ସୋସିଆଲ ମିଡ଼ିଆ ସେନ୍ସେସନ ଓ କ୍ରୀଡ଼ା ଶିକ୍ଷୟିତ୍ରୀ ତନୁଜା ବିଶ୍ୱାସଙ୍କ ଆ-ତ୍ମହ-ତ୍ୟା , ଟିକଟକ ଶିକ୍ଷୟିତ୍ରୀ ଭାବରେ ମଧ୍ୟ ଥିଲେ ଜଣାଶୁଣା :-

ସେ ଥିଲେ କ୍ରୀଡ଼ା ଶିକ୍ଷୟିତ୍ରୀ । ଆଉ ସାଥିରେ ସୋସିଆଲ ମିଡ଼ିଆ ସେନ୍ସେସନ । ପୂର୍ବରୁ ଟିକଟକ ଶିକ୍ଷୟିତ୍ରୀ ଭାବରେ ବି ଲୋକଙ୍କ ମନରେ ରାଜ କରୁଥିଲେ । ସବୁବେଳେ ହସ ହସ ମୁହଁରେ ରହୁଥିବା ସେହି ମଣିଷ କିପରି ଆ-ତ୍ମହ-ତ୍ୟା ଭଳି ପଦକ୍ଷେପ ନେଇପାରେ । ତେବେ ଆମେ କହୁଛୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର କ୍ରୀଡ଼ା ଶିକ୍ଷୟିତ୍ରୀ ତନୁଜା ବିଶ୍ୱାସଙ୍କ ବିଷୟରେ । ଯିଏକି ଆଉ ଏ ଦୁନିଆରେ ନାହାଁନ୍ତି । ତେବେ ସୂଚନା ଅନୁଯାୟୀ ଉମରକୋଟର ଜାମରଙ୍ଗାରେ ତନୁଜା ବିଶ୍ୱାସ କ୍ରୀଡ଼ା ଶିକ୍ଷୟିତ୍ରୀ ଥିଲେ । କିନ୍ତୁ ଗତକାଲି ତାଙ୍କୁ ଝୁଲନ୍ତା ଅବସ୍ଥାରେ ନିଜ ଘରୁ ଉ-ଦ୍ଧାର କରାଯାଇଛି ।

ତନୁଜାଙ୍କ ବ୍ୟକ୍ତିତ୍ୱ ଖୁବ ଉଚ୍ଚଧରଣର । ସବୁବେଳେ ହସହସ ମୁହଁ ଏବଂ ଜୀବନକୁ ମନ ଭରି ଆନନ୍ଦରେ ବଞ୍ଚୁଥିବା ଝିଅର ମନରେ କେଉଁ ଦୁଃଖ ଥିଲା କେଜାଣି ସେ ଆଜି ଏପରି ପଦକ୍ଷେପ ନେଇ ଯାଇଛି । ସେ ଆ-ତ୍ମହ-ତ୍ୟା ପୂର୍ବରୁ ନିଜ ସମସ୍ୟା ବିଷୟରେ ନିଜ ବାପା ମା କିମ୍ବା ନିଜ ପରିବାରର କୌଣସି ସଦସ୍ୟଙ୍କୁ ଜଣାଇ ନାହାଁନ୍ତି । ତାଙ୍କ ପରିବାର ଲୋକେ ବି ତାଙ୍କ ହସ ମୁହଁରୁ ଭିତରେ ଲୁ-ଚି ରହିଥିବା ଯନ୍ତ୍ର-ଣାକୁ ଜାଣିପାରି ନାହାଁନ୍ତି । ତେବେ ତନୁଜାଙ୍କ ଆ-ତ୍ମହ-ତ୍ୟା ପୂର୍ବରୁ ବଙ୍ଗଳାରେ ଏକ ସୁ-ଇସା-ଇଡ଼ ନୋଟ ଲେଖି ଯାଇଛନ୍ତି ଯେଉଁଥିରେ ସେ ନିଜ ଆ-ତ୍ମହ-ତ୍ୟା ପାଇଁ କେହି ଦାୟୀ ନଥିବା କହିଛନ୍ତି ।

ଏମିତିକି ସେ ଏହି ମାମ-ଲା ରେ ତଦ-ନ୍ତ କରିବାକୁ ମଧ୍ୟ ମନା କରିଛନ୍ତି । ଏହାକୁ ନେଇ ଉମରକୋଟ ଥା-ନା ଆଇଆଇସି ଦୀପକ କୁମାର ଜେନା କହିଛନ୍ତି ଯେ ତାଙ୍କ ଆ-ତ୍ମହ-ତ୍ୟା ପଛରେ ରହ-ସ୍ୟ କେବଳ ତାଙ୍କ ମୋବାଇଲ ଫୋନରୁ ହିଁ ଜଣା ପଡ଼ିବ । ତେବେ ତନୁଜା ଏପରି ପଦକ୍ଷେପ ନେବା ପଛରେ କାରଣ ନା ପରିବାର ଲୋକଙ୍କୁ ଜଣା ନା ସାଙ୍ଗସାଥୀ ନ ସ୍କୁଲର ଅନ୍ୟ ଷ୍ଟାଫଙ୍କୁ ଜଣା । ତନୁଜାଙ୍କ ଆ-ତ୍ମହ-ତ୍ୟା ପରେ ସ୍କୁଲର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପିଲାମାନଙ୍କ ଆଖିରୁ ଲୁ-ହ ଶୁଖି ନାହିଁ । କାରଣ ସେମାନେ କେବାବେ ବିଶ୍ୱାସ କରିପାରି ନାହାଁନ୍ତି ଯେ ତନୁଜାଙ୍କ ଭଳି ଝିଅ ଜିଏକୁ ଅନ୍ୟ ଝିଅକୁ ସୁଦୃଢ ହୋଇ ଜୀବନ ବଞ୍ଚିବାକୁ ଶିକ୍ଷା ଦିଏ ସେ ପୁଣି ନିଜ ଜୀବନ କିପରି ହରାଇ ଦେଲା ?

ତନୁଜାଙ୍କ ବାପାଙ୍କ କହିବା ଅନୁଯାୟୀ ତନୁଜା ନିଜର ସବୁ କଥା ତାଙ୍କ ସହ ସେୟାର କରୁଥିଲେ । କିନ୍ତୁ ସେ ଏମିତି କିଛି ସେୟାର କରି ନାହାଁନ୍ତି ଯେ ଯେଉଁ କାରଣରୁ ସେ ଆ-ତ୍ମହ-ତ୍ୟା କରିଛନ୍ତି । ତେଣୁ ତନୁଜାଙ୍କ ବାପା ଏଥିପାଇଁ କାହାକୁବି ଦାୟୀ କରି ନାହାଁନ୍ତି । ସ୍କୁଲ ଠାରୁ ଆରମ୍ଭ କରି ପଡ଼ୋଶୀଙ୍କ ମୁହଁରେ ମଧ୍ୟ ସେଇ ଗୋଟିଏ କଥା ଯେଉଁ ଝିଅ ସବୁବେଳେ ହସଖୁସିରେ ରହୁଥିଲା ତା ମନରେ ଏତେ କ-ଷ୍ଟ ଥିବ ତାହା କେହିବି ଭାବି ପାରୁ ନାହାଁନ୍ତି । ଆଉ ଯଦି ଆମେ ତନୁଜାଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ବିଷୟରେ କହିବୁ ତେବେ ସେ ଇନଷ୍ଟାଗ୍ରାମ ଏବଂ ଟିକଟକରୁ ହିଁ ନିଜର ଜବ-ରଦ-ସ୍ତ ଭିଡ଼ିଓ ପାଇଁ ଲୋକପ୍ରିୟ ହୋଇ ଯାଇଥିଲେ । କିନ୍ତୁ ତାଙ୍କର ଏପରି ହଠାତ ଆ-ତ୍ମହ-ତ୍ୟାକୁ କେହିବି ବିଶ୍ୱାସ କରିପାରି ନାହାନ୍ତି ।

Leave a Reply

Your email address will not be published. Required fields are marked *