ନିର୍ବନ୍ଧ ପରେ ଭାବି ସ୍ୱାମୀ ଶୋଇବାକୁ ଡାକିଲା… ମନ ଭରିଯିବାରୁ କହୁଛି 10 ହଜାର ନେଇ ପଳା…

ନିର୍ବନ୍ଧ ସରିଛି କି ନାହିଁ । ସ୍ୱାମୀ ନହେବା ପୂର୍ବରୁ। ଯୁବକ ଯୁବତୀଙ୍କୁ ଡାକିଲେ ନିଜ ପାଖକୁ। କହିଲେ ଆସେ ମୁଁ ତ ତତେ ବିବାହ କରିବି ଏବେ ମୋ ପାଖରେ ସୋ। ତା ପରେ ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ଯୁବକ ଜଣଙ୍କ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ। ଶାରୀରିକ ସମ୍ପର୍କ ରଖିବା ପରେ ଯୁବକଙ୍କ ମନ ଭରି ଯାଇଥିଲା ଆଉ ତା ପରେ ଯୁବକ ଜଣଙ୍କ ଯୁବତୀଙ୍କୁ କହିଲେ ମୁଁ ତତେ ଆଉ ରଖିବାକୁ ଚାହୁଁନି।

ତୁ 10 ହଜାର ଟଙ୍କା ନେଇ ପଳେଇଜା। ଏବେ ଯୁବତୀ ଜଣଙ୍କ ନ୍ୟାୟ ପାଇଁ ଘୁରି ବୁଲୁଛନ୍ତି। ଗଣମାଧ୍ୟମରେ ମୁହଁ ଖୋଲି ନ୍ୟାୟ ଭିକ୍ଷା କରୁଛନ୍ତି ଆଉ ଯୁବତୀ ଜଣଙ୍କ କହୁଛନ୍ତି ମୋ ଇଜ୍ଜତର ମୂଲ୍ୟ କଣ ମାତ୍ର 10 ହଜାର ଟଙ୍କା। ବନ୍ଧୁଗଣ ଏଭଳି ଘଟଣା ସାମ୍ନାକୁ ଆସିଛି ରାୟଗଡା ଜିଲ୍ଲାରୁ। ରାୟଗଡା ଜିଲ୍ଲା ଗୁଡାରି ଅଞ୍ଚଳର ଏକ ଯୁବତୀଙ୍କ ସହ ଜଣେ ଯୁବକଙ୍କ ବିବାହ ସ୍ଥିର ହୋଇଥିଲା। ମାତ୍ର ବିବାହ ପୂର୍ବରୁ ନିର୍ବନ୍ଧ ସରିଛି କି ନାହିଁ। ଯୁବକ ଜଣଙ୍କ ଯୁବତୀଙ୍କୁ ନିଜ ପାଖକୁ ଡାକିଥିଲେ।

ବିବାହ କରିବାର ପ୍ରଲୋଭନ ଦେଖାଇ। ମଥାରେ ସିନ୍ଦୁର ଆଉ ହାତରେ ଚୁଡ଼ି ଦେବାକୁ କହି ଯୁବତୀଙ୍କ ଇଜ୍ଜତ ସହ ଖେଳିଲେ। ଆଉ ଯେତେବେଳେ ଯୁବତୀ ଜଣଙ୍କ ବିବାହ କରିବା କଥା କହିଲେ ସେତେବେଳେ ଯୁବକ ଜଣଙ୍କ ସିଧାସଳଖ ମନା କଲେ ମୁଁ ତତେ ବିବାହ କରି ପାରିବି ନାହିଁ। ତେଣୁ ତୁ 10 ହଜାର ଟଙ୍କା ନେଇ ଚାଲିଜା। ଆଉ ଯଦି ତୁ ନଯିବୁ ତେବେ ତତେ ମୁଁ ଜୀବନରୁ ମାରି ଦେବି। ବନ୍ଧୁଗଣ ବର୍ତ୍ତମାନ ସମୟର ଭଲ ପାଇବା କିଛି ଏମିତି ଆଜ୍ଞା।

ଏ ଘଟଣା କେବଳ ରାୟଗଡା ଜିଲ୍ଲାରୁ ନୁହେଁ ବଂର ପ୍ରତ୍ୟକ ଦିନ ସାମ୍ନାକୁ ଆସୁଛି। କେତେବେଳେ ଯୁବତୀ ପ୍ରେମରେ ପ୍ରତାରିତ ହେଉଛନ୍ତି ତ ଆଉ କେତେବେଳେ ଯୁବତୀ ଙ୍କ ସହ ବିବାହ ସ୍ଥିର ହେବା ପରେ ବିବାହ ନହଉଣୁ ରଖୁଛନ୍ତି ଶାରୀରିକ ସମ୍ପର୍କ । ଆଉ ନିଜ ଦେହର ଭୋକ ନିଜ ଇଚ୍ଛା ମେଣ୍ଟାଇବା ପରେ ଯୁବତୀଙ୍କୁ ୟୁଜ ଫିଙ୍ଗି ଦେଉଛନ୍ତି। ହେଲେ ଯୁବତୀ ମାନେ ମାଟି କଣ୍ଢେଇ ନୁହଁନ୍ତି ଯେତେବେଳେ ଯିଏ ଯାହା ଚାହିଁବ କରିକି ପୁଣି ଫିଙ୍ଗି ଦେବ ବୋଲି ବର୍ତ୍ତମାନ ନ୍ୟାୟ ଭିକ୍ଷା କରୁଥିବା ଯୁବତୀ ଜଣଙ୍କ କହିଛନ୍ତି।

ତେବେ ଯୁବତୀଙ୍କ କହିବା ଅନୁଯାୟୀ ଯୁବକଙ୍କ ମା ଓ ତାଙ୍କ ପରିବାର ଆସି ସବୁକିଛି ଠିକ ଠାକ କରି ଯାଇଥିଲେ ମାତ୍ର ଯେତେବେଳେ ଯୁବକ ମତେ ଆଣିଲେ ଆଉ ନିଜର ସ୍ୱାର୍ଥ ନିଜର ଲକ୍ଷ ପୂରଣ କଲେ ସେତେବେଳେ କହୁଛନ୍ତି 10 ହଜାର ଟଙ୍କା ନେଇ ତୁ ପଳେଇ ଜା। ଏବେ ଯୁବତୀ ଜଣଙ୍କ ଯିବେ କୁଆଡେ ତାଙ୍କ ଇଜ୍ଜତ ଲୁଟିବା ପରେ ଯୁବତୀଙ୍କୁ ଆଉ କିଏ ବିବାହ କରିବ ବୋଲି ପ୍ରଶ୍ନ କରିଛନ୍ତି। ସେପଟେ ଆଉ ଏକ କଥା ମଧ୍ୟ ଯୁବତୀ ଜଣଙ୍କ କହିଛନ୍ତି ଯଦି ତାଙ୍କ ମନରେ ଏତେ କିଛି ଥିଲା ତେବେ କାହିଁକି ଗୋଟେ ନିରିହ ଝିଅର ଜୀବନ ସହ ଖେଳୁଥିଲେ। ନିର୍ବନ୍ଧ ତ ସରିଛି ବିବାହ ହୋଇନଥିଲା କାହିଁକି ମତେ କହିଲେ ମୋ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ, କାହିଁକି ସେ ମୋ ସହ ସମ୍ପର୍କ ରଖିଲେ।

ଏବେ ଯୁବତୀ ନ୍ୟାୟ ଚାହାଁନ୍ତି ତାଙ୍କ ଇଜ୍ଜତ ର ମୂଲ୍ୟ ଆଦୌ 10 ହଜାର ଟଙ୍କା ନୁହେଁ। ଯେହେତୁ ସେ ବର୍ତ୍ତମାନ ଅସହାୟ ହୋଇ ପଡିଛନ୍ତି ତେଣୁ ସେ ଏବେ କେଉଁଠି କୁ ଯିବେ ଓ କାହାକୁ ନ୍ୟାୟ ମାଗିବେ ତାହା ଜାଣି ମଧ୍ୟ ପାରୁ ନାହାଁନ୍ତି। ଯୁବତୀ ଜଣଙ୍କର ଗୋଟିଏ କଥା ମୁ ନା ହିଁ ମହିଳା କମିଶନ ଜାଣିଛି ନା ଦେଖିଛି ତେଣୁ ମୁଁ ଏବେ କୁଆଡେ ଯିବି ମତେ ନ୍ୟାୟ କିଏ ଦେବ। ଯେମିତି ମତେ ଆଣି ଯୁବକ ଜଣଙ୍କ ମୋ ସହ ଶାରୀରିକ ସମ୍ପର୍କ ରଖିଥିଲେ ଠିକ ସେମିତି ଏବେ ମୋତେ ନେଇ ରଖନ୍ତୁ ନଚେତ ନ୍ୟାୟ ଦିଅନ୍ତୁ। ତେବେ ଦେଖିବାକୁ ବାକି ରହିଲା ଯୁବତୀଙ୍କୁ ନ୍ୟାୟ କେବେ ମିଳୁଛି।

Leave a Reply

Your email address will not be published. Required fields are marked *