ମୁଁ ଛୋଟ ଥିଲି ମତେ ଦୁଷ୍କ-ର୍ମ କରି ଗର୍ଭବତୀ କରିଦେଲେ।

ଏ ସମାଜ ବଡ଼ ବିଚିତ୍ର ଆଜ୍ଞା। ଆଉ ଏ ସମାଜରେ ବାସ କରୁଥିବା ମଣିଷ ମାନେ ମଧ୍ୟ ବଡ଼ ଅଦ୍ଭୁତ। ଏଠି ନିର୍ଦୋସିକୁ ନୀଚ ଆଖିରେ ଦେଖନ୍ତି। ଏଠି ଭୁଲ ନକରି ଜଣେ ସମାଜର ଲୋକଙ୍କ ଆଖିରେ ଛୋଟ ହୋଇଯାଏ। ହଁ ଆଜ୍ଞା କି ଭୁଲ କରିଥିଲା ସେହି ଅଳପ ବୟସର ଝିଅ ଟିଏ । ସେ କଣ ଜାଣିଥିଲା ତାକୁ ଦେହ ମାଂସ ଲୋଭି ନର ରାକ୍ଷାସ ଦୁଷ୍କର୍ମ କରି ବସିବେ ବୋଲି। ସେ କଣ ଜାଣିଥିଲା ଏତେ ବୟସରେ ସେ ଗର୍ଭବତୀ ହେବ ବୋଲି।

ଏକ ତ ଝିଅଟିକୁ ଖୁବ କମ ବୟସ। ଯେଉଁ ବୟସରେ ସେ ଦୁନିଆ ବିଷୟରେ ବୁଝିଥାନ୍ତା। ଦୁନିଆର ଲୋକଙ୍କୁ ଚିହ୍ନିଥାନ୍ତା ଯେଉଁ ବୟସରେ ନିଜ ଭବିଷ୍ୟତକୁ ନେଇ ଚିନ୍ତା କରିଥାନ୍ତା ସେହି ବୟସରେ ଝିଅଟିକୁ ଦୁଷ୍କର୍ମ କରି ଗର୍ଭବତୀ କରାଇ ଦିଆଗଲା। ଜାଣିନଥିଲା ମାତୃତ୍ୱର ମାନେ। ବୁଝି ନଥିଲା ମାତୃତ୍ୱର ପରିଭାଷା। ହେଲେ ଏ କଣ ଡାକ୍ତର କହିଲେ ସେ ଗର୍ଭବତୀ ଅଛି। ଡାକ୍ତର କହିଲେ ତା ପେଟରେ ଏକ କୁନି ଛୁଆ ବଢୁଛି ଆଉ ଯେଉଁ ଛୁଆ ଦୁଷ୍କର୍ମର ଶିକାର ହେବା ପରେ ପେଟରେ ରହିଛି।

ଏତେ କମ ବୟସରୁ ଗର୍ଭବତୀ ହୋଇ ନିଜ ଜୀବନକୁ ବିପଦରେ ପକାଇବା ସହ ଛୁଆର ଜୀବନ ମଧ୍ୟ ବିପଦ ଆଡକୁ ଠେଲି ହୋଇଗଲା। ଛୁଆକୁ ଦୁନିଆର ଆଲୋକ ଦେଖାଇବାକୁ ଯେତେବେଳେ ମାନସିକ ସ୍ତରରେ ବୁଝୁଥିଲା ମା ସେହି ସମୟରେ ସେ କଣ ଜାଣିଥିଲା କମ ବୟସରୁ ଗର୍ଭବତୀ ହେଲେ ତାକୁ ଦିନେ ପ୍ରାଣ ହରାଇବାକୁ ପଡିବ ବୋଲି। କେବଳ ସେ ଏକା ନୁହେଁ ତ ସନ୍ତାନ କୁ ମଧ୍ୟ ଜୀବନ ହାରିବାକୁ ପଡିବ। ଏତେ ଟାହି ଟାପରା ଏତେ ନିନ୍ଦା ଅପବାଦକୁ ସହି ଯେଉଁ ମା କଷ୍ଟକୁ ନିଜ ଭିତରେ ପିଇଯାଉଥିଲା ତା ଛୁଆକୁ ଦୁନିଆର ଆଲୋକ ଦେଖାଇବା ପାଇଁ ସେ କଣ ଜାଣିଥିଲା ତା ଛୁଆ ଦୁନିଆର ଆଲୋକ ଦେଖିବା ପୂର୍ବରୁ ଦୁହେଁ ମିଶି ଏକାଠି ଆଖି ବୁଝି ଦେବେ ବୋଲି।

ହଁ ଦର୍ଶକ ବନ୍ଧୁ ଝିଅଟିଏ ପ୍ରଥମେ ଦୁଷ୍କର୍ମର ଶିକାର ହୋଇଥିଲା। ଆଉ ଏହା ପରେ ସେ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲା ଏକଥା ଯେତେବେଳେ ଗ୍ରାମରେ ପ୍ରଘଟ ହେଲା କେତେ କଥା କେତେ ଲୋକେ କହିଲେ। ସବୁ ନିନ୍ଦା ଅପବାଦକୁ ସହି ଝିଅଟିଏ ପାଲଟିଗଲା ଜୀଅନ୍ତା। ଆଜି ସିନା ସିଏ ସବୁଦିନ ପାଇଁ ଆଖି ବୁଝି ଦେଇଛି ହେଲେ କିନ୍ତୁ ଲୋକଙ୍କ କଷ୍ଟ ଦୁଷ୍କର୍ମ ର ଶିକାର ହେବାର ଦୁଃଖ ତାକୁ ପ୍ରତ୍ୟକ ମୁହୂର୍ତ୍ତରେ ଜାଳି ଜାଳି ମାରୁଥିଲା। ଝିଅଟିଏ ନିଜକୁ ପ୍ରଶ୍ନ କରୁଥିଲା ମୋର ଭୁଲ କଣ କେଉଁଠି ରହିଲା ମୋର ଭୁଲ। ମୁଁ ଦୁଷ୍କର୍ମର ଶିକାର ହେଲି ମୁଁ ମୁଣ୍ଡେଇଲି ନିନ୍ଦା ଅପବାଦ ହେଲେ ବି ଶେଷରେ ଭଗବାନ ମୋ ଜୀବନ ନେଇଗଲେ।

ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିବା ବେଳେ ଦୁଷ୍କର୍ମ କରିଥିବା ଯୁବକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଉ ଏ ଘଟଣା ହେଉଛି ବାରିପଦା ଅଞ୍ଚଳର । ଝିଅଟିଏ ପ୍ରସବ କରାଇବାକୁ ଯାଇ ଆଜି ସବୁଦିନ ପାଇଁ ଚାଲିଯାଇଛି ଅଫେରା ରାଇଜକୁ। ମା ଆଉ ଛୁଆ ଦୁହେଁ ମିଶି ଆଖି ବୁଝି ଦେଇଛନ୍ତି। ଏମିତିରେ ତ ସେ କେବେ ଠୁ ମରିସାରିଥିଲେ କେବଳ ଶରୀରରୁ ନିଶ୍ୱାସ ଯିବାଟା ବାକି ଥିଲା ଆଉ ଆଜି ସେତିକିବି ସରିଗଲା। ଡାକ୍ତରଖାନାର ବେଡ଼ରେ ମା ଛୁଆଙ୍କୁ ମୃତ ଘୋଷଣା କରିଛନ୍ତି ଆଉ ଏହି ଖବର ପରିବାର ଲୋକଙ୍କ ପାଦ ତଳୁ ମାଟି ହସେଇ ଦେଇଛି।

Leave a Reply

Your email address will not be published. Required fields are marked *