ଭଣ୍ଡ ସାରଥିଙ୍କ ପରେ କେନ୍ଦ୍ରାପଡା ଚର୍ଚ୍ଚାରେ ସୋନାଲି ମଲ୍ଲିକ, ନିଜକୁ ମା ଶାରଳା କହି ଭକ୍ତଙ୍କୁ ଲୁ-ଟ। ଦେଖନ୍ତୁ ଏହି ଭିଡ଼ିଓ।

ଭାରତୀୟ ମାନଙ୍କ ଧର୍ମ ଉପରେ ଅତୁଟ ବିଶ୍ୱାସ ରହିଥାଏ। ବିଶେଷ କରି ହିନ୍ଦୁମାନେ ଧର୍ମକୁ ନେଇ ବହୁତ ଜଲ୍ଦି ଆଶା ବାନ୍ଧି ଦିଅନ୍ତି। ଯେଉଁ କାରଣରୁ ଅନେକ ଭଣ୍ଡ ବାବା ଓ ମାତା ଭକ୍ତଙ୍କ ଠାରୁ ର-କ୍ତ ଶୋ-ଷିଲା ଭଳି ଟଙ୍କା ଶୋଷି ଥାନ୍ତି। ଭକ୍ତମାନେ ଠକ-ମିରେ ପଡି ନିଜର ସର୍ବସ୍ୱ ହରେଇ ଥାନ୍ତି। ତେବେ ଏହି ରେ-କ-ର୍ଡ଼ ସାରା ଭାରତ ବର୍ଷରେ ରହିଛି। ଅନେକ ଭଣ୍ଡ ବାବା ଯେପରିକି ଆଶାରାମ ବାପୁ, ରହିମ ରାମପଲ ଆଦି ବାବା ନିଜର କାର-ନାମା କରି ଦେଇ ଯାଇଛନ୍ତି। ତେବେ ଭ-ଣ୍ଡ ବାବାଙ୍କ କବଳରୁ ଓଡିଶା ମଧ୍ୟ ବଞ୍ଚି ପାରିନାହିଁ। ସୁର ଓ ସାରଥି ଙ୍କ ଭଳି ଭଣ୍ଡ ବାବା ଅନେକ ଧନ ସମ୍ପତ୍ତି ଲୁ-ଟିଛନ୍ତି।

ଭଣ୍ଡ ସାରଥିଙ୍କ ପରେ କେନ୍ଦ୍ରାପଡାରେ ସୋନାଲି ମଲ୍ଲିକ ନାମକ ଜଣେ ମହିଳା ଭକ୍ତ ମାନଙ୍କୁ ଲୁ-ଟିବାରେ ଲାଗିଛନ୍ତି। ସୋନାଲି ମଲ୍ଲିକ ନିଜକୁ ମା ଶାରଳା କହି ସୋନାଲି ଓ ତାଙ୍କ ପରିବାର ଲୋକେ ଲୁ-ଟିବାରେ ଲାଗିଛନ୍ତି। ତେବେ ଏହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡ଼ିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ରେ ପକେଇ ଦେଇଛି।

ତେବେ ଭାଇରାଲ ଭିଡ଼ିଓ ଟି କେନ୍ଦ୍ରାପଡା ଜିଲ୍ଲା ଡେରାବିସ ବ୍ଳକ ହରିଅଙ୍କ ଗ୍ରାମର ଅଟେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ମହିଳା ଜଣକ ନାଲି ଶାଢ଼ୀ ଓ ଚୁନି ସହ ବେକରେ ଏକ ଫୁଲ ମାଳ ମଧ୍ୟ ପକେଇ ଥିବା ଦେଖିବାକୁ ପାଇବେ। ତେବେ ଭଣ୍ଡ ସାରଥି ଙ୍କ ପରେ ସୋନାଲି ମଲ୍ଲିକ ଓ ତାଙ୍କ ପରିବାର ଏଠାରେ ଆଡା ଜମେଇ ରହିଛନ୍ତି। ଲୋକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଯଦୁଗରୀ କଳା ମଧ୍ୟ ଦେଖେଇଛନ୍ତି।

ଝଙ୍କଡ଼ ସାରଳା ପ୍ରଥମପୀଠ ପରେ ଡେରାବିସ ବ୍ଳକ ହରିଅଙ୍କ ଗ୍ରାମ ଦ୍ୱିତୀୟ ସାରଳା ପୀଠ ହେବାକୁ ଯାଉଛି। ସାରଥି ମହାପ୍ରଭୁ ଜଗନ୍ନାଥଙ୍କ ତୁଳସୀକୁ ଅବମାନନା କରି ଜେ-ଲରେ ଫ-ସି ରହିଥିଲା। ସେହିଭଳି ସୋନାଲି ମଲ୍ଲିକ ପବିତ୍ର ଗଙ୍ଗା ଜଳ ଓ ଫୁଲକୁ ନିଜ ପାଦ ତଳେ ରଖି ହିନ୍ଦୁ ଧର୍ମର ଭାବ ବେଗ ସହ ଖେଳୁଛନ୍ତି ସୋନାଲି। ସେ ସାରଳା ରୂପେ ପୂଜା ପାଇବେ ବୋଲି ଘୋ-ଷଣା ମଧ୍ୟ କରିଛନ୍ତି।

ତେବେ ସ୍ଥାନୀୟ ବାସିନ୍ଦା ଏହାକୁ ନେଇ ନି-ନ୍ଦା ମଧ୍ୟ କରୁଛନ୍ତି। ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, କେନ୍ଦ୍ରାପଡା ତୁଳସୀ କ୍ଷେତ୍ର ରୂପେ ପରିଚିତ ଅଟେ। କିନ୍ତୁ ସାରଥି ଆସିବା ପରେ ଏହା ସାରଥି କ୍ଷେତ୍ରରେ ପରିଣତ ହୋଇଯାଇଥିଲା ଏବଂ ବର୍ତ୍ତମାନ ଏହା କନକ କ୍ଷେତ୍ର ହେବାକୁ ଯାଉଛି ବୋଲି କହିଛନ୍ତି। ହିନ୍ଦୁ ଲୋକଙ୍କ ଧର୍ମାବେଗ ସହ ଖେଳୁଛନ୍ତି। ଗଙ୍ଗା ଓ ତୁଳସୀ ପତ୍ରକୁ ନିଜ ପାଦରେ ଚଢ଼େଇ ପୂଜା ପାଉଛନ୍ତି। କେବଳ ସେତିକି ନୁହେଁ ଜୋର ଜବ-ରଦସ୍ତ ଚାନ୍ଦା ଆଦାୟ ଓ ଅନେକ ଅସା-ମାଜିକ କାମରେ ଲି-ପ୍ତ ରହିଥିବା କଥା ମଧ୍ୟ କହିଛନ୍ତି।

Leave a Reply

Your email address will not be published. Required fields are marked *