ପାଠ ପଢ଼ା ନାଁରେ ସ୍କୁଲରେ ଚାଲିଛି ସଉଦା । କହିଲେ ସଉଦା କିଣି ଆଣିଲେ ସ୍କୁଲରେ ପାଠ ପଢ଼ିବ

ପୂର୍ବରୁ ଦେଶରେ ଶିକ୍ଷାକୁ ନେଇ ଏତେ ଗୁରୁତ୍ୱ ଦିଆଯାଉ ନଥିଲା । କିନ୍ତୁ ବର୍ତ୍ତମାନ ସବୁ ରାଜ୍ୟରେ ଏମିତିକି ଖୋଦ ଭାରତ ସରକାର ଶିକ୍ଷାରେ ଉନ୍ନତି ଆଣିବା ପାଇଁ ଅନେକ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରୁଛନ୍ତି । କିନ୍ତୁ ତଥାପି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏପରି ସବୁ ଘ-ଟଣା ଭାଇରଲ ହେଉଛି ଯାହା ଦେଖିଲେ ଆପଣ ମାନେ ଭାବିବାକୁ ବାଧ୍ୟ ହେବେ ଯେ ଦେଶର ଅବସ୍ଥା କଣ ହେବ ? କାରଣ ପାଠ ପଢ଼ା ନାଁରେ କୁନି ପିଲାଙ୍କୁ ସଉଦା କିଣିବାକୁ ପଠାଉଛନ୍ତି ଶିକ୍ଷକ । ତେବେ ସମ୍ପୂର୍ଣ୍ଣ ଘ-ଟଣା ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଏକ ଭିଡ଼ିଓରେ ଏକ କୁନି ପିଲାକୁ ସ୍କୁଲ ୟୁନିଫର୍ମରେ କାନ୍ଧରେ ସଉଦା ବ୍ୟାଗ ବୋହୁଥିବାର ଦେଖାଯାଇଛି । ପିଲାଟିକୁ ଯେତେବେଳେ ପଚରା ଯାଇଛି ଯେ ଯେ ସେ ସ୍କୁଲକୁ କାହିଁକି ଏତେ ବିଳମ୍ବରେ ଆସିଛି ବୋଲି । ମାତ୍ର ପିଲାଟି ଯେଉଁ ଉତ୍ତର ଦେଇଛି ତାହା ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ବାସ୍ତବରେ ପିଲାଟି ଠିକ ସମୟରେ ହିଁ ସ୍କୁଲ ଆସିଥିଲା ମାତ୍ର ସ୍କୁଲ ଆସିବା ପରେ ସ୍କୁଲର ପ୍ରଧାନ ଶିକ୍ଷକ ନିଜେ ହିଁ ପିଲାଟିକୁ ଦୋକାନରୁ ସଉଦା ଆଣିବାକୁ ପଠାଇଥିଲେ । ଏହି ଘ-ଟଣା ବାଲେଶ୍ୱର ଜିଲ୍ଲାର ବୋଲି ସୂଚନାରୁ ଜଣା ପଡ଼ିଛି ।

ତେବେ ଏହାକୁ ନେଇ ସ୍କୁଲ ପ୍ରଧାନଶିକ୍ଷକଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଛି ସେ ମଧ୍ୟ କହିଛନ୍ତି ଯେ ସ୍କୁଲର ଜଣେ ପାଚିକା ଅଛନ୍ତି । ମାତ୍ର ତାଙ୍କ ସହକର୍ମୀଙ୍କ ମୃ-ତ୍ୟୁ ହୋଇଥିବାରୁ ସେବେଠାରୁ ସେ ନିଜେ ସାହାଯ୍ୟ କରି ଆସୁଛନ୍ତି । ମାତ୍ର ଆଜି ସେ ବ୍ୟସ୍ତ ଥିବାରୁ ପିଲାକୁ ଦୋକାନରୁ ସଉଦା ଆଣିବାକୁ ପଠାଇଥିଲେ ।

ମାତ୍ର କୌଣସିବି କାରଣ ହେଉ ଏପରି ଭାବରେ ଛୋଟ ପିଲାକୁ ସ୍କୁଲ ଆସିବା ପରେ ସଉଦା ଆଣିବାକୁ ପଠାଇବା କୌଣସି ସାଧାରଣ ଭୁଲ ନୁହେଁ । ପୁଣି ସ୍କୁଲ ପାଖରେ ଘେରି ରହିଛି ଏକ ବଡ଼ ପୋଖରୀ ଯାହାକି ପିଲାଙ୍କ ଜୀବନ ପାଇଁ ବି-ପଦ ଥିବା ନେଇ ଅନେକ ଅଭିଯୋଗ ଆସିଥିବା ସତ୍ତ୍ୱେବି କୌଣସି ସମାଧାନ ହୋଇ ପାରିନାହିଁ । ତେବେ ଯେଉଁଠି ଶିକ୍ଷାମନ୍ତ୍ରୀ ସବୁ ସ୍କୁଲରେ ପିଲାଙ୍କ ଖାଇବା ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିଛନ୍ତି ସେଠାରେ ଶିକ୍ଷକ ମାନଙ୍କର ଏପରି ବେପରୁଆ କାମ ବେଶ ନିନ୍ଦ-ନୀୟ ଅଟେ ।

ଯେଉଁଠି ଗତ କିଛିଦିନ ତଳେ ଶିକ୍ଷା ମନ୍ତ୍ରୀ ରାସ୍ତା ଉପରେ ଶିକ୍ଷକ ମାନଙ୍କୁ ତାଗିଦ କରିଥିବାର ଦେଖିବାକୁ ମିଳିଥିଲା ସେହିଠାରେ ବର୍ତ୍ତମାନ ଏଭଳି ଏକ ଖବର ପୁଣିଥରେ ଶିକ୍ଷକ ସମାଜ ମୁହଁକୁ ଏକ ଶକ୍ତ ଚା-ପୁଡ଼ା ହୋଇଛି । ଯାହାକୁ ନେଇ ରାଜ୍ୟ ସରକାର ନିଶ୍ଚିତ ଭାବରେ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିବା ଉଚିତ । ନଚେତ ରାଜ୍ୟ ସରକାରଙ୍କର ସ୍ମାର୍ଟ ସ୍କୁଲ ଆଶା ନିଶ୍ଚିତ ଭାବରେ ଧୂଳିସାତ ହୋଇଯିବ ଏବଂ ରାଜ୍ୟ ହେଉ କିମ୍ବା ଦେଶ କେବେବି ଉନ୍ନତି କରି ପାରିବ ନାହିଁ ।

Leave a Reply

Your email address will not be published. Required fields are marked *