ଟ୍ରେନ ସିଟରେ ଗୋବର ଭଳିଆ ଝାଡ଼ାକୁ ଲିପୁଛନ୍ତି ଏହି ଯୁବକ

ଯେଉଁଠି ଦେଖିବେ ସେଇଠି ଝାଡା । ଯେଉଁ ବଗି ଯେଉଁ ସିଟକୁ ଚାହିଁବେ ସେଠାରେ ପୁଳା ପୁଳା ଝାଡା । କାଉ କି କୋଇଲିର ଝାଡା ନୁହେଁ କି ପୋଷା କୁକୁରଙ୍କର ବି ନୁହେଁ ଝାଡା ହେଉଛି ମଣିଷର ଝାଡା । ଆଉ ଯାହାକୁ ନିଜେ ଯୁବକ ଜଣଙ୍କ ଟ୍ରେନ ଭିତରେ କରି ଭିଆଇ ଛନ୍ତି ଏଭଳି ସାଙ୍ଘାତିକ କାଣ୍ଡ । ବନ୍ଧୁଗଣ ଆମେ ଜାଣିଛୁ ଏ ଘଟଣା ବୋଧେ ହୁଏ ଆପଣ ଆପଣଙ୍କ ଜୀବନରେ ପ୍ରଥମ ଥର ପାଇଁ ଶୁଣୁଛନ୍ତି ।

ଆମେ ଅନୁମାନ କରି ପାରୁଛୁ ଏ ଘଟଣା ହୁଏତ ଆପଣଙ୍କୁ ଅବିଶ୍ୱସନିୟ ଲାଗୁଥିବ । ହେଲେ ବନ୍ଧୁଗଣ ଏ ଘଟଣା ହେଉଛି ନିରାଟ ସତ୍ୟ ଆଉ ଯାହା ଆମ ଓଡିଶାରେ ଘଟିଛି । ଟ୍ରେନ ର ପ୍ରତି ସିଟରେ ଲିପା ହୋଇଛି ମେଞ୍ଚା ମେଞ୍ଚା ଝାଡା । କେବଳ ସିଟ ନୁହେଁ ଟ୍ରେନ କାନ୍ଥରେ ମଧ୍ୟ ଲାଗିଛି ମେଞ୍ଚା ମେଞ୍ଚା ଝାଡା । ଟ୍ରେନରେ ଯାତ୍ରା କରିବାକୁ ଥିବା ଯାତ୍ରୀ ମାନେ ଏକଦମ ଭାବେ ହେଉଛନ୍ତି ବାନ୍ତି ଉଚ୍ଛାଲ । ହେଲେ ଯେତେବେଳେ ଏହିପରି ଅବସ୍ଥା ଯାତ୍ରୀ ମାନେ ଦେଖିଲେ ସେମାନେ ତାଙ୍କ ମୁଣ୍ଡରେ ହାତ ଦେଇଥିଲେ ।

କାରଣ ଟ୍ରେନର ଏମିତି କୌଣସି ଗୋଟେ ବଗି ଫାଙ୍କା ନଥିଲା କି ଏମିତି କୌଣସି ଗୋଟେ ହେଲେ ସିଟ ଫାଙ୍କା ନଥିଲା ଯେଉଁଠି ପଡି ନଥିଲା ମଣିଷର ଝାଡା । ତେବେ କେବଳ ଏତିକି ନୁହେଁ । ଟ୍ରେନରେ ଝାଡା ଲିପିବା ସହିତ ନୋଟ ଟଙ୍କାରେ ଆରପିଏଫ କୁ ସାଙ୍ଘାତିକ ଗାଳି ଦିଆଯାଇ ଲେଖା ହୋଇଥିବା କାଗଜ ମଧ୍ୟ ପଡିଥିଲା ।

ଆଉ ଯାହା ଫଳରେ ଶେଷରେ ଯାତ୍ରୀ ମାନେ ବାଧ୍ୟ ହୋଇ ଟ୍ରେନରେ ଯାତ୍ରା କରିବାକୁ ଅସନ୍ତୋଷ ପ୍ରକାର କରି ଆରପିଏଫ ନିକଟରେ ଅଭିଯୋଗ କରିଥିଲେ । ତେବେ ଏନେଇ ଯେତେବେଳେ ଚହଳ ସୃଷ୍ଟି ହୋଇଥିଲା ଯାତ୍ରୀ ମାନଙ୍କ ଯାତ୍ରାରେ ଯେତେବେଳେ ବାଧା ଉପୁଜିଥିଲା ସେତେବେଳେ ଏହି ଭଳି ଘୃଣ୍ୟ କାର୍ଯ୍ୟ କିଏ କରୁଛି ସେହି ବ୍ୟକ୍ତିଙ୍କୁ ଖୋଜା ପଡିଥିଲା । ଆଉ ଯେତେବେଳେ ସେହି ଭଦ୍ର ମୁଖା ଯୁବକ ଜଣଙ୍କ ଧରା ପଡ଼ିଥିଲେ ସେତେବେଳେ ଯୁବକ ନିଜ ପ୍ରତିକ୍ରିୟା ଏପରି ଦେଇଥିଲେ ଯାହା ଆପଣଙ୍କ ମୁଣ୍ଡ ବୁଲାଇ ଦେବ ।

ଆରପିଏଫ ପୋଲିସ ହାତରେ ଯୁବକ । ଯେଉଁ ଯୁବକ ଭିଆଇ ଥିଲେ ଏହିଭଳି ସାଙ୍ଘାତିକ କାଣ୍ଡ । ତେବେ ଯୁବକଙ୍କ ଘର ଗଞ୍ଜାମ ଅଂଚଳରେ ହୋଇଥିବା ବେଳେ ଯୁବକ ଜଣଙ୍କ କହୁଛନ୍ତି ଫିଲ୍ମ ଦେଖି ଏପରି କାଣ୍ଡ କରିଛନ୍ତି । ହେଲେ ଫିଲ୍ମରେ ଭଲ ପାଇଁ କରୁଥିଲେ। କିନ୍ତୁ ସେ ମାନୁଛନ୍ତି କି ତାଙ୍କର ଏପରି କାର୍ଯ୍ୟ ଖରାପ କାର୍ଯ୍ୟ । ହେଲେ ଯେତେବେଳେ ତାଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରୁଛନ୍ତି ଯେ କାହିଁକି ଏପରି କରିଲ ।

ଯୁବକ ଜଣଙ୍କ ଉତ୍ତର ରଖୁଛନ୍ତି କି ରାଗିକି ମୁଁ ଏପରି ଭୁଲ ନିଷ୍ପତ୍ତି ନେଇଯାଇଥିଲି । ଆଉ ଯୁବକଙ୍କ କହିବା ଅନୁଯାୟୀ ଏକ ଆତଙ୍କ ସୃଷ୍ଟି କରିବା ପାଇଁ ସେ ଏଭଳି କାର୍ଯ୍ୟ କରୁଥିଲେ । ଆଉ କେତେବେଳେ କହୁଛନ୍ତି ମୋ ମୁଣ୍ଡ କାମ କରୁ ନଥିବାରୁ ମୁଁ ଏଭଳି କାର୍ଯ୍ୟ କରିଛି । ତେବେ ସେ ଯାହା ବି କିଛି ହେଉ ଏହି ଯୁବକଙ୍କ ଏପରି କାଣ୍ଡ କିନ୍ତୁ । ପୋଲିସ ଆଖିରୁ ନିଦ ହଜାଇ ଦେଇଥିଲା ।

ଏହି ଘଟଣା ସାମ୍ନାକୁ ଆସିବା ପରେ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିବା ବେଳେ । ଆରପିଏଫ ଅଧିକାରୀ ମାନେ ତଦନ୍ତ ଜୋରସୋରରେ ଆରମ୍ଭ କରିଥିଲେ କି କିଏ ସେହି ଭଦ୍ର ବ୍ୟକ୍ତି ଯିଏ ଭିଆଇ ଥିଲେ ଏପରି କାଣ୍ଡ । ତେବେ ଶେଷରେ ଯୁବକଙ୍କୁ ଧରିବାରେ ସଫଳ ହୋଇଛନ୍ତି ଆରପିଏଫ ଅଧିକାରୀ । ଆଉ ଯୁବକଙ୍କୁ ଗିରଫ ମଧ୍ୟ କରାଯାଇଛି ।

ସେପଟେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଳଟିଥିବା ବେଳେ । ଏହି ବିଷୟରେ ଯିଏ ଶୁଣୁଛନ୍ତି ସିଏ ମୁଣ୍ଡରେ ହାତ ଦେଉଛନ୍ତି । ତେବେ ବର୍ତମାନ ଦେଖିବାକୁ ବାକି ରହିଲା ପୋଲିସ ଏହି ଯୁବକଙ୍କ ବିରୋଧରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

Leave a Reply

Your email address will not be published. Required fields are marked *