ରାଣୀ ପଣ୍ଡା: “ଆପଣ କୋଳି ଖାଇ କୋଳି ମଞ୍ଜି ପୋତିଛନ୍ତି ” ମୁଁ ଯାତ୍ରା ଜଗତରୁ ବିଦାୟ ନେଇଯିବି…

ଓଡ଼ିଆ ଇଣ୍ଡଷ୍ଟ୍ରିରେ ରାଣୀ ପଣ୍ଡାଙ୍କୁ ବା କିଏ ନଜାଣେ ? ଅନେକ ବର୍ଷ ପୂର୍ବରୁ ରାଣୀ ପଣ୍ଡାଙ୍କୁ ନେଇ ବିବାଦ ଦେଖା ଦେଇଥିଲା । ସେତେବେଳେ ସେ ଯାତ୍ରାରେ ଆଇଟମ ଗୀତରେ ନୃତ୍ୟ ପରିବେଷଣ କରୁଥିଲେ । କିନ୍ତୁ ବର୍ତ୍ତମାନ ରାଣୀ ପଣ୍ଡା ଜଣେ ଅଭିନେତ୍ରୀ ଏବଂ ଅନେକ ଯାତ୍ରାରେ ସେ ନିଜର ପ୍ରତିଭା ମଧ୍ୟ ପ୍ରଦର୍ଶନ କରି ସାରିଛନ୍ତି । ଦର୍ଶକ ତାଙ୍କ ଅଭିନୟକୁ ମଧ୍ୟ ବେଶ ପସନ୍ଦ କରୁଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ମଧ୍ୟ ରାଣୀ ପଣ୍ଡା ପୁଣି ଚର୍ଚ୍ଚାକୁ ଆସିଛନ୍ତି ଏବଂ ତାଙ୍କର ମାନ ସମ୍ମାନଟେ କ୍ଷତି ପହଞ୍ଚାଇଥିବା ଜଣେ ବ୍ୟକ୍ତିଙ୍କୁ ସିଧାସଳଖ ଆକ୍ଷେପ କରି ରୋକଠୋକ ଶୁଣାଇ ଦେଇଛନ୍ତି । ବର୍ତ୍ତମାନ ରାଣୀ ପଣ୍ଡାଙ୍କ କଥାରୁ ଏହା ଅନୁମାନ କରି ହେଉଛି ଯେ ବର୍ତ୍ତମାନ ସେ ଏଭଳି ବିବାଦ କାରଣରୁ ଖୁବ ଚିନ୍ତିତ ହେଉଛନ୍ତି ।

ରାଣୀ ପଣ୍ଡାଙ୍କ ଅନୁଯାୟୀ ଯାତ୍ରା କଳାକାର ଦୈତାରି ପଣ୍ଡା ଥରେ ଏକ ଷ୍ଟେଜରେ ଭାଷଣ ଦେଇ ରାଣୀ ପଣ୍ଡାଙ୍କୁ ଆକ୍ଷେପ କରି କହିଥିଲେ ଯେ , ” ଯାତ୍ରା ଜଗତ ଏବଂ କଳାକାର ଜଗତକୁ ରାଣୀ ପଣ୍ଡାଙ୍କ ଭଳି ଲୋକ କଳୁଷିତ କରୁଛନ୍ତି ” । ଆଉ ଏହାକୁ ନେଇ ବର୍ଷିଛନ୍ତି ରାଣୀ ପଣ୍ଡା । ସେ କହିଛନ୍ତି ଯେ ରାଣୀ ପଣ୍ଡା କାହାର ଟଙ୍କା ଖାଇନାହିଁ । ପୁଣି ରାଣୀ ପଣ୍ଡା ପୂର୍ବରୁ ଆଇଟମ ସଙ୍ଗରେ ଡାନ୍ସ କରୁଥିଲେ । କିନ୍ତୁ ବର୍ତ୍ତମାନ ସେ ଅଭିନୟ କରୁଛନ୍ତି ଏବଂ ତାଙ୍କର ଜୀବନ କାହାଣୀକୁ ନେଇ ଦୁଇଟି ଯାତ୍ରା ଖଣ୍ଡଗିରିକୁ ମନା ଏବଂ ଅନ୍ୟଟି ବେଶ ଲୋକପ୍ରିୟ ହୋଇ ଆସିଛି । ଲୋକେ ମଧ୍ୟ ରାଣୀ ପଣ୍ଡାଙ୍କୁ ଷ୍ଟେଜରେ ଖୁବ ପସନ୍ଦ କରନ୍ତି ଏବଂ ତାଙ୍କ ଅଭିନୟକୁ ମଧ୍ୟ । ବୋଧହୁଏ ତାଙ୍କର ଲୋକପ୍ରିୟତା କିଛି କଲକାରଙ୍କ ଦେହକୁ ସହୁନି ।

ଯେଉଁ କାରଣରୁ ବର୍ତ୍ତମାନ ମଧ୍ୟ କିଛି ଲୋକ ତାଙ୍କୁ ନିନ୍ଦା କରିବା ସହିତ ଅପମାନ ଦେଉଛନ୍ତି ଏବଂ ତାଙ୍କୁ ଆକ୍ଷେପ କରି ଭିଡ଼ିଓ ପୋଷ୍ଟ କରୁଛନ୍ତି । ଏହାକୁ ନେଇ ରାଣୀ ପଣ୍ଡା କହିଛନ୍ତି ଯେ ଆଉ ମାତ୍ର ଦୁଇ ବର୍ଷ ପରେ ସେ ଓଡ଼ିଶାର ଫିଲ୍ମ କିମ୍ବା ଯାତ୍ରା ଇଣ୍ଡଷ୍ଟ୍ରିରୁ ଦୂରେଇ ଯିବେ ଏବଂ ଏମିତିକି ଓଡ଼ିଶା ମଧ୍ୟ ଛାଡ଼ିଦେବେ ।

ଯେତେବେଳେ ରାଣୀ ପଣ୍ଡାଙ୍କୁ ତାଙ୍କ ବିବାହ ବିଷୟରେ ପଚରା ଯାଇଛି ସେତେବେଳେ ସେ କହିଛନ୍ତି ଯେ ଓଡ଼ିଶାର କିଛି ଲୋକ ତାଙ୍କୁ ଏତେ ନିନ୍ଦା ଅପମାନ ଏବଂ କଳୁଷିତ କରି ଦେଇଛନ୍ତି ଯେ ସେ ଆଉ କେଉଁଠି ବିବାହ କରି କାହା ଘରେ ସଂସାର କରି ପାରିବେ ନାହିଁ । ତେବେ ସେ ଶେଷରେ ଏତିକି ଅନୁରୋଧ କରିଛନ୍ତି ଯେ ଏମିତି କାହାକୁ ନିନ୍ଦା କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *