ରାବଣ ପୋଡିରେ ଜଳନ୍ତା ରାବଣ ପଡିଗଲା ଲୋକଙ୍କ ଉପରେ.. ଦେଖନ୍ତୁ ଭିଡିଓ

ବୁଧବାର ରାତିରେ ହରିୟାଣାର ଯମୁନାନଗରର ଦଶହରା ପଡ଼ିଆରେ ଗୋଟେ ବଡ଼ ଦୁର୍ଘଟଣାରୁ ଲୋକମାନେ ବଞ୍ଚି ଯାଇଥିଲେ। ଦଶହରା ବେଳେ ଯେତେବେଳେ ରାବଣର ମୂର୍ତ୍ତି ରେ ନିଆଁ ଲଗା ଗଲା ସେତେବେଳେ ଅଧା ପୋଡ଼ା ରାବଣ ତଳେ ପଡ଼ିଗଲା। କିନ୍ତୁ ତଳେ ଛିଡ଼ା ହେଇଥିବା ଲୋକମାନଙ୍କର କିଛି ହେଇନଥିଲା କାରଣ ରାବଣ ପୋଡ଼ିର ସାଙ୍ଗେ ସାଙ୍ଗେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପଡ଼ିଆରୁ ଲୋକମାନଙ୍କୁ ଖାଲି କରିଦେଲେ। ଏବଂ ଯେଉଁ ଲୋକମାନେ ରାବଣ ପୋଡି ଦେଖିବାକୁ ରାବଣ ପାଖକୁ ଯାଉଥିଲେ ସେମାନଙ୍କୁ ପୋଲିସ୍ ଅଟକାଇ ଦେଲା। ଯାହା ଫଳରେ ବେଶି କିଛି କ୍ଷତି ହେଇ ନଥିଲା।

ଏହି ମାମଲାରେ ଯମୁନାନଗର ନଗର ପୋଲିସ ଦାୟିତ୍ୱରେ ଥିବା କମଲଜିତ କହିଛନ୍ତି ଯେ ରାବଣର ଜଳିଯାଇଥିବା କାଠକୁ ନେବା ପାଇଁ କିଛି ଲୋକ ଦଉଡ଼ି ରାବଣ ପାଖକୁ ଯାଉଥିଲେ ଠିକ୍ ସେତିକି ବେଳେ ଆଉ ଗୋଟେ କାଠ ଖସି ପଡ଼ିଲା କିନ୍ତୁ ଭଗବାନଙ୍କ ଦୟାରୁ କହାର କିଛି ହେଇ ନଥିଲା କିଛି ଗଣମାଧ୍ୟମ ରିପୋର୍ଟରେ ଆହତଙ୍କ ବିଷୟରେ ଅନେକ ମିଛ ସତ କୁହାଯାଉଛି। କିନ୍ତୁ ଦୁର୍ଘଟଣାରେ କାହାର କିଛି କ୍ଷତି ହେଇନି। ଦଶହରା ପଡ଼ିଆରେ ୮୦ ଫୁଟର ରାବଣ ଏବଂ ୬୦ ଫୁଟର ମେଘନାଦ ଏବଂ କୁମ୍ବକର୍ଣ୍ଣାଙ୍କୁ ଜଳଯାଇଥିଲା।

ଦୁର୍ଘଟଣା କାହିଁକି ଏବଂ କିପରି ଘଟିଲା ପୋଲିସ ଅନୁସନ୍ଧାନ କରୁଛି, କିନ୍ତୁ ଏପର୍ଯ୍ୟନ୍ତ କିଛି ପ୍ରମାଣ ମିଳିନାହିଁ। ପୋଲିସ କହିଛି ଯେ ଦଶହରା ପାଇଁ ଅନୁଷ୍ଠିତ ହେବାକୁ ଥିବା ମେଳାରେ ବହୁ ସଂଖ୍ୟକ ଲୋକ ଆସିବେ ବୋଲି ଆମେ ଜାଣିଥିଲୁ ସେଥିପାଇଁ ଭିଡ଼ ଅନୁଯାୟୀ ଆମେ ପ୍ରସ୍ତୁତ ଥିଲୁ। ଯେତେବେଳେ ରାତିରେ ରାବଣ ଜଳିବା ଆରମ୍ଭ ହେଲା, ସମସ୍ତେ ଏହାକୁ ଦେଖୁଥିଲେ। ତା’ପରେ ହଠାତ୍ କିଛି ଲୋକ, ରାବଣର ଜଳିଯାଇଥିବା କାଠ ନେବା ପାଇଁ ଦୌଡ଼ିଗଲେ, ଏହି ସମୟରେ ରାବଣ ମୂର୍ତ୍ତି ଖସିପଡିଲା।

Leave a Reply

Your email address will not be published. Required fields are marked *