ମୋ ବଡ଼ ବାପା ଚାଲିଗଲେ ହେଲେ ଶେଷ ସମୟରେ ବି ଯିଏ ଟିକେ ଦେଖିବାକୁ ଆସିଲେଣି ସେ କି ସାବିତ୍ରୀ….

ସାବିତ୍ରୀ ବ୍ରତରେ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଏକ ପୋଷ୍ଟ କରିଥିଲେ ଯେଉଁଥିରେ ସେ ରିଏଲ ସାବିତ୍ରୀ ଏବଂ ଫେକ ସାବିତ୍ରୀ ବିଷୟରେ ଦର୍ଶାଇଛନ୍ତି । ଯାହାକୁ ନେଇ ଗଣମାଧ୍ୟମରେ ତାଙ୍କର ଏକ ବୟାନ ମଧ୍ୟ ଶୁଣିବାକୁ ମିଳିଛି । ଅଭିନେତା ଅନୁଭବ ମହାନ୍ତିଙ୍କ ଅନୁଯାୟୀ ସେ ଏଭଳି କହି ନାରୀ ଜାତିର ବଦନାମ କରି ନାହାଁନ୍ତି,

ଏହା ସେ କେବଳ ସେହି ମହିଳାଙ୍କୁ ଇଙ୍ଗିତ କରି କହିଛନ୍ତି ଯେଉଁମାନେ କେବଳ ସାବିତ୍ରୀ ଦିନ ସ୍ୱାମୀଙ୍କ ପୂଜା କରି ଅନ୍ୟ ଦିନରେ ସ୍ୱାମୀଙ୍କୁ ଅସମ୍ମାନ କରିଥାନ୍ତି । ଖାଲି ସେତିକି ନୁହେଁ ସେ ଏହା ମଧ୍ୟ କହିଛନ୍ତି ଯେ ଆଜିକାଲି କେବଳ ମହିଳାଙ୍କ କ୍ଷେତ୍ରରେ ଏପରି ନାହିଁ ବରଂ ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ସମାନ ସମସ୍ୟା ।

ତାଙ୍କର ଏଭଳି ପୋଷ୍ଟ ଉପରେ ପ୍ରଶ୍ନ କରାଯିବାରୁ ଅଭିନେତା ଅନୁଭବ ମହାନ୍ତି କହିଛନ୍ତି ଯେ କିଭଳି ଜଣେ ମହିଳା ନିଜକୁ ସାବିତ୍ରୀ ଭଳି ଦ୍ୱାହି ଦେଇ ସାବିତ୍ରୀଙ୍କ ଭଳି କୌଣସି ଗୁଣର ଅଧିକାରୀ ନୁହଁନ୍ତି । ଏହି କଥାରେ ସେ ତାଙ୍କ ସ୍ତ୍ରୀଙ୍କ ସହିତ ଚାଲିଥିବା ବିବାଦ ବିଷୟରେ ମଧ୍ୟ ଅନେକ କିଛି କହିଛନ୍ତି । ତାଙ୍କ କହିବା କଥା ଯେ ଯେଉଁ ସ୍ତ୍ରୀ ସୋସିଆଲ ମିଡ଼ିଆରେ ନିଜକୁ ସାବିତ୍ରୀ କହି ବ୍ରତ ରଖି ପାରୁଛି ସେ କିଭଳି ନିଜର ଶ୍ୱଶୁରଙ୍କ ଦେହାନ୍ତରେ ତାଙ୍କୁ ଦେଖିବା

ପାଇଁ ସୁଦ୍ଧା ଆସି ନଥିଲେ । ଏହାପରେ ପରେ ଅନୁଭବ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଘରକୁ ଛାଡ଼ିବା ଉପରେ ଏକ ରହସ୍ୟ କହିଛନ୍ତି । ଯାହା ବୋଧହୁଏ କେହିବି ଜାଣି ନଥିବେ । ମାମଲା ବାସ୍ତବରେ କିଛି ଅଲଗା ଥିଲା କିନ୍ତୁ ମାମଲାକୁ ଅନ୍ୟ ରୂପରେ ଦେଖାଇ ଦିଆ ଯାଇଥିଲା ।

ଅନୁଭବଙ୍କ କହିବା କଥା ଯେ ଯିଏ ବାସ୍ତବରେ ନିଜକୁ ସାବିତ୍ରୀ ଭାବୁଛି ସେ ନିଜ ସ୍ୱାମୀଙ୍କୁ ଏଭଳି କଷ୍ଟ ଦେବା କେତେ ଦୂର ଠିକ । ଯେତେବେଳେ ଅନୁଭବଙ୍କ ଘରେ ରହିବାକୁ ବର୍ଷା ଏକ ପିଟିସନ ଦେଇଥିଲେ ସେତେବେଳେ ବର୍ଷା ଆଗାମୀ ସମୟରେ ତାହା ପ୍ରତ୍ୟାହାର କରି ଘର ଛାଡ଼ିଥିବା କଥା ମଧ୍ୟ ଶୁଣିବାକୁ ମିଳିଥିଲା । ସେତେବେଳେ ସବୁଠି ଏହି କଥା ଚର୍ଚ୍ଚା ହେଉଥିଲା ଯେ ବର୍ଷା କୁଆଡ଼େ ନିଜକୁ ବଳି ଦେଇ ନିଜ ଶାଶୁ ଶ୍ୱଶୁରଙ୍କ ପାଇଁ ଘର ତ୍ୟାଗ କଲେ ।

କିନ୍ତୁ ବାସ୍ତବରେ କଥା କିଛି ଅଲଗା ଥିଲା । ବର୍ଷା ଦାଖଲ କରିଥିବା ପିଟିସନରେ କାଗଜପତ୍ର ଫ୍ରଡ଼ ଥିବାରୁ ସେ ଏଭଳି କରିଥିବା ଅନୁଭବ କହିଛନ୍ତି । ଆହୁରି ମଧ୍ୟ ସେ ଏହା କହିଛନ୍ତି ଯେ ତାଙ୍କ ବଡ଼ବାପାଙ୍କ ଦେହାନ୍ତ ପରେ ପରେ ତାଙ୍କ ଶବକୁ ଆଉ ଘରକୁ ନିଆଯାଇ ନଥିଲା । ପୁଣି ବର୍ତ୍ତମାନ ସମୟରେ ସାବିତ୍ରୀଙ୍କୁ ନେଇ ତାଙ୍କର ପୋଷ୍ଟ ସବୁଠି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *