ନ୍ୟା-ୟ ନ ପାଇବା ପର୍ଯ୍ୟନ୍ତ ଉଠିବି ନାହିଁ , ମୋ ପୁଅକୁ ଜର ହେଇଯାଇଛି ..ମୋତେ ଝୁରି ଝୁରି ସେ କିଛି ଖାଉନି ..

ଦୀର୍ଘ ୧୭ ଦିନର ସଂ-ଘର୍ଷ ପରେ ମଧ୍ୟ ହାରି ଯାଇନାହାଁନ୍ତି ଦୀପିକା । ସେହି ଖରା ବର୍ଷାକୁ ଖାତିର ନ କରି ସେ ନିଜ ଶାଶୁ ଘର ବାରଣ୍ଡାରେ ବସି ରହିଛନ୍ତି । ଆଉ କହୁଛନ୍ତି ମୋତେ ଦରକାର ନ୍ୟା-ୟ । ମୋ ପୁଅ ପାଇଁ ସବୁ କରିବାକୁ ମୁଁ ରାଜି ଅଛି । ଆଉ ଯିଏ ଆସିଲେ ବି ମୋତେ ଏଠାରୁ ଉଠାଇ ପାରିବେ ନାହିଁ । ଯେତେ ଦ-ଫା ଲାଗିଲେ ଲାଗୁ କି ଯାହା ହେଲେ ହୋଇଯାଉ ।

ତେବେ ଏହା ହେଉଛି ବ୍ରହ୍ମପୁରର ସେହି ଝିଅ ଦୀପିକାଙ୍କ କାହାଣୀ । ନିଜ ପ୍ରେମିକ ସହିତ ସମ୍ପ-ର୍କରେ ରହିବା ପରେ ସେଥିରୁ ଜନ୍ମ ହୋଇଥିଲା ଗୋଟିଏ ପୁତ୍ର ସନ୍ତାନ । କିନ୍ତୁ ଦୁର୍ଭାଗ୍ୟର କଥା ଏହା ଯେ , ଯେଉଁ ପ୍ରେମିକ ତାଙ୍କୁ ଭଲ ପାଇବାର ଅଭିନୟ କରି , ରାଣୀ କରିବାର ସ୍ବପ୍ନ ଦେଖାଇଥିଲା , ସେ ଆଜି ତାଙ୍କୁ ଏକୁଟିଆ କରି ଚାଲି ଯାଇଛି । ଆଜି ଦୀପିକା ପୁରାପୁରି ଏକୁଟିଆ ହୋଇ ଯାଇଛନ୍ତି । ନିଜ ଶାଶୁ ଘର ଆଗରେ ଧାରଣାରେ ବସି ରହିଛନ୍ତି ଦୀପିକା ।

ଦୁଃ-ଖର କଥା ଏହା ଯେ , ଆଜି ଦୀପିକା ନିଜ ଧାରଣାରୁ ଉଠି ନିଜ ପୁଅକୁ ଦେଖାଇବା ପାଇଁ ବଡ ମେଡିକାଲ ଯାଇଥିଲେ । କାରଣ ତାଙ୍କ ପୁଅକୁ ଦୁଇ ଦିନ ଧରି ଜ୍ୱର ହୋଇଛି । ତେଣୁ ପୁଅର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବାରୁ ଆଜି ସେ ପୁଅକୁ ଧରି ମେଡିକାଲ ଯାଇଥିଲେ । ଆଉ ସେଠାରେ ନିଜ ପୁଅର ଚିକିତ୍ସା କରାଇ ଫେରିଲେ । ତେବେ ମେଡ଼ିକାଲରୁ ଫେରି ସେ ପୁଣିଥରେ ଧାରଣାରେ ବସିଛନ୍ତି । ଆଉ କହୁଛନ୍ତି ମୋ ପାଇଁ ମୋ ପୁଅର ଏମିତି ଅବସ୍ଥା ହେଲା ।

ଦୀର୍ଘ ୧୭ ଦିନ ହେବ ନିଜ ପୁଅ ଠାରୁ ଦୂରେଇ ରହିଛନ୍ତି ଦୀପିକା । ସେଥିପାଇଁ ନିଜ ମାଆକୁ ଝୁରି ଝୁରି ପୁଅର ଏଭଳି ଅବସ୍ଥା ଖରାପ ହୋଇଯାଇଛି । ଆଉ ଯେଉଁଥିପାଇଁ ତାଙ୍କୁ ଆଜି ମେଡ଼ିକାଲ ନେବାକୁ ପଡିଲା । ତେବେ ଦୀପିକା ଆଜି ବି ଗଣମାଧ୍ୟମ ଆଗରେ କହିଛନ୍ତି ସେ ନ୍ୟା-ୟ ନ ପାଇବା ପର୍ଯ୍ୟନ୍ତ ଏବଂ ଦିନେଶ ଆସି ତାଙ୍କ ପୁଅକୁ ନିଜ ପୁଅ ନ ଗ୍ରହଣ କରିବା ପର୍ଯ୍ୟନ୍ତ ସେ ଉଠିବେ ନାହିଁ । କାରଣ ସେ ଏକୁଟିଆ ନାହାଁନ୍ତି ତାଙ୍କ ସହ ସମସ୍ତେ ଅଛନ୍ତି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *