ନିଜ ପ୍ରେମିକକୁ ସ୍ଲୋ ପୟଜନ ଦେଇ ମାରିଦେଲା ପ୍ରେମିକ…. କିଲର ଗାର୍ଲଫ୍ରେଣ୍ଡ

ସତରେ ବିଚିତ୍ର ଏ ଜଗତ ଆଉ ବିଚିତ୍ର ଏ ମଣିଷ । ନିଜ ସ୍ବାର୍ଥ ପାଇଁ ଯିଏ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଏ। ଆଉ ଦୁନିଆଁ ପଛକେ ଭାସି ଯାଉ କିନ୍ତୁ ମୁଁ ଖୁସିରେ ରହିଥାଏ , ଏହି କଥା ଆଜିକାର ଲୋକଙ୍କ ମନରେ ଘର କରି ବସିଛି । ଆଉ ଏହାରି ମଧ୍ୟରେ ପ୍ରେମ ସାଜିଛି ଆଉ ଏକ କାହାଣୀ । ଯେଉଁଥିରେ ପ୍ରେମିକ ପ୍ରେମିକାଙ୍କ ସଂଖ୍ୟା କମ ନାହିଁ। କିଏ ନିଜ ଜୀବନର ସବୁ ସମୟ ସେହି ସାଥି ସହିତ କାଟିବ ବୋଲି ଭାବି ଦେଉଛି ତ ଆଉ କିଏ ନିଜ ଲାଭ ଆଉ ଲୋଭକୁ ପୂରଣ କରିବା ପାଇଁ ଭଲ ପାଉଛନ୍ତି ।

ତେବେ ଏପରି ଏକ କାହାଣୀ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ , ଯାହା ଆପଣଙ୍କ ଦେହ ଶିତାଇ ଦେବ । ସତରେ ଏମିତି ବି ବିଷଧର ପ୍ରେମିକା ରହିଥାନ୍ତି , ଯେଉଁ ମାନେ ନିଜ ସ୍ବାର୍ଥ ପାଇଁ କିଛି ବି କରି ପାରିଥାନ୍ତି । ତେବେ ଆମେ କହୁଛୁ , କେରଳରେ ଘଟିଥିବା ମର୍ମନ୍ତୁଦ ହତ୍ୟାକାଣ୍ଡ ବିଷୟରେ । ଜଣେ ପ୍ରେମିକା ନିଜ ପ୍ରେମିକକୁ ସ୍ଲୋ ପଏଜନ ଦେଇ କରିଛି ହତ୍ୟା। ସୂଚନା ଅନୁଯାୟୀ , ସୌରାନ୍ ରାଜ ଏବଂ ଗୁସ୍ମା ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ ।

ଦୁହେଁ ନିଜ ପ୍ରେମକୁ ଏକ ନୂଆ ନାମ ଦେବେ ବୋଲି ଭାବି ଥିଲେ । ପାଠ ପଢାରେ ବେଶ୍ ଆଗୁଆ ଥିଲେ ଗୁଷ୍ମା । ଆଉ ଏହାରି ମଧ୍ୟରେ ପ୍ରେମିକ ତାଙ୍କୁ ବହୁତ ଭଲ ପାଉଥିଲେ । ନିଜ ପ୍ରେମିକା ପାଇଁ କିଛି ବି କରିବାକୁ ସେ ରାଜି ରହିଥିଲେ । କିନ୍ତୁ ପ୍ରେମିକା ସତରେ ଥିଲା ଡାହାଣୀ । ଅର୍ଥାତ୍ ଏକଦା ଗୁଷ୍ମାଙ୍କ ପରିବାର ଲୋକ ତାଙ୍କ ବାହାଘର ପାଇଁ ଜାତକ ସୁଝାଇବା ଆରମ୍ଭ କରିଥିଲେ । ଆଉ ଜ୍ୟୋତିଷ କହିଥିଲେ , ଝିଅ ଯାହାକୁ ବାହା ହେବ , ତାର ସ୍ଵାମୀ ମରିଯିବ । ଆଉ ଏ କଥା ଗୁଷ୍ମାଙ୍କ କାନରେ ବାଜିଥିଲା।

ନିଜ ମନରେ ଏମିତି କଥା ଆସିଥିଲା କି , ସେ ଭାବି ଦେଇଥିଲେ ଯଦି ପ୍ରେମିକକୁ ମାରି ଦେବି , ତେବେ ସାରା ଜୀବନ ଆଉ କାହା ସହିତ ଖୁସିରେ ରହିବି । ଆଉ ସେଥିପାଇଁ ରଚିଥିଲେ ଷଡ଼ଯନ୍ତ୍ର । ଯେତେ ଥର ପ୍ରେମିକ ସହିତ ଦେଖା ହୋଇଥାନ୍ତି , ସେତେ ଥର ତାଙ୍କୁ କିଛି ନା କିଛି ଖାଇବାକୁ ଦେଇଥାନ୍ତି ଆଉ ସେଥିରେ ସ୍ଲୋ ପଏଜନ ମିଶାଇ ଦେଇଥାନ୍ତି । ତେବେ ପ୍ରେମିକ ଘରକୁ ଆସି ବାନ୍ତି କରନ୍ତି ଆଉ ଠିକ୍ ବି ହୋଇ ଯାଆନ୍ତି ।

କିନ୍ତୁ ସେ ନିଜ ପ୍ରେମିକା ଏପରି କରୁଛି ବୋଲି କେବେ ଭାବି ନଥିଲେ । କିନ୍ତୁ ୧୫ ଅକ୍ଟୋବର ୨୦୨୨ ଦିନ ଥିଲା ସୌରାନଙ୍କ ଶେଷ ଦିନ । ସେଦିନ ବାନ୍ତି କରି ହସ୍ପିଟାଲ ବେଡ଼ରେ ମୃତ୍ୟୁ ସହିତ ସଂଘର୍ଷ କରି ହାରି ଯାଇଥିଲେ ସେ । ଆଉ ତାପରେ ଯେତେବେଳେ ପୋଷ୍ଟ ମୋର୍ଟମ ରିପୋର୍ଟ ଆସିଥିଲା , ସେଥିରେ ଯାହା ବାହାରି ଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ତେବେ ବର୍ତ୍ତମାନ ପୋଲିସ ତାଙ୍କ ପ୍ରେମିକାକୁ ଚାରିଆଡ଼େ ଖୋଜି ବୁଲୁଛି ।

Leave a Reply

Your email address will not be published. Required fields are marked *