ନଟିଆଙ୍କ ସତ ପ୍ରେମ କାହାଣୀ,ନବମ ଶ୍ରେଣୀ ଝିଅକୁ ପ୍ରେମ କରୁଥିଲେ ।

ନଟିଆ ଭଏସକୁ ନେଇ ସାରା ଓଡ଼ିଶାର ଘରେ ଘରେ ବେଶ ପରିଚିତ ଥିବା ସ୍ମୃତି ରଞ୍ଜନ ଙ୍କ ପ୍ରେମ କାହାଣୀ ଜାଣିଲେ ଆପଣ ଚକିତ ହୋଇଯିବେ । ସେ ଯେଉଁ ଭଳି ଟିକେ ଟିକେ କଥାରେ କମେଡି କରି ସାରା ଓଡ଼ିଶାବାସୀଙ୍କୁ ହସାଇ ଥାନ୍ତି ସେହିଭଳି ପ୍ରେମ କରି ପ୍ରେମିକାଙ୍କୁ ଗୋଟିଏ ଦିନରେ ପଟାଇ ଦେଇଥିଲେ । ତେବେ ବନ୍ଧୁଗଣ ବର୍ତ୍ତମାନ ଚାଲିଛି ପ୍ରେମର ସପ୍ତାହ ।

ଆଉ ଏହି ପ୍ରେମର ସପ୍ତାହରେ ଗଣମାଧ୍ୟମରେ ଏକ ସାକ୍ଷାତକାର ସମୟରେ ନଟିଆ ମାନେ ସ୍ମୃତି ରଞ୍ଜନ କହିଛନ୍ତି ସେ କିଭଳି ଓ କେଉଁଭଳି ତାଙ୍କ ସ୍ତ୍ରୀ ମାନେ ଯେତେବେଳେ ସେ ତାଙ୍କୁ ପ୍ରେମ କରୁଥିଲେ କେଉଁ ଭଳି ଗୋଟିଏ ଦିନ ଆଉ ଗୋଟିଏ ରାତିରେ ପଟାଇ ପାରିଥିଲେ । ନଟିଆ କୁହନ୍ତି ସେତେବେଳେ ତାଙ୍କ ସ୍ତ୍ରୀ ନବମ ଶ୍ରେଣୀରେ ପଢୁଥିଲେ ଯେତେବେଳେ ନଟିଆ ତାଙ୍କୁ ପଟାଇ ପାରିଥିଲେ । ଏକ ବର ଯାତ୍ରୀରେ ଯାଇଥିବା ବେଳେ ସେ ତାଙ୍କ ପ୍ରେମିକାଙ୍କୁ ପଟାଇ ବାକୁ ଚେଷ୍ଟା କରିଥିଲେ । ଆଉ ଯେତେବେଳେ ତାଙ୍କ ପ୍ରେମିକା ତାଙ୍କୁ ଅନାଇ ହସିଥିଲେ ।

ପ୍ରେମିକାଙ୍କ ହସ ଦେଖି ନଟିଆ ଜାଣିଥିଲେ ଯେ ତାଙ୍କ ପ୍ରେମିକା ମଧ୍ୟ ତାଙ୍କୁ ଭଲ ପାଆନ୍ତି । ତେଣୁ ନଟିଆ ସମ୍ପୂର୍ଣ୍ଣ ରୂପେ ଜାଣିବା ପାଇଁ । କି ତାଙ୍କ ପ୍ରେମିକା ତାଙ୍କୁ ଭଲ ପାଉଛନ୍ତି କି ସେଥିପାଇଁ ନଟିଆ ସେହି ପ୍ରଥମ ଦେଖାରେ ପ୍ରଥମ ରାତିରେ ପ୍ରେମିକାଙ୍କ ପରୀକ୍ଷା ନେଇଥିଲେ ଆଉ ପରୀକ୍ଷାରେ ନଟିଆ ସଫଳ ମଧ୍ୟ ହୋଇଥିଲେ । ସେ ଗୋଟେ ସ୍ଥାନରୁ ଉଠି ଅନ୍ୟ ଏକ ସ୍ଥାନକୁ ଯାଉଥିଲେ ଆଉ ତାଙ୍କ ପ୍ରେମିକାଙ୍କୁ ଚାହୁଁଥିଲେ କି ତାଙ୍କ ପ୍ରେମିକା ତାଙ୍କୁ ଖୋଜୁଛନ୍ତି କି ନାହିଁ ।

ଏହା ପରେ ତାଙ୍କ ସନ୍ଦେହ ସତ ବୋଲି ପ୍ରମାଣିତ ହୋଇଥିଲା । କାରଣ ଯେତେବେଳେ ନଟିଆ ଲୁଚି ଯାଉଥିଲେ ସେତେବେଳେ ତାଙ୍କ ପ୍ରେମିକା ମନେ ମନେ ଚାରି ଆଡକୁ ଚାହିଁ ଖୋଜୁଥିଲେ । ଏହା ପରେ ନଟିଆ ସେହି ପ୍ରଥମ ଦେଖାରେ ତାଙ୍କ ପ୍ରେମିକାଙ୍କୁ କାଗଜରେ ନମ୍ବର ଲେଖି ଜଣେ ବନ୍ଧୁଙ୍କ ସହାୟତାରେ ପ୍ରେମିକାଙ୍କ ପାଖକୁ ପଠାଇ ଥିଲେ । ଏହା ପରେ ସେବେ ଠୁ ଦୁହିଁଙ୍କ ଭିତରେ ଆରମ୍ଭ ହୋଇଥିଲା ପ୍ରେମ କାହାଣୀ ।

ତେବେ ନଟିଆ ଯେଉଁ ଭଳି ତାଙ୍କ ଲଭ ଷ୍ଟୋରୀକୁ ବଖାଣିଛନ୍ତି ତାହା ସମସ୍ତଙ୍କୁ ଚକିତ କରିବ ନିହାତି ଭାବେ କାରଣ ନଟିଆ ବାସ୍ତବ ଜୀବନରେ ଯେପରି ମଜାଦାର । ତାଙ୍କ ପ୍ରେମ କାହାଣୀ ମଧ୍ୟ ସେତିକି କୌତୁହଳ ପୂର୍ଣ୍ଣ ତେବେ ନଟିଆ କୁହନ୍ତି ଦୀର୍ଘ ପାଞ୍ଚ ବର୍ଷ ପ୍ରେମ କରି ନଟିଆ ତାଙ୍କ ପ୍ରେମ କାହାଣୀକୁ ଯେଉଁ ଭଳି ଭାବେ ଆଗକୁ ନେଇଛନ୍ତି । ଆଉ ପ୍ରେମକୁ ବାସ୍ତବତାର ରୂପ ଦେଉଛନ୍ତି ତାହା ସମସ୍ତଙ୍କ ପାଇଁ ନିହାତି ଭାବେ ପ୍ରେରଣା ସାଜିବ । ସେ କୁହନ୍ତି ଆଉ ସେ ସମୟର ପ୍ରେମ ବର୍ତ୍ତମାନ ଯୁଗରେ ନାହିଁ । ସେ ସମୟର ପ୍ରେମରେ ସତ୍ୟତା ଥିଲା ସେ ସମୟର ପ୍ରେମରେ ଆତ୍ମୀୟତା ଥିଲା ହେଲେ ବର୍ତ୍ତମାନ ସମୟର ପ୍ରେମରେ ସେମିତି କିଛି ଥିବା ମନେ ହୁଏ ନାହିଁ ।

ନଟିଆ କୁହନ୍ତି । ପ୍ରେମ ହେଉଛି ପବିତ୍ର ପ୍ରେମ ହେଉଛି ଶାଶ୍ୱତ । ପ୍ରେମରେ ପ୍ରତାରଣା ବେଳେ ବେଳେ ଜୀବନ ନେଇଯାଏ ଆଉ ପ୍ରେମରେ ସଫଳତା ସ୍ୱର୍ଗୀୟ ଆନନ୍ଦ ଦିଏ । ତେବେ ସେ ଯାହାକୁ ପ୍ରେମ କରି ବାହା ହୋଇଛନ୍ତି ନଟିଆଙ୍କ ସଫଳତା ପଛରେ ତାଙ୍କର ହାତ ଅଛି । କାରଣ ଯେପରି କୁହାଯାଏ ପ୍ରତ୍ୟକ ନାରୀର ସଫଳତା ପଛରେ ପୁରୁଷର ହାତ ରହିଥାଏ । ସେହିଭଳି ନଟିଆଙ୍କ ସଫଳତା ପଛରେ ତାଙ୍କ ପତ୍ନୀଙ୍କ ହାତ ରହିଛି । ଆଉ ନଟିଆ ମଧ୍ୟ ତାଙ୍କ ସ୍ତ୍ରୀ ଙ୍କ ପରି ଗୋଟିଏ ସ୍ତ୍ରୀ ପାଇ ନିଜକୁ ବହୁତ ଧନ୍ୟ ମନେ କରନ୍ତି । କୁହନ୍ତି ତାଙ୍କ ସଂସାର ନଇଁରେ ତାଙ୍କ ସ୍ତ୍ରୀ ନାବିକ ସାଜି ସୁଚାର ରୂପେ ତାଙ୍କ ସଂସାରକୁ ତୁଲାଇ ପାରିଛନ୍ତି ଯେଉଁଥି ପାଇଁ ନଟିଆ ବହୁତ ଖୁସି।

Leave a Reply

Your email address will not be published. Required fields are marked *