ନିଜ ବାହାଘରକୁ ନେଇ ମୁଁହ ଖୋଲିଲେ ରାଣୀ ପଣ୍ଡା, ଯେତେ ପର୍ଯ୍ୟନ୍ତ ଗ୍ଲାମର ଅଛି ସେତେ ପର୍ଯ୍ୟନ୍ତ ଅଭିନୟ …….

ଅଲିଉଡ଼ ଏବଂ ଯାତ୍ରା ଇଣ୍ଡଷ୍ଟ୍ରିରେ ରାଣୀ ପଣ୍ଡା ବେଶ ଜଣାଶୁଣା । ସେ ଅନେକ ବର୍ଷ ହେବ ପ୍ରାୟତଃ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହନ୍ତି । ପୁଣି ତାଙ୍କର ରୋକଠୋକ ଏବଂ ସ୍ପଷ୍ଟବାଦୀ ଗୁଣ କାରଣରୁ ସେ ସବୁଠି ହେଡ଼ଲାଇନରେ ରହନ୍ତି । ଆଉ ନିନ୍ଦା ଅପବାଦ ଯେମିତି ତାଙ୍କ ପିଛା ହିଁ ଛାଡ଼େନାହିଁ । ଯାହାକୁ ନେଇ ରାଣୀ ପଣ୍ଡା ଅନେକ ସମୟରେ ବିବୃତ୍ତି ରଖନ୍ତି ଯେ ତାଙ୍କୁ ନେଇ କେହିବି ଦର୍ଶକ ଏଣୁତେଣୁ ସମାଲୋଚନା ନକରନ୍ତୁ । କାରଣ ଯାହାଦ୍ୱାରା ତାଙ୍କ ଜୀବନ ଉପରେ ଅନେକ ପ୍ରଭାବ ପଡ଼ିଥାଏ । ଆଉ ବର୍ତ୍ତମାନ ମଧ୍ୟ ଏଭଳି କିଛି କାରଣରୁ ରାଣୀ ପଣ୍ଡା ଚର୍ଚ୍ଚାରେ ରହିଛନ୍ତି ।

ବର୍ତ୍ତମାନ ମଧ୍ୟ ରାଣୀ ପଣ୍ଡା ସୋସିଆଲ ମିଡିଆରେ ଏକ ବଡ଼ ବିବୃତ୍ତି ରଖିଛନ୍ତି । ସେ କହିଛନ୍ତି ଯେ ଦୈତାରି ପଣ୍ଡା କିଭଳି ତାଙ୍କୁ ଆକ୍ଷେପ କରି ଏକ ମନ୍ତବ୍ୟ ଦେଇଥିଲେ ଯେଉଁଥିରେ ସେ ରାଣୀ ପଣ୍ଡା ଯାତ୍ରା ଜଗତରେ ଏବଂ କଳାକାରଙ୍କ ମଧ୍ୟରେ କଳଙ୍କ ବୋଲି କହିଥିଲେ । ଯାହାକୁ ନେଇ ରାଣୀ ପଣ୍ଡା ସିଧାସଳଖ ବର୍ଷିଛନ୍ତି ଦୈତାରି ପଣ୍ଡାଙ୍କ ଉପରେ । ଆଉ କହିଛନ୍ତି ଯେ ଏଭଳି ଭାବରେ କାହାରି ଚରିତ୍ର ଉପରେ ନକହି ନିଜ କାମ ଉପରେ ଧ୍ୟାନ ଦେବାକୁ । ଆଉ ପୁଣି ବର୍ତ୍ତମାନ ସମୟରେ ରାଣୀ ପଣ୍ଡା ଜଣେ ଆଇଟମ ସଙ୍ଗ ଡାନ୍ସର ନୁହଁନ୍ତି ବରଂ ଯାତ୍ରାରେ ଅଭିନୟ କରୁଥିବା ଜଣେ ଭଲ କଳାକାର ଅଟନ୍ତି ।

ସେ ନିଜର ବାସ୍ତବ ଜୀବନ ଉପରେ ଆଧାରିତ ଦୁଇଟି ଯାତ୍ରା ମଧ୍ୟ କରିଛନ୍ତି । ତେବେ ସେ ବର୍ତ୍ତମାନ ଏକ ଅଜବ ବିବୃତ୍ତି ଦେଇଛନ୍ତି ଏବଂ କହିଛନ୍ତି ଯେ ଆଉ ଦୁଇବର୍ଷ ପରେ ସେ ଓଡ଼ିଶା ଛାଡ଼ିଦେବେ ଏବଂ ଅନ୍ୟ ଇଣ୍ଡଷ୍ଟ୍ରିରେ ଅଭିନୟ କରି କିମ୍ବା ନିଜର ଡାନ୍ସ ପ୍ରତିଭା ଦ୍ୱାରା ଭଲ ରୋଜଗାର କରି ଚଳି ପାରିବେ ।

ସେ କହିଛନ୍ତି ଯେ ଗ୍ଲେମର ଥିବା ପର୍ଯ୍ୟନ୍ତ ସେ ଅଭିନୟ ଇଣ୍ଡଷ୍ଟ୍ରିରେ ଅଭିନୟ ଜାରି ରଖିବେ । ଆଉ ତାପରେ ବି ସେ ଜଣେ କଳାକାର ତେଣୁ ସେ କେବେ ଭୋକରେ ରହିବେ ନାହିଁ । ଏହାବ୍ୟତୀତ ସେ କହିଛନ୍ତି ଯେ ବର୍ତ୍ତମାନ ସେ ବିବାହ କରିବାକୁ ସଂସାର କରିବାକୁ ଆଦୋୖ ଆଶାବାଦୀ ନୁହଁନ୍ତି । କାରଣ ଏହି ସମାଜ ତାଙ୍କୁ ଅନେକ ଲାଞ୍ଛନା , ନିନ୍ଦା ଏବଂ ଅପବାଦ ଦେଇଛି ।

Leave a Reply

Your email address will not be published. Required fields are marked *