ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରୂପା ଓ ପିଣ୍ଟୁ

ବିବାହ ଏକ ପବିତ୍ର ବନ୍ଧନ। ଯେଉଁଠି ସ୍ବାମୀ ସ୍ତ୍ରୀ ଦଶ ଦିଗପାଳ ଏବଂ ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି। ସାତ ଜନ୍ମ ସାଙ୍ଗ ହେଇ ରାହିବେ ଏବଂ ଦୁହେଁ ଦୁହିଁଙ୍କର ଯତ୍ନ ନେବେ ବୋଲି ବଚନ ଦିଅନ୍ତି। ସେଥିପାଇଁ ଆଜିକାଲି ବଲିଉଡ୍ ହେଉ କି ଓଲିଉଡ ସମସ୍ତେ ଧୁମ୍ ଧାମରେ ବିବାହ କରିବାକୁ ଚାହୁଁଛନ୍ତି। କିନ୍ତୁ ଆପଣ ମାନଙ୍କର ପ୍ରିୟ ୟୁଟୁବର ରୂପା ଓ ପିଣ୍ଟୁ ଆଉଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

ଭଦ୍ରକର ରୂପା ଏବଂ ପିଣ୍ଟୁଙ୍କୁ ଏବେ ସାରା ଓଡ଼ିଶାରେ କିଏ ନ ଜାଣିଛି। ଗତ କିଛି ବର୍ଷ ପୂର୍ବେ ପିଣ୍ଟୁ ନିଜର ଏକ ୟୁଟୁବ ଚ୍ୟାନେଲ ଖୋଲି ସେଥିରେ ସବୁଦିନ ଭିଡିଓ ପୋଷ୍ଟ କରୁଥିଲେ କିନ୍ତୁ ସେ ସମୟରେ ତାଙ୍କୁ ଅଧିକ କେହି ଜାଣିନଥିଲି କିନ୍ତୁ ସେ ଯେବେ ଠାରୁ ରୂପାଙ୍କ ସହ ଭିଡିଓ କରିଛନ୍ତି ସେବେଠାରୁ ତାଙ୍କ ଭାଗ୍ୟ ବଦଳି ଯାଇଛି। ଏବେ ସେ ଓଡ଼ିଶାର ଜଣେ ପ୍ରସିଦ୍ଧ କଳାକାର। ତାଙ୍କ ଭିଡିଓ ଦେଖିବା ପାଇଁ ଲୋକ ମାନେ ଦିନ ଦିନ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି।

ଯେଉଁ ମାନେ ରୂପା ପିଣ୍ଟୁଙ୍କ ଭିଡିଓ ସବୁ ଦିନ ଦେଖନ୍ତି ସେମାନେ ଜାଣିଥିବେ ରୂପା ପିଣ୍ଟୁ ଆଗରୁ ବାହା ହେଇ ତାଙ୍କର ଗୋଟେ ଝିଅ ଅଛି। କିନ୍ତୁ ଏବେ ରୂପାପିଣ୍ଟୁ ଆଉଥରେ ବାହା ହେବାକୁ ଯାଉଛନ୍ତି। ହଳଦୀ ସରି ମେହେନ୍ଦି ମଧ୍ୟ ସରିଲାଣି ପିଣ୍ଟୁ ରୁପାଙ୍କ ପାଇଁ ଅନେକ ସୁନା ଗହଣା ମଧ୍ୟ ଆଣିଛନ୍ତି।

ଯାହାକୁ ଦେଖି ସେ ବହୁତ୍ ଖୁସି ହେଉଛନ୍ତି। ଖାଲି ବାକି ଅଛି ଆଉଥରେ ବାହାଘର। ପିଣ୍ଟୁଙ୍କ ଘର ଆଗରେ ଯେମିତି ସାଜ ସଜା ହେଇ ଟେଣ୍ଡ ବାଡିଆ ହେଉଛି ଆପଣ ମାନେ ଦେଖିକି ଭାବିବେ ସତରେ ପିଣ୍ଟୁ ଆଉଥରେ ବିବାହ କରୁଛନ୍ତି କିନ୍ତୁ ଏଇ ବିବାହ ସତ ସତିକା ନୁହଁ ନିଜ ୟୁଟ୍ୟୁବ୍ ମ୍ୟୁଜିକ ଭିଡିଓ ପାଇଁ ରୂପା ପିଣ୍ଟୁ ଆଉଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

Leave a Reply

Your email address will not be published. Required fields are marked *