ରେକର୍ଡ଼ ଅନୁଯାୟୀ ନ୍ୟୁଜିଲ୍ୟାଣ୍ଡ ଠାରୁ ହରିଯିବ ଭାରତ । ହେବ ୨୦୧୯ ଭଳି ପରିସ୍ଥିତି ।

ବର୍ତ୍ତମାନ ୱାର୍ଲଡ଼ କପ ୨୦୨୩ ର ସମସ୍ତ ମ୍ୟାଚ ଶେଷ ହୋଇଥିବା ବେଳେ ସେମିଫାଇନାଲ 1 ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବାର ଅଛି । ଆଉ ଏହାକୁ ନେଇ ଅନେକ ବରିଷ୍ଠ ଖେଳାଳୀ , ପୂର୍ବତନ ଅଧିନାୟକ ଏବଂ ଦର୍ଶକ ମଧ୍ୟ ନାନା ପ୍ରକାରର ପ୍ରେଡିକସନ କରୁଥିବାର ଦେଖିବାକୁ ମିଳିଛି ।

କିନ୍ତୁ ବର୍ତ୍ତମାନ ପୂର୍ବ ୱାର୍ଲଡ଼ କପରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡର ପ୍ରଦର୍ଶନ ଏବଂ ରେକର୍ଡ଼କୁ ଦେଖି ସମସ୍ତଙ୍କ ମନରେ ଦ୍ୱନ୍ଦ ସୃଷ୍ଟି ହୋଇଛି । ଯାହାକୁ ନେଇ ନାନା କଳ୍ପନା ଜଳ୍ପନା ଚାଲିଛି । କୁହାଯାଉଛି ଯେ ସେମିଫାଇନାଲରେ ଭାରତ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଯିବ । ଯାହାକୁ ସମସ୍ତେ ୨୦୧୯ ରେକର୍ଡ଼ ଆଧାରରେ କହୁଛନ୍ତି ।

ସେମିଫାଇନାଲ ରେ ନ୍ୟୁଜିଲ୍ୟାଣ୍ଡର ପଲ୍ଲା ସବୁବେଳେ ଭାରି ରହିଥିବା କହିଛନ୍ତି ଦର୍ଶକ । କହିରଖିବୁ ଯେ ଚଳିତ ବିଶ୍ୱକପରେ ଭାରତ ସମସ୍ତ ୯ ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବା ସହିତ ଏକ ନମ୍ବର ସେମି ଫାଇନାଲିଷ୍ଟ ଦଳ ହୋଇ ଯାଇଛି । ଆଉ ଆସନ୍ତା ୧୫ ତାରିଖରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳାଯିବ ।

ଯଦି ଆମେ ଆଇସିସି ରେକର୍ଡ଼କୁ ଦେଖିବା ତେବେ ପୂର୍ବ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୮ ଥର ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଭାରତ ମାତ୍ର ୨ ଥର ଜିତିଛି । ତେଣୁ ଏହାକୁ ନେଇ ଏହି ଅନୁମାନ କରାଯାଉଛି ଯେ ଏଥର ମଧ୍ୟ ଭାରତ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଯିବ ।

୨୦୦୦ , ୨୦୦୭ , ୨୦୧୬ , ୨୦୧୯ ଏହି ସବୁ ମ୍ୟାଚରେ ଭାରତ ଉପରେ ନ୍ୟୁଜିଲ୍ୟାଣ୍ଡ ପ୍ରାଧାନ୍ୟ ବିସ୍ତାର କରି ଆସିଛି । ଏହାବ୍ୟତୀତ ଭାରତ ୨୦୦୩ ଏବଂ ୨୦୨୩ ଚଳିତ ବିଶ୍ୱକପର କେବଳ ଭାରତ ନ୍ୟୁଜିଲ୍ୟାଣ୍ଡକୁ ହରାଇଛି । କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଭାରତୀୟ ଦଳ ଆଉ ପୂର୍ବ ଭଳି ନାହିଁ । ୨୦୧୯ ଅପେକ୍ଷା ୨୦୨୩ ଭାରତୀୟ ଦଳ ଅତ୍ୟନ୍ତ ଭଲ ରହିଛି ।

ପୁଣି ଭାରତ ଘରୋଇ ମାଟିରେ ଖେଳୁଥିବାରୁ ଭାରତକୁ ଜିତିବାକୁ ଏହା ସହାୟକ ଅଟେ । ଲିଗ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଭାରତ ଥରେ ପରାସ୍ତ କରି ସାରିଛି ଏବଂ ତାହା ପୁଣି ବଡ଼ ବ୍ୟବଧାନରେ । ତେଣୁ ବର୍ତ୍ତମାନ ସବୁ ଦର୍ଶକ ସେମିଫାଇନାଲକୁ ଅପେକ୍ଷା କରିଛନ୍ତି । ତେବେ କହିରଖିବୁ ଯେ ଚଳିତ ବିଶ୍ୱକପରେ ଭାରତୀୟ ଦଳର ଉଭୟ ବ୍ୟାଟ୍ସମ୍ୟାନ ଏବଂ ବୋଲର ଫର୍ମରେ ଅଛନ୍ତି । ତେଣୁ ଭାରତୀୟ ଦଳର ଜିତିବାର ସମ୍ଭାବନା ଅଧିକ ରହିଛି ।

Leave a Reply

Your email address will not be published. Required fields are marked *