ଯେଉଁ ହାତ ଧରିବି ବୋଲି ଘର ଲୋକଙ୍କ ହାତ ଛାଡି ହେଇଗଲା ସେ ହାତ ଆଉ ଭୁଲରେ ବି କେବେ ଧରିବିନି….

ଭଲ ପାଇ ପ୍ରେମ ବିବାହ କରିଥିଲି ଦୁଇ ପରିବାରଙ୍କ ସହମତିରେ ବିବାହ କରିଥିଲି । ହେଲେ ଜାଣି ନଥିଲି ସେହି ନିଷ୍ପତ୍ତି ମୋର ଭୁଲ ହେଇଯିବ ବୋଲି । ଆଉ ଜୀବନରେ କେବେ ସେହି ଦିନ ଆସିବନି କି ମୁଁ ଆଉ ଥରେ ହାତ ଧରି ଚାଲିବି । ଆଉ ହାତ ଧରି ଚାଲିବା ତ ଦୂରର କଥା ଆଉ କେବେ ପାଖରେ ଛିଡା ହେବେନି ଏମିତି କହିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ।

ଆପଣ ମାନେ ଜାଣି ଥିବେ ବର୍ଷା ଅନୁଭବଙ୍କ ବିବାଦ ଧୀରେ ଧୀରେ କମିବା ପରିବର୍ତ୍ତେ ଉଗ୍ର ରୂପ ଧାରଣ କରୁଛି । ଦିନକୁ ଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି । ଆଉ ଏହାରି ଭିତରେ ପୁଣି ଥରେ ଗଣମାଧ୍ୟମରେ ମୁଁହ ଖୋଲିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ।

ଗଣମାଧ୍ୟମ ସାମ୍ନାରେ ବଖାଣି ଚନ୍ତି ନିଜ ମନ ତଳେ ଚାପି ହୋଇ ରହିଥିବା ଅନେକ ଅକୁହା କଥା । କହିଛନ୍ତି ମୋ ପାଇଁ ମୋ ପୁରା ପରିବାର କଷ୍ଟ ପାଇଛନ୍ତି । ମିଛ କେଶ୍ ରେ ଆମ ଘରକୁ ପ୍ରଥମ ଥର ପାଇଁ ପୋଲିସ ଆସିଥିଲା ଏକା ଥରେ ଘର ଭିତରେ ୧୫ ରୁ ୨୦ ପୋଲିସ ଦେଖି ମୋ ମା ବ୍ୟସ୍ତ ହୋଇ ପଡ଼ିଥିଲେ । ଆଉ ଏତେ ଜୋରେ କାନ୍ଦୁଥିଲେ ମୋ ମା କି ସେ କଥା ମଧ୍ୟ ହୋଇ ପାରୁ ନଥିଲେ ।

ସେ କଷ୍ଟ ମୋ ହୃଦୟକୁ ଆନ୍ଦୋଳିତ କରିଥିଲା । ମିଛ କେଶରେ ଆମ ଘରକୁ ପୋଲିସ ଆସିବା ମୋ ପାଇଁ ମୋ ପରିବାର ଲୋକେ କଷ୍ଟ ପାଇବା ଏ ସବୁ ମତେ ଅନେକ ଦୁଃଖ ଦେଇଛି । ଯେଉଁ ଦୁଃଖକୁ ମୁଁ ମୋ ଜୀବନରେ କେବେ ଭୁଲି ପାରିବି ନାହିଁ ।

ସେପଟେ ଛାଡ଼ପତ୍ର ଫାଇଲ କରିବା ପରେ ମୋ ସାମ୍ନା ବାଲା ଲୋକ ଏତେ ଛନ୍ଦ କପଟ ଜାଣନ୍ତି ବୋଲି ଜାଣି ବାକୁ ପାଇଥିଲି । କାରଣ ଛାଡ଼ପତ୍ର ଫାଇଲ କରିବା ପରେ ଅନେକ ମିଛ ଅଭିଯୋଗରେ ମତେ ଫସାଇ ଦିଆ ଯାଇଥିଲା ଯାହାକୁ ନେଇ ମୁଁ ଭାଙ୍ଗି ପଡ଼ିଥିଲି । ନିଜ ମନ ତଳେ ଅନେକ ଦୁଃଖ ଚାପି ରଖି ମୁଁ ବହୁତ୍ କଷ୍ଟ ପାଉଥିବା ବେଳେ ମତେ କିଛି କହିବାକୁ ସୁଯୋଗ ମିଳୁ ନଥିଲା । ହେଲେ ସେହି ଦିନ ମୁଁ ମୋ ମୁଁହ ଖୋଲିବାକୁ ଚେଷ୍ଟା କରିଥିଲି ଯେଉଁ ଦିନ ମୁଁ ନିଜେ ଦେଖିଥିଲି କି ମୋ ବାପା ଆଉ ବଡ ବାପା କାନ୍ଦୁଛନ୍ତି ମୋ ପାଇଁ ।

ସେ ଦିନ ମତେ ଏତେ କଷ୍ଟ ହୋଇଥିଲା ତେଣୁ ମୁଁ ମୋ କଷ୍ଟକୁ ଆଉ ସହି ପାରି ନଥିଲି । ନିଜ ଭିତରେ ଚାପି ହୋଇ ରହିଥିବା ଦୁଃଖକୁ ଭିଡିଓ କରି ସେୟାର କରିଥିଲି । କାରଣ ମୁଁ ଆଗରୁ ଶୁଣିଥିଲି ଦୁଃଖ ବାଣ୍ଟି ଦେଲେ ମନ ହାଲକା ହେଇଯାଏ । ହେଲେ ସେତେବେଳେ ବି ମୋ ଉପରେ ରୋକ ଲାଗିଲା । ମୋ ବାକ୍ ସ୍ଵାଧୀନତା ମୁ ହରାଇ ବସିଲି । ଆଉ ଏହା ପରେ ମୁଁ ଓ ମୋ ପରିବାର ଗୋଟିଏ ଲୋକ ପାଇଁ ଅନେକ କଷ୍ଟ ସହିଲୁ । ତେବେ ଆଉ ଜୀବନରେ କେବେ ସେହି ସମୟ ଆସିବ ନାହିଁ କି ମୁଁ କେବେ ଆଉ କାହା ହାତ ଧରି ଚାଲିବି ।

Leave a Reply

Your email address will not be published. Required fields are marked *