ଅଲିଉଡ଼ ଅଭିନେତା ସୋହମ ହାତ ସିଂହଙ୍କ ଅନୁଯାୟୀ ଇଣ୍ଡଷ୍ଟ୍ରିରେ ହୁଏ କାଷ୍ଟିଂ କାଉଚ୍ ଆଉ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଧିକ ସଂଘର୍ଷ କରନ୍ତି ପୁଅ ପିଲା ।

ଅଲିଉଡ଼ ଅଭିନେତା ସୋହମ ସିଂହ ଓଡ଼ିଶାରେ ସମସ୍ତଙ୍କର ପରିଚିତ ଅଟନ୍ତି । ଯିଏକି ଅଲିଉଡ଼ରେ ଏକାଧିକ ଫିଲ୍ମରେ କାମ କରି ସାରିଛନ୍ତି । ତେବେ ସେ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ଏକ କୋରପରେଟରେ କାମ କରୁଥିଲେ । ଆଉ ସବୁବେଳେ ଫିଲ୍ମରେ କାମ କରିବାକୁ ଇଚ୍ଛା ଥିଲେ ହେଁ , ତାଙ୍କର ସେହି ସ୍ୱପ୍ନ କେବେ ହଠାତ ପୂରଣ ହୋଇ ଯାଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ଜାଣି ନାହାଁନ୍ତି ଯେ ସୋହମ ସିଂହ ବିବାହିତ ଅଟନ୍ତି । ସେ ବର୍ତ୍ତମାନ ନୁହେଁ ବରଂ ୩ ବର୍ଷ ହେବ ବିବାହ କରିଛନ୍ତି । କିନ୍ତୁ ତାଙ୍କ ସ୍ତ୍ରୀ ତାଙ୍କ ସହିତ ରହୁ ନାହାଁନ୍ତି ।

ବିବାହ ପୂର୍ବରୁ ସେ କେବଳ ଜଣେ କୋରପରେଟ ସେକ୍ଟରରେ କାମ କରୁଥିଲେ ଏବଂ ସେହି ସମୟରେ ହିଁ ତାଙ୍କର ବିବାହ ହୋଇଥିଲା । ମାତ୍ର ଯେତେବେଳେ ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିଲେ ସେତେବେଳେ ତାଙ୍କର ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ଭୁଲ ବୁଝାମଣା ହୋଇଥିଲା । ଯେଉଁ କାରଣରୁ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ।

କିନ୍ତୁ ତଥାପି ଉଭୟେ କଥା ହୁଅନ୍ତି ଏବଂ ଭଲ ସାଙ୍ଗ ଅଟନ୍ତି । ଆଉ ସୋହମଙ୍କ କହିବା କଥା ଯେ ଉଭୟଙ୍କ ସ-ମ୍ପର୍କ ଦିନେ ନା ଦିନେ ନିଶ୍ଚୟ ସୁଧୁରି ଯିବ । ସୋହମ କହିଛନ୍ତି ଯେ ଇଣ୍ଡଷ୍ଟ୍ରିରେ କିଭଳି ସଂ-ଘର୍ଷ କରିବାକୁ ପଡ଼େ । ତାଙ୍କ ଅନୁଯାୟୀ ଓଡ଼ିଆ ଇଣ୍ଡଷ୍ଟ୍ରି ହେଉ କିମ୍ବା ଅନ୍ୟ କୌଣସି ଇଣ୍ଡଷ୍ଟ୍ରି ହେଉ ସବୁଠି ଝିଅଙ୍କ ଅପେକ୍ଷା ପୁଅଙ୍କ ନିଜ ପରିଚୟ ବନାଇବା ପାଇଁ ଅଧିକ ସଂ-ଘର୍ଷ କରବାକୁ ପଡ଼ିଥାଏ ।

ଝିଅମାନେ ଦର୍ଶକଙ୍କ ନଜରକୁ ଅଧିକ ଆସନ୍ତି ଏବଂ ଅଧିକ ଜଡ଼ିତ ମଧ୍ୟ । ତେବେ ଯେତେବେଳେ ତାଙ୍କୁ କାଷ୍ଟିଂ କାଉଚ୍ ସମ୍ବନ୍ଧରେ ପଚ-ରା ଯାଇଛି ସେଥିରେ ସେ ଉତ୍ତର ଦେଇଛନ୍ତି ଯେ ଏହି କାଷ୍ଟିଂ କାଉଚ୍ ସମସ୍ୟା ସବୁଠି ଅଛି । ମାତ୍ର କିଛି ସତ ବାହାରକୁ ଆସେନାହିଁ , ଆଉ କିଛି ମିଛ ମଧ୍ୟ ସତ ହୋଇଯାଏ । ଏହାପରେ ସେ କହିଛନ୍ତି ଯେ ଇଣ୍ଡଷ୍ଟ୍ରିରେ ପ୍ରାୟ ସବୁ କଳାକାରଙ୍କର ଅଭିନୟ ପ୍ରଫେସନ ହୋଇଥିଲେ ହେଁ ସେମାନେ ରୋଜଗାର ପାଇଁ ଭିନ୍ନ ପନ୍ଥା ରଖୁଛନ୍ତି । ଯାହାକି ସମସ୍ତେ ହିଁ ରଖିବା ଉଚିତ ।

Leave a Reply

Your email address will not be published. Required fields are marked *