ରିୟାଙ୍କ ରିସେପସନ ଭୋଜିରେ ପରସ୍ପର ମୁହାଁ ମୁହିଁ ହେଲେ ପ୍ରକୃତି ଏବଂ ଅପରାଜିତା, ଉଭୟଙ୍କୁ ଏକାଠି ଦେଖି ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ।:-

ଓଡ଼ିଆ ଚଳଚିତ୍ର ଜଗତର ବହୁ ପ୍ରସିଦ୍ଧ ଏବଂ ଚର୍ଚ୍ଚିତ ନାୟିକା ରିୟା ଏବେ ପ୍ରେମ ବିବାହ କରିସାରିଛନ୍ତି। ସେ ନିଜ ପ୍ରେମିକ ସୁନୀଲଙ୍କ ହାତ ଧରି ବୁଧବାରଠାରୁ ଶ୍ରୀକ୍ଷେତ୍ର ପୁରୀର ବୋହୂ ହୋଇସାରିଛନ୍ତି। ହୋଟେଲ୍‌ ‘ହରିପ୍ଲାଜା’ ପରିସରରେ ରିୟାଙ୍କର ବିବାହ ଉତ୍ସବ ହୋଇଥିଲା।

ଏହି ପ୍ରେମୀଙ୍କର ବିବାହ କରିବାର ସ୍ୱପ୍ନ ସାକାର ହୋଇଥିବାରୁ ରିୟା ନିଜ ବାହାଘରରେ ନିଜେ ଖୁସିରେ ନୃତ୍ୟ କରିଥିବା ଦେଖିବାକୁ ମିଳିଛି। ତାଙ୍କ ବିବାହ ଖବର ଜାଣିବା ପରେ ପ୍ରଶଂସକମାନେ ମଧ୍ୟ ଅନେକ ଅନେକ ଶୁଭେତ୍ସା ଏବଂ ଶୁଭକାମନା ଜଣାଇଛନ୍ତି। ସୁନୀଲ ହେଉଛନ୍ତି ପୁରୀ ଜିଲ୍ଲାର ଜଣେ ଜଣାଶୁଣା ବ୍ୟବସାୟୀ।

ଏହି ବିବାହ ଉତ୍ସବରେ ଦେବାଶିଷ, ପ୍ରିୟା, ଦେବଯାନୀ, ଶୀତଳ, ପୁନମ୍‌, ଦିବ୍ୟା, ପ୍ରିତମ୍‌ ଭଳି ଅନେକ ପ୍ରସିଦ୍ଧ କଳାକାର ଯୋଗ ଦେଇଥିଲେ। ଶୁକ୍ରବାର ଦିନ ରିୟାଙ୍କ ରିସେପ୍‌ସନ୍‌ ମଧ୍ୟ ଆୟୋଜିତ ହୋଇଥିଲା। ତେବେ ରିୟାଙ୍କ ରିସେପସନ ଭୋଜିରେ ପ୍ରକୃତି ମିଶ୍ର ଏବଂ ଅପରାଜିତା ମହାନ୍ତି ମୁହାଁମୁହିଁ ହୋଇଥିଲେ।

ଏଥିସହିତ ଉଭୟ ରିୟାଙ୍କ ସହ ଫଟୋ ଉଠାଇବା ସହ ଭୋଜି ମଧ୍ୟ ଖାଇଛନ୍ତି। କିଛି ଦିନ ପୂର୍ବରୁ ପ୍ରକୃତି ଏବଂ ଅପରାଜିତାଙ୍କର ପାରିବାରିକ ବିବାଦ ସମ୍ପୁର୍ଣ୍ଣ ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଯେଉଁଥିପାଇଁ ପ୍ରକୃତି କୋର୍ଟର ଦ୍ୱାରସ୍ତ ମଧ୍ୟ ହୋଇଥିଲେ।

ତେବେ ପାରିବାରିକ ବିବାଦ ପରେ ଉଭୟଙ୍କୁ ଏକାଠି ଗୋଟିଏ ବାହାଘର ଭୋଜିରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ସମସ୍ତେ ଭାବିଥିଲେ ଯେ ଉଭୟ ପରସ୍ପର ମୁହାଁମୁହିଁ ହେଲେ ଝଗଡା ଆରମ୍ଭ ହୋଇଯିବ କିନ୍ତୁ ଏହାକୁ ଅଭିନେତ୍ରୀ ଅପରାଜିତା ମହାନ୍ତି ଭୁଲ ପ୍ରମାଣିତ କରି ଦେଖାଇ ଦେଇଛନ୍ତି। ଉଭୟଙ୍କୁ ଦେଖିଲେ ଲାଗୁଥିଲା ଯେପରି ବିବାଦ ପରି ଘଟଣା କିଛି ଘଟି ହିଁ ନଥିଲା। ଉଭୟ ଖୁସିରେ ଯାଇ ରିୟଙ୍କ ସହ ଫଟୋ ଉଠାଇ ଖାଇପିଇ ଘରକୁ ଫେରିଥିଲେ।

Leave a Reply

Your email address will not be published. Required fields are marked *