ନିଜ ଜୀବନର ଦୁଃଖଭରା କାହାଣୀ କହିଲେ ହାସ୍ୟ ଅଭିନେତା ଅରବିନ୍ଦ ଶଢ଼ଙ୍ଗି , ପ୍ରଥମ ସ୍ତ୍ରୀ ମରିଯିବା ପରେ ଭାଉଜ ସହିତ ପୁଅ କରାଇଥିଲା ବିବାହ

ଜୀବନ ଅଛି ମାନେ ଦୁଃଖ ଅଛି । କେତେବେଳେ ଦୁଃଖ ଆସିବ ତ ଆଉ କେତେବେଳେ ସୁଖ ଆସିବ । କୁହାଯାଏ ସୁଖ ପରେ ଦୁଃଖ , ଏଇତ ଜୀବନର ନିୟମ । ଆଉ ଏହା ମଧ୍ୟରେ ମଣିଷ ନିୟନ୍ତ୍ରିତ ହୋଇ ଯାଇଥାଏ । ଆଉ ଜାଣି ଦେଇଥାଏ କେତେବେଳେ କଣ ହେବ । ଅନ୍ୟ ପକ୍ଷରେ ଲୋକେ କହିଥାନ୍ତି , କଳାକାର ମାନଙ୍କ ଜୀବନରେ କେବେ ଦୁଃଖ ନଥାଏ । ସେମାନେ ସବୁବେଳେ ଖୁସିରେ ରହିଥାନ୍ତି ଆଉ ଜୀବନକୁ ଖୋଲାଖୋଲି ଭାବରେ ଉପଭୋଗ କରିଥାନ୍ତି କିନ୍ତୁ ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ ।

ସେମାନଙ୍କ ଜୀବନରେ ମଧ୍ୟ ଦୁଃଖ ଆସିଥାଏ କିନ୍ତୁ ସେମାନେ ହସି ଦେଇ ନିଜ ଯନ୍ତ୍ରଣା ଲୁଚାଇ ଦର୍ଶକ ମାନଙ୍କୁ ଖୁସି କରାଇଥାନ୍ତି । ତେବେ ଏପରି ଜଣେ କଳାକାର ତଥା ହାସ୍ୟ ଅଭିନେତା ହେଉଛନ୍ତି ଅରବିନ୍ଦ ଶଢ଼ଙ୍ଗି । ଯିଏ ସବୁବେଳେ ପରଦା ଉପରେ ଲୋକ ମାନଙ୍କୁ ହସାଇଥାନ୍ତି । କିନ୍ତୁ କେବେ ଲୋକ ମାନଙ୍କୁ ନିଜ ଦୁଃଖ ଦେଖାଇ ନଥାନ୍ତି । ବର୍ତ୍ତମାନ ସେ ନିଜ ଜୀବନର ଦୁଃଖ ସମସ୍ତଙ୍କ ଆଗରେ ପ୍ରକାଶ କରି କହିଛନ୍ତି କି , ହଠାତ୍ ତାଙ୍କ ଜୀବନରେ ଏକ କଳା ବାଦଲ ଆସିଥିଲା ଆଉ ସବୁକିଛି ଛିନଭିନ କରି ଦେଇଥିଲା । ତାଙ୍କ ପ୍ରଥମ ସ୍ତ୍ରୀଙ୍କର କିଡନୀ ଖରାପ ହୋଇ ଯାଇଥିଲା ଆଉ ଦୀର୍ଘ ୨ ବର୍ଷ ପରେ ସେ ଆରପାରିକୁ ଚାଲି ଯାଇଥିଲେ ।

ସେତେବେଳେ ସେ କିଛି ବୁଝି ପାରୁ ନଥିଲେ । ଆଉ ସେତେବେଳେ ତାଙ୍କୁ ବୟସ ୩୮ । ପୁଅ ତାଙ୍କର ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲା । ତେଣୁ ସେ ଆଉ କଣ କରିବେ ଭାବି ପାରି ନଥିଲେ । ତେବେ ଏହାରି ମଧ୍ୟରେ ତାଙ୍କ ପୁଅ ତାଙ୍କ ଜୀବନରେ ଖୁସି ଫେରାଇ ଆଣିଥିଲା । ପରିବାରରେ ସମସ୍ତଙ୍କୁ ବାପାଙ୍କ ଦ୍ଵିତୀୟ ବିବାହ ପାଇଁ ରାଜି କରାଇଥିଲା ।

ଆଉ ଶେଷରେ ତାହା ହିଁ ହୋଇଥିଲା । ନିଜ ପାରିବାରିକ ବନ୍ଧୁ ମଧ୍ୟରେ ଜଣେ ମହିଳାଙ୍କୁ ସେ ବିବାହ କରିଥିଲେ ଆଉ ଜୀବନରେ କେବେ ମାଆ ହେବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ । ତେବେ ଏହାପର ଠାରୁ ତାଙ୍କ ହସଖୁସିର ସଂସାର ଆଗକୁ ବଢି ଚାଲିଛି ।

ବର୍ତ୍ତମାନ ପୁଅ ତାଙ୍କର ଇଞ୍ଜିନିଅର ଭାବରେ କାର୍ଯ୍ୟରତ ଅଛନ୍ତି । ଆଉ ହସ ଖୁସିରେ ସବୁକିଛି ହେଉଛି । ତେବେ ବର୍ତ୍ତମାନ ସମୟରେ ତାଙ୍କ ପୁଅ ସୋସିଆଲ ମିଡିଆର ହାସ୍ୟ ଅଭିନେତ୍ରୀ ମି ପୁଚ୍ ପୁଚ୍ ଙ୍କୁ ବିବାହ କରିବା ନେଇ ସେ କହିଛନ୍ତି । ସେମାନଙ୍କର ନିର୍ବନ୍ଧ ସରିଯାଇଛି ଆଉ ଆଗକୁ ବିବାହ ହେବାକୁ ଯାଉଛି । ଏପରି ଜଣେ ଝିଅକୁ ବୋହୂ ଭାବରେ ପାଇ ଅରବିନ୍ଦ ଅତ୍ୟନ୍ତ ଖୁସି ଅଛନ୍ତି ବୋଲି କହିଛନ୍ତି । ତାଙ୍କ ପରିବାରକୁ ଲକ୍ଷ୍ମୀ ଆସିବେ ଆଉ ଘର ତାଙ୍କର ପୂରି ଉଠିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *