ଆମ ପାଖେ ଟଙ୍କା ଅଛି ମୋ ପୁଅ ସବୁ କରିବ, ଏଠି ଆମର ୫ଟା ଘର ଅଛି ଦୀନେଶ କୁ ଖୋଜିକି ବାହାର କର କାହାର ସାହସ ଅଛି…

ଦିନେଶ ଏଇଠି ଅଛି ଦିନେଶ ଲୁଚିନି। ମୋ ପୁଅ ସବୁ କିଛି କରିବ କିଏ ମୋ ପୁଅର କଣ କରିବ କରୁ। ଆମେ କାହାକୁ ଡରିନୁ କି ଡରିବୁ ନାହିଁ ମଧ୍ୟ ଆମର ବ୍ରହ୍ମପୁର ବଡ଼ ବଜାର ଦେଶୀ ବେହେରା ସାହିରେ ପାଞ୍ଚଟି ଘର ଅଛି କାହାର ସାହସ ଅଛି କାହାର ଦମ ଅଛି ମୋ ପୁଅକୁ ବାହାର କରି ଦେଖାଅ। ଆମ ପାଖରେ ଟଙ୍କା ଅଛି ଆମେ ପୁଅକୁ ବମ୍ବେ ପଠାଇ ଦେବୁ। ତା ପରେ କିଏ ମୋର କଣ କରିବ ମୁଁ ଦେଖିବି। ବନ୍ଧୁଗଣ ଏ କଥା ଆମେ କହୁନୁ ଏ କଥା କହୁଛନ୍ତି ଦିନେଶଙ୍କ ବାପା ମା।

ଦିନେଶଙ୍କ ବାପା ମା ଅନେକ ଦିନ ପରେ ଘରକୁ ଫେରିଥିବା ବେଳେ ଗଣମାଧ୍ୟମ ସାମ୍ନାରେ ଏମିତି କିଛି ନିଜର ପ୍ରତିକ୍ରିୟା ରଖିଛନ୍ତି। ପୁଅକୁ ଘଣ୍ଟ ଘୋଡାଇବା ସହିତ ଫୁଲ ଦମରେ ଦିନେଶଙ୍କୁ ସେମାନେ ସପଟୋ କରୁଥିବା ସ୍ଥାନୀୟ ଲୋକେ କହୁଛନ୍ତି। ତେବେ ଦୀର୍ଘ ଦୁଇ ମାସରୁ ଉର୍ଦ୍ଧ୍ବ ସମୟ ଧରି ଦିନେଶଙ୍କ ଘର ଆଗରେ ବସିଥିବା ବ୍ରହ୍ମପୁର ବଡ଼ ବଜାର ସାହିର କେ ଦୀପିକା ନ୍ୟାୟ ପାଇଁ ଆଖିରୁ ଲୁହ ଝରାଉଥିବା ବେଳେ ଦିନେଶଙ୍କ ବାପା ମା ଏମିତି କହିବା ପରେ ଦୀପିକା ଭାଙ୍ଗି ପଡୁଛନ୍ତି।

ହେଲେ ପୁଅକୁ ବାପାର ପତିଚୟ ଦେବାକୁ ପଣ କରିଥିବା ଦୀପିକା ମଧ୍ୟ କହିଛନ୍ତି ପରିସ୍ଥିତି ଯାହା ହେଉ ମୁଁ କେବେ ବି ନ୍ୟାୟ ନ ନେଇ ଖାଲି ହାତରେ ଉଠିଯିବି ନାହିଁ। ଯେତେ ଦିନ ପର୍ଯ୍ୟନ୍ତ ଦିନେଶ ମତେ ସ୍ତ୍ରୀ ଓ ମୋ ପିଲାକୁ ଛୁଆ ରୂପେ ଗ୍ରହଣ ନକରିଛନ୍ତି ସେତେ ଦିନ ପର୍ଯ୍ୟନ୍ତ ଧାରଣାରୁ ଉଠିଯିବା ପ୍ରଶ୍ନ ମଧ୍ୟ ଉଠୁ ନାହିଁ। ମୁଁ ଅନେକ କଷ୍ଟ ପାଇଲି ଖରା ବର୍ଷା ସିତ କାକରରେ ଏଠାରେ ବସି ରହିଲି। ମୋ ଛୁଆ ମୋ ଠୁ ଅଲଗା ହୋଇ ମତେ ଝୁରି ହେଉଛି। ଏତେ କଷ୍ଟ ଏତେ ଯନ୍ତ୍ରଣା ମୁଁ କାହିଁକି ସହୁଛି ମୋ ପୁଅ ପାଇଁ।

ମୋ ପୁଅକୁ ବାପାର ପରିଚୟ ଦେବା ପାଇଁ। ମୁଁ ବି ଗୋଟେ ମା ଆଉ ଦିନେଶଙ୍କ ମା ମଧ୍ୟ ଗୋଟେ ମା ହେଲେ କିପରି ଦିନେଶଙ୍କ ମା ଆଉ ଗୋଟେ ମାର ମନର କୋହ ବୁଝି ପାରୁନାହାଁନ୍ତି। କିପରି ସେ ମୋ କଷ୍ଟ ସହି ପାରୁଛନ୍ତି। ଦିନେଶଙ୍କ ମାଙ୍କ କଥା ଛାଡ। ଯେଉଁ ଦିନେଶ ନିଜେ ଦିନେ କହୁଥିଲେ ଦୀପିକା ତୁମକୁ କଷ୍ଟ ହେଲେ ମତେ ବି କଷ୍ଟ ହୁଏ ସେହି ଦିନେଶ କିପରି ମୋ କଷ୍ଟ ସହି ଯାଉଛନ୍ତି।

ଏମିତି ଭାବି ଭାବି ଅତୀତକୁ ମନେ ପକାଇ ନିଜ ଭାଗ୍ୟକୁ ଦୋଷ ଦେଉଥିବା ଦୀପିକା। ଭାବୁଛନ୍ତି କେତେ ଶୀଘ୍ର ସମୟ କଡ଼ ଲେଉଟାଏ। ଏଇ ତ ଛୁଆ ଟିଏ ଜନ୍ମ ହେବା ପୂର୍ବରୁ ସବୁକିଛି ଠିକ ଥିଲା ହେଲେ ହଟାତ ସବୁ ସତେ ଯେମିତି ଛୁଆ ଟିଏ ଜନ୍ମ ହେବା ପରେ ଏପଟ ସେପଟ ହୋଇଗଲା।

ଯଦି ଦିନେଶ ଛୁଆକୁ ବାପାର ପରିଚୟ ଦେବାକୁ ଏତେ କୁଣ୍ଠା ବୋଧ କରୁଛନ୍ତି ତେବେ କାହିଁକି ମୋ ସହ ଶାରୀରିକ ସଂପର୍କ ରଖୁଥିଲେ। ଦିନେଶ କଣ ଜାଣି ନଥିଲେ ଶାରୀରିକ ସମ୍ପର୍କ ରଖିବା ପରେ ଛୁଆ ଟିଏ ଜନ୍ମ ନେବ। ଯଦି ଛୁଆକୁ ଗ୍ରହଣ କରିବାର ନଥିଲା କାହିଁକି ବିବାହର ପ୍ରଲୋଭନ ଦେଖାଇ ଦିନେଶ ରଖୁଥିଲେ ଶାରୀରିକ ସମ୍ପର୍କ। ଏବେ ମୋର ସର୍ବସ୍ୱ ଲୁଟି ସାରିବା ପରେ ମତେ ଆଣି ତାଙ୍କ ଦାଣ୍ଡରେ ବସାଇବା ପରେ କହୁଛନ୍ତି ଛୁଆ ମୋର ନୁହେଁ। ଦିନେଶ ତୁମେ ଏମିତି କେମିତି ବଦଳି ପାରିଲ।

ତାଙ୍କ ବାପା ମା ବି ଦିନେଶଙ୍କୁ ଫୁଲ ସପୋଟ କରୁଛନ୍ତି। ଦିନେଶଙ୍କ ମା ନିଜେ କହୁଛନ୍ତି ମୋ ପୁଅ ମୋ ସାଙ୍ଗରେ ଆସିଛି ସେ ଏହି ସାହିରେ ଅଛି କାହାର ଦମ୍ଭ ଅଛି ସେ ଦିନେଶଙ୍କୁ ବାହାର କରି ଦେଖାଅ। ହଁ ମୁଁ ମାନୁଛି ତୁମ ପାଖେ ପ୍ରଚୁର ଧନ ଅଛି। ହେଲେ ମୋର ଧନ ମାନେ ମୋ ଇଜ୍ଜତ ଲୁଟ କରିବା ସମୟରେ ତମେ ତମ ପୁଅକୁ କାହିଁକି ବାରଣ କଲନି। ସେ ମୋ ସହ ସମ୍ପର୍କ ରଖିଲା। ଭଲ ପାଇବାର ଅଭିନୟ କଲା। ଆଉ ସ୍ୱାର୍ଥ ପୂରଣ ହେବା ପରେ ମତେ ମାଟି କଣ୍ଡେଇ ଭାବି ଖେଳି ସାରି ଛାଡି ଦେଲା। ହେଲେ ମୁଁ ହାର ମାନିବି ନାହିଁ। ମତେ ସିନ୍ଦୁର ଆଉ ମୋ ଛୁଆକୁ ବାପାର ପରିଚୟ ଦେବା ଯାଏଁ ଦିନେଶଙ୍କ ଘରେ ଆଗରେ ଧାରଣାରେ ବସିବେ ବୋଲି ଦୀପିକା କହିଛନ୍ତି।

Leave a Reply

Your email address will not be published. Required fields are marked *