍ତ ମନ୍ତବ୍ୟକୁ ନେଇ ଅନେକ ବିରୋଧ ହୋଇଥିଲା । ସୋସିଆଲ ମିଡ଼ିଆରେ ଦୈତାରୀ ପଣ୍ଡା ନିଜ ଭୁଲ ମଧ୍ୟ ସ୍ବୀକାର କଲେ । କିନ୍ତୁ ଏଭଳି ଭୁଲକୁ କେହିବି ସହଜରେ ଗ୍ରହଣ କରିପାରି ନାହାଁନ୍ତି । ସବୁ ଜଗନ୍ନାଥ ଭକ୍ତ ଏହି କଥାକୁ ପ୍ରତିବାଦ କରିଛନ୍ତି । ତେଣୁ ତାଙ୍କର ଏବେ ଗିରଫ ସହିତ ପୁରୀ ଜଗନ୍ନାଥ ମନ୍ଦିରରେ ହିନ୍ଦୁ ଶାସ୍ତ୍ରୀୟ ପରମ୍ପରା ଅନୁଯାୟୀ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଶ୍ରୀରାମ ସେନା ଦାବି କରିଛନ୍ତି । ତେବେ ଆଜି ଦିନ ୧୦ ଟା ସମୟରେ ଜଳେଶ୍ବର ଶ୍ରୀରାମ ସେନା ପକ୍ଷରୁ ଜଳେଶ୍ବର ଥାନାରେ ଏତଲା ଦିଆଯିବା ସହିତ ତୁରନ୍ତ ଦୈତାରୀ ପଣ୍ଡାଙ୍କୁ ଗିରଫ କରିବାକୁ ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *